US Flights Grounded Nationwide: ଆମେରିକାରେ ବିମାନ ସେବା ଠପ, ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ

Nov 14, 2026 - 09:04
US Flights Grounded Nationwide: ଆମେରିକାରେ ବିମାନ ସେବା ଠପ, ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ

ଆମେରିକାରେ ବିମାନ ସେବା ଠପ।

ସମସ୍ତ ବିମାନର ଉଡାଣ ବନ୍ଦ ରହିଛି।

ଆମେରିକାର ବିମାନ ଚଳାଚଳ କର୍ତ୍ତୃପକ୍ଷ FAA ଦେଶର ସମସ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନେଟୱର୍କ ରାଉଟରରେ ତ୍ରୁଟି ଯୋଗୁଁ ଏହି ସମସ୍ୟା ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ସାରା ଦେଶରେ ବ୍ୟାପି ଯାଇଥିଲା।

ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ଉଡ଼ାଣକୁ ସ୍ଥଗିତ ରଖାଯାଇଥିବା ନେଇ ଆମେରିକା ବାୟୁସେନା ସତର୍କ ସୂଚନା ଜାରି କରିଛି।

Advertisment ଏହି ନିର୍ଦ୍ଦେଶ ସହ ଆମେରିକାରେ ୭ ହଜାରରୁ ଅଧିକ ଉଡ଼ାଣ ପ୍ରଭାବିତ।

ଏୟାର ରୁଟ୍ ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ପ୍ରଭାବିତ ହେବା ପରେ ଯୋଗାଯୋଗ ସମସ୍ୟା ଦେଖାଦେଇଥିଲା।

FAAର ବୈଷୟିକ ବିଶେଷଜ୍ଞମାନେ ଏହି ସମସ୍ୟାର ତଦନ୍ତ କରୁଛନ୍ତି।ଆମେରିକାର ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସଂଯୋଗ କରୁଥିବା ଏକ ଘରୋଇ ଯୋଗାଯୋଗ ନେଟୱର୍କ ଅପଡେଟ୍ ପରେ ଏହି ସମସ୍ୟା ଦେଖାଦେଇଛି।

ଏହାପରେ ସିଷ୍ଟମ୍ ପୁଣି ଥରେ ରିବୁଟ୍ ହୋଇଥିଲା।

ଏହି ପ୍ରକ୍ରିୟା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବ୍ୟବସ୍ଥାରେ ତ୍ରୁଟି ଦେଖାଯାଇଥିଲା।

ବିମାନ ଚଳାଚଳ ପ୍ରତିବନ୍ଧକ ଯୋଗୁଁ ଦେଶର ପ୍ରମୁଖ ବିମାନବନ୍ଦର, ଯଥା ବୋଷ୍ଟନ, ଆଟଲାଣ୍ଟା, ମୟାମି, ପିଟ୍ସବର୍ଗ, ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍ ଏବଂ ବାଲ୍ଟିମୋରରେ ପ୍ରଭାବ ଦେଖିବାକୁ ମିଳିଛି।

ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଛି।

ତେବେ ବର୍ତ୍ତମାନ ଶେଷ ଖବର ସୁଦ୍ଧା ଆମେରିକାରେ ତ୍ରୁଟି ସୁଧାର ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିବା ଖବର ମିଳିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)