30 OCTOBER 2026

Welcome!

Unlock your personalized experience.
Sign Up

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

Oct 30, 2026 - 00:35
US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

ୱାସିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ପୁଣିଥରେ ସାମରିକ ଆକ୍ରମଣ ହୋଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଓ ଆଞ୍ଚଳିକ ସହଯୋଗୀଙ୍କୁ ପ୍ରସ୍ତୁତ ରହିବାକୁ ଆମେରିକା ସତର୍କ କରାଇଛି। ଆକ୍ରମଣ ହେଲେ ଇରାନ ମଧ୍ୟ ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ପ୍ରତିଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଅବଗତ ଦୁଇଜଣ କୂଟନୀତିଜ୍ଞ ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନୂଆ ଆକ୍ରମଣ କରିବା ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ତେବେ ନଭେମ୍ବର ୩ର ନିର୍ବାଚନ ପରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭାବନା ଉପରେ ସେ ବାରମ୍ବାର ସଙ୍କେତ ଦେଇଛନ୍ତି। ଆମେରିକା ଉପସାଗରୀୟ ଅଞ୍ଚଳର କେତେକ ଆରବ ଦେଶକୁ ଅଳ୍ପ ସମୟ ଧରି ତୀବ୍ର ସାମରିକ ଅଭିଯାନ ହୋଇପାରେ ବୋଲି ଜଣାଇଥିବା ନେଇ ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ପୂର୍ବରୁ ରିପୋର୍ଟ କରିଥିଲା। ନୂଆ ଆକ୍ରମଣ କେତେ ଦିନ ଧରି ଚାଲିବ, ତାହା ସ୍ପଷ୍ଟ ହୋଇନାହିଁ। ହ୍ୱାଇଟ୍‌ ହାଉସ୍‌ ଓ ଆମେରିକାର ଅଧିକାରୀମାନେ ଏହି ରିପୋର୍ଟ ଉପରେ ମନ୍ତବ୍ୟ ଦେଇନାହାନ୍ତି।

UN: କ୍ୟୁବା ଉପରେ ଆମେରିକାର କଟକଣାକୁ ନିନ୍ଦା କଲା ଜାତିସଂଘ: ପ୍ରସ୍ତାବ ବିରୋଧରେ ଭୋଟ୍ ଦେଲେ ୧୭ ଦେଶ

ଆମେରିକାର ସତର୍କ ସୂଚନା ଅନୁଯାୟୀ, ଇରାନର ପ୍ରତିଆକ୍ରମଣର ଲକ୍ଷ୍ୟ ହୋଇପାରେ ତୈଳ ଓ ଗ୍ୟାସ୍‌ ସଂସ୍ଥା, ବିଦ୍ୟୁତ୍‌ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି। ଇରାନ ସହ ସମ୍ପର୍କ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ତେଣୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଆଞ୍ଚଳିକ ସହଯୋଗୀମାନଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ, ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ବୁଧବାର କହିଛନ୍ତି ଯେ ତେହେରାନ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ସୁଯୋଗ ଦେବାକୁ ଚାହୁଛି। ଯୁଦ୍ଧବିରତି ପାଇଁ ଇରାନ ପୂର୍ବରୁ ଦେଇଥିବା ପ୍ରସ୍ତାବକୁ ନେଇ ମଧ୍ୟସ୍ଥମାନଙ୍କ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି। ତେବେ ଟ୍ରମ୍ପ ଏହି ପ୍ରସ୍ତାବକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ।

ଯୁଦ୍ଧର ପ୍ରଭାବ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଛି। ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ତୈଳ ଭିତ୍ତିଭୂମି ଓ ବିମାନବନ୍ଦର ଉପରେ ଆକ୍ରମଣ କରିଥିବା ବେଳେ ଏହାର ଜବାବରେ ସାଉଦି ନେତୃତ୍ୱାଧୀନ ମେଣ୍ଟ ୟେମେନରେ ଆକ୍ରମଣ କରିଛି। ଏଭଳି ସ୍ଥିତିରେ ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କଲେ ସଂଘର୍ଷ ଅଧିକ ବ୍ୟାପକ ହେବାର ଆଶଙ୍କା ରହିଛି। ଆମେରିକାର ପ୍ରତିରକ୍ଷା ବିଭାଗର ଆକଳନ ଅନୁଯାୟୀ, ଇରାନ ଯୁଦ୍ଧରେ ଏଯାଏଁ ଆମେରିକାର ପ୍ରାୟ ୪୭.୧ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଯୁଦ୍ଧ ଯୋଗୁଁ ତୈଳ ଦର ବୃଦ୍ଧି ପାଇବା ସହ ଆମେରିକାରେ ମଧ୍ୟ ମୁଦ୍ରାସ୍ଫୀତି ଚାପ ବଢ଼ିଛି। ଏଭଳି ପରିସ୍ଥିତିରେ ନିର୍ବାଚନ ପରେ ଟ୍ରମ୍ପଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମଗ୍ର ମଧ୍ୟପ୍ରାଚ୍ୟର ନଜର ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)