Unsafe Odisha Police: ଅସୁରକ୍ଷିତ ଓଡ଼ିଶା ପୁଲିସ!: ୪୦ ହଜାରରୁ ଅଧିକ ଫୋର୍ସଙ୍କର ନାହିଁ ସୁରକ୍ଷା ଉପକରଣ
କଟକ: ଆଇନଶୃଙ୍ଖଳା ପରିସ୍ଥିତିର ସାମନା କରୁଥିବା ଓଡ଼ିଶା ପୁଲିସ ନିଜେ ଅସୁରକ୍ଷିତ। ରାଜ୍ୟ ପୁଲିସ ଫୋର୍ସର ୫୦ ପ୍ରତିଶତ କର୍ମଚାରୀଙ୍କ ଶରୀରକୁ ସୁରକ୍ଷା ଦେବାକୁ ଥିବା ସର୍ବନିମ୍ନ ଉପକରଣ ବି ନାହିଁ। ଫୋର୍ସ ଯାତାୟାତ ପାଇଁ ନିଜସ୍ବ ଗାଡ଼ି ନଥିବାରୁ ଅନେକ ସମୟରେ ଘରୋଇ ବସ୍ରେ ପୁଲିସ ଫୋର୍ସ ଯାଉଛନ୍ତି। ନିଜେ ଅସୁରକ୍ଷିତ ଥିବା ଓଡ଼ିଶା ପୁଲିସ ଆଇନଶୃଙ୍ଖଳା ପରିସ୍ଥିତିରେ ଜନସାଧାରଣଙ୍କୁ କିଭଳି ସୁରକ୍ଷା ଦେବ ବୋଲି ପ୍ରଶ୍ନ ଉଠୁଛି। ଫୋର୍ସକୁ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ୨୦୦ କୋଟି ଟଙ୍କା ଆବଶ୍ୟକତା ଥିବା ବେଳେ ଏ ସଂପର୍କିତ ପ୍ରସ୍ତାବ ସରକାରଙ୍କ ନିକଟରେ ପଡ଼ି ରହିଛି।
Shashi Tharoor: ଥରୁର୍ଙ୍କ ଜମ୍ମୁ କଶ୍ମୀର ସ୍ଥିତିରେ ଉନ୍ନତି ମନ୍ତବ୍ୟକୁ କଂଗ୍ରେସର ତୀବ୍ର ସମାଲୋଚନା
ଘରୋଇ ବସ୍ରେ ଅସୁରକ୍ଷିତ ସ୍ଥିତିରେ ଯାଉଛନ୍ତି
ଗାଡ଼ି ଓ ଉପକରଣ ପାଇଁ ୨୦୦ କୋଟିର ପ୍ରସ୍ତାବ ପଡ଼ିରହିଛି
ରାଜ୍ୟ ପୁଲିସରେ ଏବେ ୭୩ ହଜାର ୪୨୩ ପୁଲିସ କର୍ମଚାରୀ ଅଛନ୍ତି। ବାଟାଲିୟନର ଆର୍ମଡ୍ ପୁଲିସ(ସଶସ୍ତ୍ର ପୁଲିସ) ଓ ଜିଲ୍ଲାର ସିଭିଲ୍ ପୁଲିସରେ ଥିବା ଏହି କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୫୦ ପ୍ରତିଶତଙ୍କ ପାଇଁ ବୁଲେଟ୍ ପ୍ରୁଫ ହେଲମେଟ୍, ବଡି ପ୍ରୋଟେକ୍ଟର, ପଲି କାର୍ବୋନେଟ୍ ସିଲ୍ଡ, ଲାଠି, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଇତ୍ୟାଦି ରହିଛି। ଓଡ଼ିଶା ପୁଲିସରେ ୨୫ ହଜାର ଆର୍ମଡ ପୁଲିସ ୨୨ଟି ବାଟାଲିୟନରେ ଏବଂ ଅବଶିଷ୍ଟ ସିଭିଲ୍ ପୁଲିସ ଜିଲ୍ଲା ପୁଲିସ ନିକଟରେ ଅଛନ୍ତି। ଆଇନଶୃଙ୍ଖଳା ଭଳି ଜରୁରୀ ପରିସ୍ଥିତିରେ ବାଟାଲିୟନ୍ ଫୋର୍ସ ସୁରକ୍ଷା ଉପକରଣ ପାଇଁ ଜିଲ୍ଲା ପୁଲିସ ଉପରେ ନିର୍ଭର କରୁଛନ୍ତି। ୨୦୧୮ରୁ ୨୦୨୪ ବର୍ଷ ମଧ୍ୟରେ କୌଣସି ସାମଗ୍ରୀ କିଣାଯାଇନାହିଁ। ୨୦୨୫-୨୬ରେ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ କିଣାଯାଉଛି। ବର୍ତ୍ତମାନ ସର୍ବନିମ୍ନ ସାମଗ୍ରୀ କିଣିବା ପାଇଁ ୧୦୦ କୋଟି ଟଙ୍କାର ବଜେଟ୍ ଆବଶ୍ୟକତା ରହିଛି।
Abilitysport Youth Games: ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ
ସେହିଭଳି ବାଟାଲିୟନରେ ଫୋର୍ସ ପାଇଁ ୩୨୦ ଗାଡ଼ି ଆବଶ୍ୟକ ଥିଲା ବେଳେ ଏବେ ଅଧା ଗାଡ଼ି ବି ନାହିଁ। ନିକଟରେ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ୧୪୦ ପ୍ଲାଟୁନ୍ ଫୋର୍ସ ଯିବା ପାଇଁ ୫୦ଟି ଘରୋଇ ବସ୍ ଆଣିବାକୁ ପଡ଼ିଥିଲା। ବାଟାଲିୟନ ଗାଡ଼ିରେ ସ୍ବତନ୍ତ୍ର ଲୁହା ଜାଲି ବ୍ୟବସ୍ଥା ସହିତ ସାଇରନ୍ ଥିବା ବେଳେ ଘରୋଇ ବସ୍ରେ ଏସବୁ ନାହିଁ। ଏଭଳି ସ୍ଥିତିରେ ସ୍ବତନ୍ତ୍ର ଗାଡ଼ି ପାଇଁ ୧୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ପାଖାପାଖି ୨୦୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ବେଳେ ବାସ୍ତବରେ ତାହା କେବେ କାର୍ଯ୍ୟକାରୀ ହେବ ତାହା ଉପରେ ନଜର ରହିଛି।