30 OCTOBER 2026

Welcome!

Unlock your personalized experience.
Sign Up

Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି

Oct 30, 2026 - 00:51
Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି

ନବରଙ୍ଗପୁର (ସୁରେଶ ନାଇଡୁ): ପଛୁଆ ନବରଙ୍ଗପୁର ଜିଲ୍ଲାକୁ ଆଗକୁ ନେବା ପାଇଁ ସରକାର ମାଳମାଳ ଯୋଜନା କରିବା ସହ ଅଖିବୁଜା ଅନୁଦାନ ବି ଦେଇ ଆସୁଛନ୍ତି। ତାହା ବାଦ୍‌ ଜିଲ୍ଲାର ଯେଭଳି ବିକାଶ ହେବା କଥା ହୋଇ ପାରିନି। ଡିଏମ୍‌ଏଫ୍‌ଠାରୁ ଆରମ୍ଭ କରି ବିଧାୟକ ପାଣ୍ଠି ବାବଦରେ କୋଟି କୋଟି ଟଙ୍କା ବ୍ୟୟ ନ ହୋଇ ପଡ଼ିରହିଛି, ଯାହାକି ଜିଲ୍ଲାର ବିକାଶରେ ବାଧକ ସାଜିଛି। 

ପୂର୍ବରୁ ବିଧାୟକଙ୍କୁ ୩କୋଟି ମିଳୁଥିବା ବେଳେ ଏବେ ୫କୋଟି ଟଙ୍କା ପାଣ୍ଠି ମିଳୁଛି। ତା ପରେ ବି ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ପ୍ରତି ବର୍ଷ ପାଉଥିବା ପାଣ୍ଠିକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାର ସମୁଦାୟ ୪ଟି ବିଧାନସଭା କ୍ଷେତ୍ରରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ମିଳିଥିବା ଟଙ୍କାରୁ ୨୯୨ଟି ପ୍ରକଳ୍ପର କାମ ଲଟକିବା ସହ ୯କୋଟି ୬୭ ଲକ୍ଷ ଟଙ୍କା ବିନିଯୋଗ ହୋଇ ନ ପାରି ନବରଙ୍ଗପୁର ଆଇଟିଡିଏରେ ପଡିଛି। 

୨୦୨୪-୨୫ ଆର୍ଥିକ ବର୍ଷ ଠାରୁ ୨୦୨୬-୨୭ଆର୍ଥିକ ବର୍ଷ ମଧ୍ୟରେ ଜିଲ୍ଲାରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବାବଦରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ତରଫରୁ ମୋଟ ୧୯.୬ କୋଟି ଟଙ୍କା ଅନୁଦାନ ମିଳିଛି। ଏଥିମଧ୍ୟରୁ ୯କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାସହ ୫୩୮ରୁ ୨୪୬ଟି ପ୍ରକଳ୍ପର କାମ ସରିଛି।  ୨୦୨୪-୨୫ଆର୍ଥିକ ବର୍ଷରେ ୪ଟି ନିର୍ବାଚନମଣ୍ଡଳୀ ପାଇଁ ମିଳିଥିବା  ୩.୨୮କୋଟି ଅନୁଦାନରେ ୭୬ଟିରୁ ୬୩ଟି ପ୍ରକଳ୍ପର ନିର୍ମାଣ  ସରିବା ସହ ୨.୭୬କୋଟି ଖର୍ଚ୍ଚ ହୋଇଥିଲା। ୫୨ଲକ୍ଷ୩୮ହଜାର ବଳକା ପଡିଛି। ୨୦୨୫-୨୬ଆର୍ଥିକ ବର୍ଷରେ ମିଳିଥିବା  ୧୧.୪୭କୋଟି ଅନୁଦାନରେ ୩୨୬ଟିରୁ ୧୭୪ଟି ପ୍ରକଳ୍ପର ନିର୍ମାଣ  ସରିବା ସହ ୬.୧୨କୋଟି ଖର୍ଚ୍ଚ ହେବା ସହ ବଳକା ୫.୩୫କୋଟି ପଡି ରହିଛି। 

ଅପରପକ୍ଷରେ ପୂର୍ବ ବର୍ଷରେ ୧୫୨ଟି ପ୍ରକଳ୍ପ ଲଟକି ରହିଥିବାରୁ  ୨୦୨୬-୨୭ଆର୍ଥିକ ବର୍ଷରେ ଅନୁଦାନ କମ ମିଳିଛି। ଏହି ବର୍ଷ ୪.୩୦କୋଟି ଅନୁଦାନ ମିଳିଥିବା ବେଳେ ସେଥିରେ ୧୩୬ଟି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ଥିବା ବେଳେ ଗତ ୭ମାସ ମଧ୍ୟରେ ମାତ୍ର ୯ଟି ପ୍ରକଳ୍ପ ୫୦ଲକ୍ଷ ୨୫ହଜାରରେ ସରିଛି। ୧୨୭ଟି ପ୍ରକଳ୍ପ ପୁଣି ଲଟକି ରହିବା ସହ ୩.୭୯କୋଟି ଟଙ୍କା ପଡିଛି। ଖାସ୍ କରି ପାଣ୍ଠିରେ ବିଦ୍ୟୁତ୍‌କରଣ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାଳୟ ପାଚେରି ନିର୍ମାଣ, ପାନୀୟ ଜଳ, ନଳକୂପ ଖନନ, ଶ୍ମଶାନଗୃହ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ପୋଖରୀ ପାହାଚ ନିର୍ମାଣ, ମନ୍ଦିର ନିର୍ମାଣ, ପୋଖରୀ ପୁନରୁଦ୍ଧାର, ଡ୍ରେନ୍‌, କଲଭର୍ଟ, ଉଦ୍ୟାନ ଉନ୍ନତି, ପାଠାଗାର, କଲ୍ୟାଣମଣ୍ଡପ, ଭାଗବତଘର ଓ ପୁରାତନ ଧାର୍ମିକପୀଠଗୁଡ଼ିକର ପୁନରୁଦ୍ଧାର ଇତ୍ୟାଦି କାର୍ଯ୍ୟରେ ବିଧାୟକ ଉନ୍ନୟନ ପାଣ୍ଠି ବିନିଯୋଗ କରାଯିବାର ବ୍ୟବସ୍ଥା ରହିଛି। ଏପରିକି ବିଧାୟକ ପାଣ୍ଠିର କାମର ତଦାରଖ କରି ତୁରନ୍ତ ବିଲ୍ କରିବାକୁ ବି ବିଭାଗୀୟ ଯନ୍ତ୍ରୀ ମାନେ ଯେଭଳି ତତ୍ପରତା ପ୍ରକାଶ କରିବା କଥା କରୁନଥିବା କିଛି ମନ୍ଦିର ନିର୍ମାଣ କରୁଥିବା ଠିକାଦାର ଓ ମନ୍ଦିର କମିଟିର କର୍ମକର୍ତ୍ତାମାନେ କହିଛନ୍ତି। 

ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି, ୧୫ କୋଟି ହେଲା ବିଧାୟକ ପାଣ୍ଠି

ବିଧାୟକମାନେ ନିଜ ଅଂଚଳର ପ୍ରସ୍ତାବ ପାରିତ କରି ଜିଲ୍ଲାଯୋଜନା ବିଭାଗକୁ ଅବଗତ କରିବା ପରେ ତାହା ରାଜ୍ୟସ୍ତରକୁ ଯାଇ ଅନୁମୋଦିତ ହେବା ପରେ ପୁଣି ଜିଲ୍ଲାଯୋଜନା ବିଭାଗକୁ ଆସୁଛି। ତା ପରେ ଆଇଟିଡିଏକୁ କାମ କରିବାକୁ ଦିଆଯାଉଛି। ଏସବୁ ସମୟ ସାପେକ୍ଷ। ତେଣୁ କାମରେ ମନ୍ଥରତା ହେଉଛି ବୋଲି କହିଛନ୍ତି ପିଏ ଆଇଟିଡିଏ ରାଜୀବ ସାହୁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)