30 OCTOBER 2026

Welcome!

Unlock your personalized experience.
Sign Up

Judgement: ଚେନ୍ନାଇ ଷ୍ଟେସନରୁ ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଓଡ଼ିଆ ଯୁବକ, ଦୋଷୀକୁ ୨୦ ବର୍ଷ ଜେଲ୍‌

Oct 29, 2026 - 22:44
Judgement: ଚେନ୍ନାଇ ଷ୍ଟେସନରୁ ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଓଡ଼ିଆ ଯୁବକ, ଦୋଷୀକୁ ୨୦ ବର୍ଷ ଜେଲ୍‌

କଟକ: ଚେନ୍ନାଇ ରେଳ ଷ୍ଟେସନରୁ ୧୬ ବର୍ଷିୟା ନାବଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯିବା ମାମଲାର କଟକ ଆଡ୍‌-ହକ ଅତିରିକ୍ତ ଦୌରା (ଏଫଟିଏସସି) ଅଦାଲତ ବିଚାରପତି ସବିତା ଦାସ ଶୁଣାଣି କରି ଭଦ୍ରକ ବାଂଶଡ଼ା ଥାନା ଅଞ୍ଚଳର ପ୍ରମୋଦ କୁମାର ନାୟକ ଓରଫ ଜରା ଓରଫ ଜଡା (୩୬)କୁ ୨୦ ବର୍ଷ ସଶ୍ରମ ଜେଲ ଓ ୧ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। 

ଅଦାଲତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭(୨), ୮୭, ୬୫, ୧୪୦(୩) ଓ ପୋକସୋ ଆଇନର ଧାରା ୬ରେ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ରାଶି ଆଦାୟ ହେଲେ ପୀଡ଼ିତାଙ୍କୁ ପ୍ରଦାନ କରାଯିବ। ଯଦି ଜରିମାନା ରାଶି ପଇଠ କରିବାରେ ଆସାମୀ ବିଫଳ ହୁଏ ତେବେ ତାକୁ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିଥିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ଚାକିରି ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ
ମାମଲାର ବିବରଣୀରୁ ପ୍ରକାଶ ଯେ ନିଶ୍ଚିନ୍ତକୋଇଲି ଥାନା ପୁଲିସ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରି କଟକ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲା। ସିଡବ୍ଲୁସି ନିର୍ଦ୍ଦେଶରେ ପୀଡ଼ିତାଙ୍କୁ ବିଡାନାସୀସ୍ଥିତ ବସୁନ୍ଧରା ଓପନ ସେଲ୍ଟରରେ ରଖାଯାଇଥିଲା। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପୀଡ଼ିତା ଗର୍ଭବତୀ ଥିବା ଜଣା ପଡ଼ିଥିଲା। ପୀଡ଼ିତା ଚେନ୍ନାଇ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାକିରି ଦେବାକୁ କହି ଓଡ଼ିଶା ଆଣିଥିଲା ଓ ପରବର୍ତ୍ତୀ ସମୟରେ ଜୋରଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରିଥିବା ଜଣା ପଡ଼ିଥିଲା। ପୀଡ଼ିତା ଏଭଳି ତଥ୍ୟ ପ୍ରକାଶ କରିବା ପରେ ବସୁନ୍ଧରା ସଂଯୋଜକ ବିଡାନାସୀ ଥାନାରେ ୨୦୨୫, ଡିସେମ୍ବର ୩୦ରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ପ୍ର‌ମୋଦକୁ ଗତ ଜାନୁଆରି ୭ରେ ଗିରଫ କରିବା ସହିତ ତଦନ୍ତ ପରେ ଫେବ୍ରୁଆରି ୧୯ରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମିହିର ଶେଖର ସାହୁ ମାମଲା ପରିଚାଳନା କରୁଥିଲେ।

Accident: କୋଚିରେ ବିଚାରପତିଙ୍କ ନାବାଳକ ପୁଅର କାର୍‌ ଧକ୍କାରେ ଜଣେ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)