Hansua River Skeleton Found: ହଂସୁଆ ନଈରୁ ମିଳିଲା ଅଚିହ୍ନା କଙ୍କାଳ! ଏହା କ'ଣ ନିଖୋଜ ଶୁଭଶ୍ରୀଙ୍କର?

Nov 14, 2026 - 09:04
Hansua River Skeleton Found: ହଂସୁଆ ନଈରୁ ମିଳିଲା ଅଚିହ୍ନା କଙ୍କାଳ! ଏହା କ'ଣ ନିଖୋଜ ଶୁଭଶ୍ରୀଙ୍କର?

ହଂସୁଆ ନଈରେ ମିଳିଥିବା କଙ୍କାଳ ଶୁଭଶ୍ରୀଙ୍କର ନୁହେଁ ତ?

ଦେଢ ମାସ ତଳେ ନିଖୋଜ ଥିଲେ ଶୁଭଶ୍ରୀ ।

ହଂସୁଆ ନଈରେ ଭାସିଲା ଅଚିହ୍ନା କଙ୍କାଳ ଆଉ ଦେଢ ମାସ ହେଲା ବୁଜି ହୋଇଯାଇଥିବା ଶୁଭଶ୍ରୀ ମୃତ୍ୟୁ ବହି ପୁଣି ଖୋଲିଗଲା ।

ରାଜନଗର ପୋଲିସ ଏବଂ ଅଗ୍ନିଶମ ବାହିନୀ କାଲି ହଂସୁଆ ନଈରୁ ଏକ କଙ୍କାଳ ଉଦ୍ଧାର କରିବା ପରେ ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଚର୍ଚ୍ଚା ବଢ଼ିଯାଇଛି ।

କଙ୍କାଳଟି କାହାର ଚିହ୍ନଟ ହୋଇନଥିଲେ ବି ତାହା ଯେ ଦେଢ଼ ମାସ ତଳେ ନିଖୋଜ ଶୁଭଶ୍ରୀ ଦାସଙ୍କର, ତାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

ରାଜନଗର ପୋଲିସ କଙ୍କାଳଟିକୁ ଜବତ କରି ଶବାଗାରରେ ରଖିଥିବା ବେଳେ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରିପାରେ ବୋଲି କୁହାଯାଉଛି ।

ସେପ୍ଟେମ୍ବର ୨୫ ତାରିଖ ଦିନ ରାଜନଗର ଥାନା ରାଜପୁର ଗାଁର ରଙ୍କନିଧି ଦାସଙ୍କ ଝିଅ ଶୁଭଶ୍ରୀ ନିଖୋଜ ହୋଇଯାଇଥିଲେ ।

୨୮ ତାରିଖ ଦିନ ଗର୍ଜନପୁର ନିକଟରେ ହଂସୁଆ ନଈରେ ଏକ ମୃତଦେହ ଭାସିଥିଲା ।

କିଛି ଲୋକ ମୃତଦେହକୁ ସେଠାରୁ ଏକ ଡଙ୍ଗା ସାହାଯ୍ୟରେ ନଦୀର ଗଣ୍ଡକୁ ନେଇ ପଥର ବାନ୍ଧି ପାଣିରେ ପକାଇ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ ।

ଶୁଭଶ୍ରୀଙ୍କ ପରିବାର ଲୋକ ମୃତଦେହରେ ପଥର ବାନ୍ଧି ଫିଙ୍ଗିଥିବା ଆଲୋଚନା ହୋଇଥିଲା ।

ଘଟଣାର ୮ ଦିନ ପରେ ଶୁଭଶ୍ରୀଙ୍କ ଜେଜେ ଥାନାରେ ନିଖୋଜ ଏତଲା କରିବା ପରେ ପୋଲିସ ତନାଘନା କରିଥିଲା ।

ପରିବାରର କିଛି ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା ପୋଲିସ ।

ଅଗ୍ନିଶମ ବାହିନୀ ଲଗାଇ ପୋଲିସ ବେଶ କିଛି ଦିନ ନଦୀରେ ଖୋଜଖୋଜି କରିଥିଲେ ବି ମୃତଦେହର କୌଣସି ପତ୍ତା ପାଇନଥିଲା ।

ଶୁଭଶ୍ରୀ ନିଖୋଜ ଥିବା ସତ୍ତ୍ବେ ପରିବାର ଲୋକ ପୁରୋହିତ ଡକାଇ ଶୁଦ୍ଧି କାର୍ଯ୍ୟ ସାରିଦେଇଥିଲେ।

ଶୁଭଶ୍ରୀ ଘଟଣାକୁ ଧୀରେ ଧୀରେ ଲୋକମାନେ ଭୁଲି ଆସୁଥିବା ବେଳେ କାଲି ନଦୀରୁ କଙ୍କାଳ ମିଳିବା ପୁଣି ପୁରୁଣା ଫାଇଲକୁ ଖୋଲିବାକୁ ବାଧ୍ୟ କରିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନଦୀର ଯେଉଁ ଜାଗାରେ ଶୁଭଶ୍ରୀଙ୍କ ଶବକୁ ପଥର ବାନ୍ଧି ପକାଯାଇଥିବା କୁହାଯାଉଥିଲା ସେହି ସ୍ଥାନରୁ ମାତ୍ର ଅଳ୍ପ କିଛି ଦୂରରେ ହିଁ କଙ୍କାଳଟିକୁ ଠାବ କରାଯାଇଛି ।

ଏବେ ପୋଲିସ କିଭଳି ତଦନ୍ତ କରୁଛି ଏବଂ ଅପରାଧୀଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)