Konark temple: ସୂର୍ଯ୍ୟମନ୍ଦିର ସମ୍ମୁଖ ଜମି ବିବାଦ ମାମଲା: ସରକାରୀ ଖାତାକୁ ଫେରିଲା ୧୧୦ କୋଟିରୁ ଅଧିକ ଟଙ୍କାର ଜମି

Oct 23, 2026 - 17:13
Konark temple: ସୂର୍ଯ୍ୟମନ୍ଦିର ସମ୍ମୁଖ ଜମି ବିବାଦ ମାମଲା: ସରକାରୀ ଖାତାକୁ ଫେରିଲା ୧୧୦ କୋଟିରୁ ଅଧିକ ଟଙ୍କାର ଜମି

କଟକ : ବିଶ୍ବ ପ୍ରସିଦ୍ଧ କୋଣାର୍କସ୍ଥିତ ' ସୂର୍ଯ୍ୟ ମନ୍ଦିର ' ସମ୍ମୁଖର ୧୧ଏକରୁ ଅଧିକ ଜମି ବିବାଦ ନେଇ ରାଜସ୍ୱ ପର୍ଷଦ ଐତିହାସିକ ରାୟ ଦେଇଛନ୍ତି।

୧୧୦କୋଟିରୁ ଅଧିକ ଟଙ୍କାର ମୂଲ୍ୟବାନ ଜମିକୁ ନେଇ ନିଷ୍ପତ୍ତି ହୋଇଛି।

ତୁରନ୍ତ ସରକାରୀ ଖାତାକୁ ଜମି ଫେରାଇବାକୁ ବନ୍ଦୋବସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ଜିଲ୍ଲାପାଳ ସରକାରଙ୍କ ଅନୁମୋଦନ ସହ ୨ଟି ରିଭିଜନ ମାମଲା ଦାଖଲ କରିଥିଲେ।

Advertisment ୨୦୨୫ ମସିହାରେ ରାଜସ୍ବ ପର୍ଷଦଙ୍କ ନିକଟରେ ମାମଲା ଦାୟର ହୋଇଥିଲା।

ଏହି ମାମଲାର ଗୁରୁତ୍ବକୁ ଉପଲବ୍ଧ କରି ପ୍ରାଥମିକତାରେ ବିଚାର କରିଥିଲେ ରାଜସ୍ବ ପର୍ଷଦ ସଦସ୍ୟ।

ପୁରୁଣା ହାତପଟା ଓ ରାଜସ୍ବ ରେକର୍ଡର ବୈଧତା ଦୃଷ୍ଟିରୁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି।

ବନ୍ଦୋବସ୍ତ ଆୟୁକ୍ତଙ୍କ ୧୯୮୯ମସିହାର ଆଦେଶକୁ ରଦ୍ଦ କରାଯାଇଛି।

ସରକାରୀ ଖାତାକୁ ଫେରିଛି ୧୧ ଏକରରୁ ଅଧିକ ଜମି।

୧୧୦ କୋଟି ଟଙ୍କାର ଜମି ଉପରୁ ହଟିଛି ଜବରଦଖଲ।

ନାଲି ପତାକା ମାରି ଜମିକୁ ନିଜ ଦଖଲକୁ ନେଇଛି ଜିଲ୍ଲା ପ୍ରଶାସନ।

କୋଣାର୍କ ବିକାଶରେ ବାଧକ ସାଜିଥିବା ଜବରଦଖଲ ହଟାଇବାକୁ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି।

Dense Fog Konark Temple: ଘନକୁହୁଡ଼ି ବଳୟରେ ହଜିଗଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)