Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ
"ଘୁ.ଉଦୟଗିରି: ସମ୍ବାଦ ପକ୍ଷରୁ ପରିବେଶ ପଞ୍ଚାୟତ ଘୁ.ଉଦୟଗିରି ବିଧାନସଭା ମଣ୍ଡଳୀର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଦୁର୍ଗମ, ଅପହଞ୍ଚ ଗଦିଙ୍ଗିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।
ସମ୍ବାଦ ଟିମ ଆଜି ଏହି ଗାଁରେ ପହଞ୍ଚିଥିଲା।ଯେଉଁ ଗାଁକୁ ରାସ୍ତା ନାହିଁ ଯେଉଁଠି ରୋଗୀଙ୍କୁ ଖଟିଆରେ ବୁହା ହେଉଛି ସେଇଭଳି ଏକ ଗାଁରେ ସମ୍ବାଦ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।Advertisment ସମ୍ବାଦ ପ୍ରତିନିଧି ସମୀର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଦିଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ ପ୍ରଧାନ ଯୋଗ ଦେଇ ସମ୍ବାଦର ଏହିଭଳି କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରଣ ମିଳିଲେ ମୁଁ ମୋର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ।
କାରଣ ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି।
ଆମ ଆଗାମୀ ପିଢ଼ି ପାଇଁ ଆମକୁ ସାମୁହିକ ଭାବେ ଆମ ପରିବେଶ ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ।
ବିଧାୟକ କହିଥିଲେ, ଜଙ୍ଗଲ ଆମ ମା।
ଏଣୁ ଆମେ ଯେତେ ଅଧିକ ସଂଖ୍ୟାରେ ବୃକ୍ଷ ରୋପଣ କରି ଜଙ୍ଗଲ ବୃଦ୍ଧି କରିବା ଆମେ ଏବଂ ଆମର ଆଗାମୀ ପିଢ଼ି ତାର ସୁଫଳ ଲାଭ କରିବା ସହ ଆମକୁ ଯେମିତି ଭବିଷ୍ୟତ ରେ ଦୋଷ ଦେବେ ନାହିଁ।
ବର୍ତ୍ତମାନ ସାରା ବିଶ୍ୱରେ ପାଣିପାଗ ବଦଳିବା ସହ ଭୂପୃଷ୍ଠର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି।
ଜଳବାୟୁ ପରିବର୍ତ୍ତନ ହେବ ସହ ଆମ ପରିବେଶ ଉପରେ ପ୍ରଭାବ ପକେଇବା ସହ ମଣିଷ ସମାଜ ପ୍ରଭାବିତ ହେଉଛନ୍ତି।
ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଗାଁରୁ ଏହି ଅଭିଯାନ ଆରମ୍ଭ କରିବା ଗାଁ ର ଜଙ୍ଗଲ କୁ ସୁରକ୍ଷା ଦେବା ସହ ନୂତନ ଜଙ୍ଗଲ ସୃଷ୍ଟି କରି ସମାଜର ମଙ୍ଗଳ କାର୍ଯ୍ୟରେ ସାମିଲ ହୋଇପାରିବା।
ବିକାଶ ପାଇଁ ଜଙ୍ଗଲ ବିନାଶକୁ ପ୍ରସାୟ ଦେବା ନାହିଁ।
ବିକାଶ ପାଇଁ ଯେତିକି ଗଛ କଟା ଯିବ ତାର ଦଶ ଗୁଣ ବୃକ୍ଷ ରୋପଣ କରି ବିକାଶ ଗ୍ରହଣୀୟ।ଆଜି ଆମେ ସଂକଳ୍ପ ନେବା ଆମକୁ ଖାଦ୍ୟ ଏବଂ ଅର୍ଥ ଯୋଗାଉଥିବା ଜଙ୍ଗଲ ର କଳେବର ବୃଦ୍ଧି ପାଇଁ ସାମୁହିକ ଭାବେ ସମସ୍ତେ ପଦକ୍ଷେପ ନେବା।
ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର ଯୋଗ ଦେଇ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ପରିବେଶ ର ଦାୟିତ୍ୱ ଆମେ ବୁଝି ତାର ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରି ସାରା ମଣିଷ ଜଗତକୁ ଶାନ୍ତିରେ ବଞ୍ଚିବା ପାଇଁ ଗୁଣ୍ଡୁଚି ମୂଷା ଭଳି ପ୍ରୟାସ କରିବା।
ମଧ୍ୟ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ: ପରିବେଶର ସୁରକ୍ଷା ସମସ୍ତଙ୍କ ଉତ୍ତରଦାୟିତ୍ୱ ଆମର ଏକ ଛୋଟ ପ୍ରୟାସ ସମାଜ ଉପରେ ବଡ ପ୍ରଭାବ ପକେଇପାରିବ।ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୋଲକ ପଟ୍ଟନାୟକ ଯୋଗ ଦେଇ ପରିବେଶ ର ସୁରକ୍ଷା ପାଇଁ କଣ ଆବଶ୍ୟକ ମଣିଷ କିଭଳି ନିଜ ପାଇଁ ନିଜେ ବିପଦ କୁ ଡାକୁଛି ତା ଉପରେ ଗାଁରୁ ଅଭିଯାନ ସମ୍ବାଦ ର କ୍ଳାଇମେଟ ପଞ୍ଚାୟତ ମାଧ୍ୟମରେ ଆରମ୍ଭ କରାଯାଇଛି ଆମେ ଆମ ପରିବେଶକୁ ଆମ ଦ୍ୱାରା ସନ୍ତୁଳିତ କରି ରଖିବା ପ୍ରୟାସ କରିବା କୁ ଅନୁରୋଧ କରିଥିଲେ।ସେଇଭଳି ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ, ମିଡିଆ କ୍ଳବ ସମ୍ପାଦକ ଚିନ୍ମୟ କୁମାର ସେଠୀ,ଉତ୍ସବ ପ୍ରଧାନ ,ଗୋପାଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ।ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
"