Mob Violence: ପ୍ରେମ ବ୍ୟାପାରକୁ ନେଇ ଗୁଜରାଟରେ ଭିଡ଼ ହିଂସା; ଯୁବକଙ୍କୁ ଗଛରେ ବାନ୍ଧି ପିଟିପିଟି ମାରିଦେ‌ଲେ

Oct 29, 2026 - 20:55
Mob Violence: ପ୍ରେମ ବ୍ୟାପାରକୁ ନେଇ ଗୁଜରାଟରେ ଭିଡ଼ ହିଂସା; ଯୁବକଙ୍କୁ ଗଛରେ ବାନ୍ଧି ପିଟିପିଟି ମାରିଦେ‌ଲେ

ଅହମଦାବାଦ : ଗୁଜରାଟର ମେହସନା ଜିଲ୍ଲାରେ ପ୍ରେମ ସମ୍ପର୍କକୁ ନେଇ ଭିଡ଼ ହିଂସା ଘଟିଛି ।

ଜଣେ ୩୧ ବର୍ଷୀୟ ଯୁବକଙ୍କୁ କିଛି ଲୋକ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ମୃତ ଯୁବକଙ୍କ ନାଁ ରଣଜିତଜୀ ଚତୁରଜୀ ଠାକୁର ।

ସେ ସିଧିପୁର ତାଲୁକାର ୱାଘାରୋଲ ଗ୍ରାମର ବାସିନ୍ଦା ଥିଲେ ।

ସେ ସିଧିପୁରସ୍ଥିତ ଚୋଳମଣ୍ଡଳମ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନିରେ କ୍ରେଡିଟ୍ ମ୍ୟାନେଜର ଭାବେ କାମ କରୁଥିଲେ ।

Advertisment Chalo Delhi March: ନଭେମ୍ବର ୧ରେ 'ଚଲୋ ଦିଲ୍ଲୀ ପଦଯାତ୍ରା'ରେ ଯୋଗ ଦେବାକୁ ରାହୁଲଙ୍କ ଆହ୍ବାନ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରଣଜିତଜୀ ଥଙ୍ଗନା ଗ୍ରାମର ବାସିନ୍ଦା ଜଗାଜୀ ରଣଛୋଡ଼ଜୀ ଠାକୁରଙ୍କ ଝିଅଙ୍କ ସହ ଗତ ୨ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ ।

ମଙ୍ଗଳବାର ସେ କାମରେ ଯିବା ପାଇଁ ମୋଟରସାଇକେଲ୍‌ରେ ଘରୁ ବାହାରିଥିଲେ ।

ତେବେ ଦିନକ ପରେ ପରିବାର ସଦସ୍ୟ ଖବର ପାଇଥିଲେ ଯେ, ସେ ପ୍ରେମିକାଙ୍କୁ ଭେଟିବା ପାଇଁ ଥଙ୍ଗନା ଗ୍ରାମକୁ ଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ହାତରେ ଧରାପଡ଼ିଥିଲେ ।

ଏହାପରେ ରଣଜିତଜୀଙ୍କ ବାପା ଚତୁରଜୀ ବଡ଼ସଙ୍ଗୀ ଠାକୁର, କାକା ଓ ଅନ୍ୟ ସମ୍ପର୍କୀୟ ଥଙ୍ଗନା ଗ୍ରାମକୁ ଯାଇଥିଲେ ।

ସେଠାରେ ପହଞ୍ଚି ସେମାନେ ଏକ ଗଛ ମୂଳରେ ପୁଅର ମୃତଦେହ ପଡ଼ିଥିବା ଦେଖିଥିଲେ ।

ମୃତଦେହ ଉପରେ ଏକ ଅଖା ଘୋଡ଼ା ହୋଇଥିଲା ।

ତାଙ୍କ ଶରୀରରେ ମାଡ଼ ଯୋଗୁଁ ନୋଳା ଫାଟିଥିବା ଚିହ୍ନ ରହିଥିଲା ।

ଅଭିଯୋଗ ଅନୁଯାୟୀ, ରଣଜିତଜୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)