Deepam Row Continues: ଜଳିଲା କାର୍ତ୍ତିଗାଇ ଦୀପମ୍, ବିବାଦୀୟ ସ୍ତମ୍ଭରେ ହେଲାନି ଦୀପ ପ୍ରଜ୍ୱଳନ

Nov 24, 2026 - 19:12
Deepam Row Continues: ଜଳିଲା କାର୍ତ୍ତିଗାଇ ଦୀପମ୍, ବିବାଦୀୟ ସ୍ତମ୍ଭରେ ହେଲାନି ଦୀପ ପ୍ରଜ୍ୱଳନ

ତାମିଲନାଡୁର ମଦୁରାଇସ୍ଥିତ ତିରୁପରଙ୍କୁନ୍ଦ୍ରମ୍‌ରେ ଚଳିତ ବର୍ଷର କାର୍ତ୍ତିଗାଇ ଦୀପମ୍ ଉତ୍ସବ ପାଳନ ହୋଇଛି।

ମଙ୍ଗଳବାର ସନ୍ଧ୍ୟାରେ ଅନ୍ନାମଲାଇ ପାହାଡ଼ରେ ପାରମ୍ପରିକ ସ୍ଥାନରେ ଦୀପ ପ୍ରଜ୍ୱଳନ କରାଯାଇଛି।

ତେବେ ବିବାଦୀୟ ପଥର ସ୍ତମ୍ଭ ବା ଦୀପଥୁନ୍‌ରେ ଦୀପ ଜଳାଯାଇନାହିଁ।

ଏହା ବଦଳରେ ଉଚ୍ଚି ପିଲ୍ଲାୟାର ମନ୍ଦିର ଉପରେ ଦୀପ ପ୍ରଜ୍ୱଳନ କରାଯାଇଥିବା ଗଣମାଧ୍ୟମ ରିପୋର୍ଟ କରିଛି।

Advertisment ଦୀପ ପ୍ରଜ୍ୱଳନ ପୂର୍ବରୁ ଏହି ସ୍ଥାନକୁ ନେଇ ବିବାଦ ଦେଖାଦେଇଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିବାଦୀୟ ଦୀପଥୁନ୍‌ରେ ଦୀପ ଜଳାଇବାକୁ ଦାବି କରି କିଛି ହିନ୍ଦୁ ସଂଗଠନର ସଦସ୍ୟ ତିରୁପରଙ୍କୁନ୍ଦ୍ରମ୍ ପାହାଡ଼ ନିକଟରେ ବିକ୍ଷୋଭ କରିଥିଲେ।

ତେବେ ଶେଷରେ ଉଚ୍ଚି ପିଲ୍ଲାୟାର ମନ୍ଦିର ଉପରେ ଦୀପ ଜଳାଯାଇଥିଲା।

ବେଆଇନ ଅଟକ ଲୋକଙ୍କୁ ମୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନ୍ୟପଟେ ଏହି ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ତିରୁପରଙ୍କୁନ୍ଦ୍ରମ୍‌ରେ ଲାଗୁ ହୋଇଥିବା ନିଷେଧାଦେଶ ଆଧାରରେ ବେଆଇନ ଭାବେ ଅଟକ ରଖାଯାଇଥିବା ସମସ୍ତଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଏଥିସହ ଜିଲ୍ଲାପାଳ, ପୋଲିସ କମିଶନର ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ସମେତ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କାର୍ତ୍ତିଗାଇ ଦୀପମ୍ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ମଦୁରାଇ ଜିଲ୍ଲାପାଳ ନିଶାନ୍ତ କୃଷ୍ଣ ଜିଲ୍ଲାରେ BNSS ଧାରା ୧୬୩ ଅନୁସାରେ ନିଷେଧାଦେଶ ଜାରି କରିଥିଲେ।

ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଓ ବିବାଦ ଦେଖାଦେଇଥିଲା।

ତେବେ ଉତ୍ସବ ପାଳନ ହୋଇଥିଲେ ମଧ୍ୟ ଦୀପଥୁନ୍‌ରେ ଦୀପ ଜଳାଇବା ଦାବିକୁ ନେଇ ବିବାଦ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)