The 'Hydration Break' Controversy: ‘ହାଇଡ୍ରେସନ୍ ବିରତି’ ବିବାଦ
"ନ୍ୟୁୟର୍କ: ଚଳିତ ଫିଫା ବିଶ୍ବକପ୍ରେ ପ୍ରଥମ ଥର ପ୍ରୟୋଗ କରାଯାଇଥିବା "ହାଇଡ୍ରେସନ୍ ବିରତି"କୁ ନେଇ ବିବାଦ ମୁଣ୍ଡ ଟେକିଛି।
ଏହି ବ୍ୟବସ୍ଥାକୁ ଅନେକ କ୍ରୀଡ଼ାପ୍ରେମୀ ଓ ବିଶେଷଜ୍ଞ ସମର୍ଥନ କରିଥିବାବେଳେ ଅନ୍ୟ କିଛି ବିରୋଧ କରିଛନ୍ତି।
ମାର୍ସେଲୋ ବିଲ୍ସା ଓ ଗୁସ୍ତାଭୋ ଆଲଫାରୋଙ୍କ ଭଳି ପ୍ରତିଷ୍ଠିତ ପ୍ରଶିକ୍ଷକ ଏହି ବିରତି ଫୁଟ୍ବଲ୍ ମ୍ୟାଚ୍ର ଲୟକୁ ବିଗାଡ଼ିଦେଉଛି ବୋଲି ଅଭିଯୋଗ କରିଛନ୍ତି।
ଖେଳାଳିଙ୍କ କଲ୍ୟାଣ ଅପେକ୍ଷା ଏହା ଅଧିକମାତ୍ରାରେ ବ୍ୟାବସାୟିକ ସ୍ବାର୍ଥ ପାଇଁ କରାଯାଇଛି ବୋଲି ଉଭୟ ମତ ରଖିଛନ୍ତି।
ବ୍ରଡକାଷ୍ଟରମାନଙ୍କୁ ଏହା ଫାଇଦା ଦେଉଛି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ "ହାଇଡ୍ରେସନ୍ ବିରତି"କୁ କିଛି ଦଳ ଦଳୀୟ କୌଶଳ ଭାବେ ବ୍ୟବହାର କରୁଥିବାବେଳେ ଖେଳାଳିଙ୍କୁ ବିରାମ ମିଳିଯାଉଛି।Advertisment Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ ସୂଚନାଯୋଗ୍ୟ, ତିନି ଆୟୋଜକ ଦେଶ ଆମେରିକା, କାନାଡା, ମେକ୍ସିକୋରେ ଗ୍ରୀଷ୍ମପ୍ରବାହ ଥିବାରୁ ମ୍ୟାଚ୍ର ଉଭୟାର୍ଦ୍ଧରେ ଥରେ ଲେଖାଏଁ ୩ ମିନିଟ୍ ବିଶିଷ୍ଟ ହାଇଡ୍ରେସନ୍ ବିରତି ଦିଆଯାଉଛି।
ଯାହା ଫଳରେ ପ୍ରତି ମ୍ୟାଚ୍ ହକି ଭଳି ୪ଟି କ୍ବାର୍ଟର ବିଶିଷ୍ଟ ହୋଇଯାଉଛି।
ଏହି ପାନୀୟ ବିରତି ସମ୍ପର୍କରେ ଫ୍ରାନ୍ସ ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ମତ ନିଆଯାଇଥିବାବେଳେ ସେ ନିରପେକ୍ଷ ମତ ରଖିଥିଲେ। ""ଆମକୁ ଏହି ପ୍ରଶ୍ନ ପଚାରନ୍ତୁ ନାହିଁ।
ଆମେ ଭାରି ପ୍ରତିକ୍ରିୟାଶୀଳ।
ଆସନ୍ତାକାଲି ଯଦି ଆମେ ୨୫ ମିନିଟ୍ରେ ବି ପ୍ରାଧାନ୍ୟବିସ୍ତାର କରିବୁ ତେବେ ତେବେ ଆଉ ଏକ ହାଇଡ୍ରେସନ୍ ବିରତି ନିଆଯିବ।
ମୁଁ ଏଥି ପାଇଁ ବିରକ୍ତି ହେବି ନାହିଁ।
ଏହା କିନ୍ତୁ ଲୟକୁ ବିଗାଡ଼ିଦେଉଛି।
ଗରମ ସତ୍ତ୍ବେ ଯଦି ଆମେ ପ୍ରାଧାନ୍ୟ ବିସ୍ତାର କରୁଛୁ ତେବେ ମୁଁ ଖୁସି ହେବି" ବୋଲି ଏମ୍ବାପେ ପ୍ରକାଶ କରିଛନ୍ତି।
ଆର୍ଜେଣ୍ଟିନା ମୁଖ୍ୟ ପ୍ରଶିକ୍ଷକ ଲିଓନେଲ୍ ସ୍କଲାନି ସ୍ବୀକାର କରିଛନ୍ତି "ହାଇଡ୍ରେସନ୍ ବିରତି" ଜନିତ ପ୍ରଭାବ ସହିତ ମୁଁ ନିଜକୁ ଖାପଖୁଆଇ ନେଇଛି।
Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ୍ ଡଲାସ୍ ଇନ୍ଡୋର ଷ୍ଟାଡିୟମ୍ରେ ଖେଳାଯିବାର ଥିଲେ ମଧ୍ୟ "ହାଇଡ୍ରେସନ୍ ବିରତି" ରହିବ ବୋଲି କହିଛନ୍ତି।
ଆମେ ପରିସ୍ଥିତିର ସମୀକ୍ଷା କରୁଛୁ ଏବଂ ଏହାର ସମାଧାନ ବି କରିବୁ।
ଏହା ଯଦିଓ ଆମ ପାଇଁ ଏବେ ସ୍ବାଭାବିକ ହୋଇନାହିଁ, ତେବେ ପରିବର୍ତନକୁ ବୁଝୁଛି ା ବରୟୁ ସ୍କଲାନି କହିଥିଲେ।
ପାରାଗୁଏ ପ୍ରଶିକ୍ଷକ ଗୁସ୍ତାଭୋ ଅଲଫାରୋ ଏବଂ ଉରୁଗୁଏ ପ୍ରଶିକ୍ଷକ ମାର୍ସେଲୋ ବିଲସା ଏହାକୁ ନାପସନ୍ଦ କରି କେବଳ ବ୍ୟାବସାୟିକ ସ୍ବାର୍ଥ ବୋଲି ଦର୍ଶାଇଛନ୍ତି।
ଦୁଇଟି ଅର୍ଦ୍ଧେକକୁ ୪ଟିରେ ପରିଣତ କରିବା ଫୁଟ୍ବଲ୍ର ଗତିଶୀଳତାକୁ ରୋକୁଛି ଏବଂ ଫୁଟ୍ବଲ୍ ସଂସ୍କୃତିକୁ ନଷ୍ଠ କରୁଛି।
ଫୁଟ୍ବଲ୍କୁ ଏହାର ଚାରିତ୍ରିକ ସୌନ୍ଦର୍ଯ୍ୟ ପାଇଁ ଲୋକମାନେ ଭଲ ପାଇଥାନ୍ତି ବୋଲି ସେମାନେ କହିଛନ୍ତି।
ହଁ, "ଭାର" ବ୍ୟବସ୍ଥାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି, ଯାହାକି ମ୍ୟାଚ୍ ସମୟରେ ଆଉ ଏକ ସାମୟିକ ବିରାମ ଲଗାଇଥାଏ।"