Public Education Department: ବିବାଦ ଘେରରେ ଗଣଶିକ୍ଷା ବିଭାଗ: କବିତା ଛାପିଲେ, କବିଙ୍କ ନାଁ ନାହିଁ

Jun 23, 2026 - 06:23
Public Education Department: ବିବାଦ ଘେରରେ ଗଣଶିକ୍ଷା ବିଭାଗ: କବିତା ଛାପିଲେ, କବିଙ୍କ ନାଁ ନାହିଁ

"ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ପରେ ବିବାଦ ଘେରରେ ଛନ୍ଦି ହୋଇପଡ଼ିଛି ଗଣଶିକ୍ଷା ବିଭାଗ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଛପାଯାଇଥିବା କେତେଜଣ ବିଶିଷ୍ଟ ଓଡ଼ିଆ ସାହିତ୍ୟିକଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ।

କେବଳ ସେମାନଙ୍କ ଗପ, କବିତା ପାଠ୍ୟପୁସ୍ତକରେ ସ୍ଥାନିତ ହୋଇଛି।

କିଏ ଲେଖିଛନ୍ତି?

ତାଙ୍କ ପରିଚୟ କ"ଣ?

ଆଦି ତଥ୍ୟ ଲେଖାଯାଇ ନାହିଁ।

ଏକାଧିକ ସାହିତ୍ୟିକଙ୍କୁ ବିଭାଗ ପକ୍ଷରୁ ଅଣଦେଖା କରାଯାଇଛି।

ସେମାନେ ଦେଢ଼ ମାସ ତଳୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଭୁଲ୍‌ ସୁଧାରି ନାହାନ୍ତି।

ଏପରିକି ସାହିତ୍ୟିକଙ୍କ ଚିଠିର ଉତ୍ତର ଦେଇନାହାନ୍ତି।

ଆଉ କିଛି ସାହିତ୍ୟିକଙ୍କ ବିନା ଅନୁମତିରେ ସେମାନଙ୍କ କବିତା ସ୍କୁଲ ପାଠ୍ୟପୁସ୍ତକରେ ସ୍ଥାନିତ କରାଯାଇଥିବା ଅଭିଯୋଗ ହୋଇଛି।

ଯେଉଁଥିପାଇଁ ସାହିତ୍ୟିକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ଏପରିକି ଗଣଶିକ୍ଷା ବିଭାଗ କପି ରାଇଟ୍‌ ଆଇନ ଉଲ୍ଲଂଘନ କରିଥିବାରୁ ସେମାନେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି।Advertisment Shashi Tharoor: ଥରୁର୍‌ଙ୍କ ଜମ୍ମୁ କଶ୍ମୀର ସ୍ଥିତିରେ ଉନ୍ନତି ମନ୍ତବ୍ୟକୁ କଂଗ୍ରେସର ତୀବ୍ର ସମାଲୋଚନା କ୍ଷୋଭ ପ୍ରକାଶ କରି ଚିଠି ଲେଖିଛନ୍ତି ସାହିତ୍ୟିକଉତ୍ତର ଦେଉନି ଗଣଶିକ୍ଷା ବିଭାଗ "ସମ୍ବାଦ" ହାତରେ ଲାଗିଥିବା ତୃତୀୟ ଶ୍ରେଣୀ ପାଠ୍ୟପୁସ୍ତକ "ଭାଷା ମହକ-୧"ରେ ପ୍ରକାଶ ପାଇଥିବା ଏକ କବିତାରେ ନାମ ଉଲ୍ଲେଖ ନ ଥିବା ଜଣେ ସାହିତ୍ୟିକ ଚିଠିରେ ଦର୍ଶାଇଛନ୍ତି।

ନାମ ବିନା ଲୋକ ଅସ୍ତିତ୍ବହୀନ।

ଜଣେ ଲେଖକ ସବୁବେଳେ ଟଙ୍କା ଆଶା କରେ ନାହିଁ।

ବରଂ ପରିଚୟ ମାଧ୍ୟମରେ ସାମାଜିକ ସ୍ବୀକୃତି ହିଁ ତାହାର ଏକମାତ୍ର କାମ୍ୟ।

କପି ରାଇଟ୍‌ ଆଇନ ମଧ୍ୟ ଏହାକୁ ଅନୁମୋଦନ କରେ।

ସରକାରୀ ହେଉ କିମ୍ବା ବେସରକାରୀ ବିଦ୍ୟାଳୟର ଅଧିକାଂଶ ପାଠ୍ୟପୁସ୍ତକରେ ସ୍ଥାନ ପାଉଥିବା ଲେଖାରେ କେବଳ ଲେଖକର ନାମ ନୁହେଁ, ସଂକ୍ଷିପ୍ତ ପରିଚୟ ମଧ୍ୟ ଦିଆଯାଇଥାଏ।

ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆରଟି) ତୃତୀୟ ଶ୍ରେଣୀ ପାଠ୍ୟପୁସ୍ତକରେ ଲେଖକଙ୍କ ନାମ ରହୁଥିବା ବେଳେ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟିର ତୃତୀୟ ଶ୍ରେଣୀ ପାଠ୍ୟପୁସ୍ତକରେ ଲେଖକଙ୍କ ନାମ ରଖା ନ ଯିବାର ଯଥାର୍ଥତା ସହଜରେ ବୁଝି ହେଉ ନାହିଁ।

ଜଣେ ପ୍ରଶାସନିକ ଅଧିକାରୀ ଭାବେ ଆପଣ ଲେଖକର ଭାବପ୍ରବଣତାକୁ ହୃଦୟଙ୍ଗମ କରି ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ସହୃଦୟତାର ସହ ଯଥାର୍ଥ ପଦକ୍ଷେପ ନେବେ ବୋଲି ସାହିତ୍ୟିକ ଜଣକ ଉଲ୍ଲେଖ କରିଛନ୍ତି।

Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି ଓଡ଼ିଆ ପାଠ୍ୟପୁସ୍ତକର ସମୀକ୍ଷକ ସଂସ୍କୃତ ଶିକ୍ଷକ ଏହା ଗୋଟିଏ ମାତ୍ର ଉଦାହରଣ।

ଏମିତି ୧୦ରୁ ଅଧିକ ଚିଠି ମେ" ପ୍ରଥମ ସପ୍ତାହରେ ଗଣଶିକ୍ଷା ବିଭାଗ ଅଧୀନ ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି।

କବିତା, ଗପ, ପ୍ରବନ୍ଧରେ ନାମ ଯୋଡ଼ିବାକୁ ସାହିତ୍ୟିକମାନେ ଅନୁରୋଧ କରିଛନ୍ତି।

ତା"ସତ୍ତ୍ବେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ହେୟଜ୍ଞାନ କରି ନାମ ଯୋଡ଼ି ନାହାନ୍ତି।

ସାହିତ୍ୟିକଙ୍କ ଆହୁରି ଅଭିଯୋଗ ହେଉଛି ଯେ ଓଡ଼ିଆ ଭାଷା ଉପରେ ଜ୍ଞାନ ନ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁସ୍ତକ ସମୀକ୍ଷକ ଭାବେ ସ୍ଥାନ ଦିଆଯାଇଛି।

ଓଡ଼ିଆ ପୁସ୍ତକର ସମୀକ୍ଷା ସଂସ୍କୃତ ଶିକ୍ଷକ କିଭଳି କରିବେ?

ପରୀକ୍ଷାମୂଳକ ସଂସ୍କରଣ ଅର୍ଥ ହେଉଛି ପୁସ୍ତକ ଛପାଯିବା ପୂର୍ବରୁ ଗୋଟିଏ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେଥିରେ ଶିକ୍ଷା ଦେବା କଥା।

ପିଲାଙ୍କଠାରୁ ପ୍ରଶ୍ନ ଉତ୍ତର କରାଇବା କଥା।

ସେଥିରେ ତ୍ରୁଟି ଧରାପଡ଼ିବା ପରେ ତାହାକୁ ସଂଶୋଧନ କରାଯାଇ ପାଠ୍ୟପୁସ୍ତକ ଛପାଯିବାକୁ ଦିଆଯିବାର ନିୟମ ରହିଛି।

ତାହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି।

ଏହା ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେମାନେ ଅଭିଯୋଗ କରିଛନ୍ତି।"