Shivsena:ଶିବସେନାରେ ଯୋଗଦେଲେ ଶିବସେନା (ୟୁବିଟି)ର ୬ ସାଂସଦ

Jun 22, 2026 - 23:09
Shivsena:ଶିବସେନାରେ ଯୋଗଦେଲେ ଶିବସେନା (ୟୁବିଟି)ର ୬ ସାଂସଦ

"ମୁମ୍ବାଇ: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସୋମବାର ସନ୍ଧ୍ୟାରେ ଶିବସେନା (ୟୁବିଟି)ର ୬ ବିଦ୍ରୋହୀ ସାଂସଦ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେଇଛନ୍ତି।

ଓମ୍‌ରାଜେ ନିମ୍ବାଲକର (ଧାରାଶିବ), ସଞ୍ଜୟ ଦିନା ପାଟିଲ (ମୁମ୍ବାଇ ଉତ୍ତର-ପୂର୍ବ), ସଞ୍ଜୟ ଯାଦବ (ପରଭାନୀ), ସଞ୍ଜୟ ଦେଶମୁଖ (ୟବତମାଲା-ୱାସିମ୍‌), ନାଗେଶ ପାଟିଲ ଅଷ୍ଟିକର (ହିଙ୍ଗୋଲି) ଭାଓସାହେବ ବକଚୌରେ (ଶିରିଡି) ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗଦେଇଛନ୍ତି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଓ ଶିବସେନା ସିନ୍ଦେ ଗୋଷ୍ଠୀର ମୁଖ୍ୟ ଏକନାଥ ସିନ୍ଦେ ଛଅ ଜଣ ବିଦ୍ରୋହୀ ଶିବସେନା (ୟୁବିଟି) ସାଂସଦଙ୍କୁ ତାଙ୍କ ଦଳରେ ସ୍ୱାଗତ କରି କହିଛନ୍ତି ଯେ, ଅପରେସନ ଟାଇଗର ସଫଳ ଓ ଶେଷ ହୋଇଛି।

ସମସ୍ତ ଛଅ ବାଘ ଏଠାରେ ଅଛନ୍ତି।

ସେମାନେ ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ଆଦର୍ଶ ଅନୁସରଣ କରୁଥିବା ଶିବସେନାରେ ଯୋଗ ଦେଇଛନ୍ତି।

ସିନ୍ଦେ କହିଛନ୍ତି ଯେ, ସମସ୍ତ ଆବଶ୍ୟକ ପ୍ରକ୍ରିୟା ଓ ଔପଚାରିକତା ଶେଷ ହୋଇଛି ଓ ସାଂସଦମାନେ ଏବେ ଆନୁଷ୍ଠାନିକ ଭାବରେ ଶିବସେନାର ଅଂଶ।Advertisment ଆହୁରି ପଢନ୍ତୁ: Icon Farm House robbery ଆଇକନ ଫାର୍ମ ହାଉସ ଡକାୟତି ମାମଲା: ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ୭ ଗିରଫ ୨୦୨୨ ବିଦ୍ରୋହର ନେତୃତ୍ବ ନେଇଥିବା ଏକନାଥ ସିନ୍ଦେ କହିଛନ୍ତି, ପୂର୍ବରୁ ଆମେ ଧନୁ, ତୀର ଓ ଶିବସେନା ପାର୍ଟିକୁ ବଞ୍ଚେଇବାକୁ ବିଦ୍ରୋହ କରିଥିଲୁ।

ଦ୍ବିତୀୟ ପର୍ଯ୍ୟାୟ ବିଦ୍ରୋହ ଏବେ ଆରମ୍ଭ ହୋଇଛି।

ଦଳ ବଦଳ ବିରୋଧୀ ଆଇନ ଅନୁଯାୟୀ ଯୋଗ୍ୟତା ନ ହରାଇବା ପାଇଁ ବିଦ୍ରୋହୀ ସାଂସଦଙ୍କ ନିକଟରେ ମୋଟ ସାଂସଦଙ୍କ କ୍ଷମତାର ଦୁଇ-ତୃତୀୟାଂଶ ଅର୍ଥାତ୍ ୬ ସାଂସଦଙ୍କ ସମର୍ଥନ ରହିଛି।

ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଦଳ ପକ୍ଷରୁ ଜୁନ୍ ୧୭ରେ ଦିଲ୍ଲୀରେ ଜରୁରିକାଳୀନ ବୈଠକ ଡକାଯିବା ଓ ମାତ୍ର ତିନିଜଣ ସାଂସଦ ଏଥିରେ ଯୋଗଦେବା ପରେ ବିବାଦ ବଢ଼ିଥିଲା।

ସାଂସଦଙ୍କ ପରେ ବିଧାୟକଙ୍କ ପାଳି: ଉଦ୍ଧବ ଠାକ୍‌ରେଙ୍କ ବୈଠକରୁ ୩ ବିଧାୟକ ଅନୁପସ୍ଥିତଅନ୍ୟପଟେ ଶିବସେନା (ୟୁବିଟି) ସାଂସଦ ସୋମବାର ବିଧିବଦ୍ଧ ଭାବେ ଶିବସେନା (ସି‌ନ୍ଦେ) ଗୋଷ୍ଠୀରେ ମିଶିବା ପରେ ଏବେ ବିଧାୟକ ଦଳରେ ଫାଟ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି।

ଉଦ୍ଧବ ଠାକରେ ସୋମବାର ଡାକିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ତିନି ଜଣ ବିଧାୟକ ଅନୁପସ୍ଥିତ ରହିବା ପରେ ଏନେଇ ଚର୍ଚ୍ଚା ‌‌ଜୋର୍‌ ଧରିଛି।

ବୈଠକ ମହାରାଷ୍ଟ୍ର ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନ ବେଳେ ମହାୟୁତି ସରକାରଙ୍କୁ ଘେରିବାକୁ ରଣନୀତି ଉପରେ ଚର୍ଚ୍ଚା କରିବାକୁ ଡକା ଯାଇଥିଲା।

ଆହୁରି ପଢନ୍ତୁ: mud wall collapsed ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଗର୍ଭବତୀ ମହିଳା ଗୁରୁତର ଠାକରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦଳୀୟ କାର୍ଯ୍ୟାଳୟ "ଶିବାଳୟ"ରେ ବିଧାୟକ ଓ ଏମ୍‌ଏଲ୍‌ସି (ବିଧାନ ପରିଷଦ ସଦସ୍ୟ)ଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଏମ୍‌ଏଲ୍‌ସି ସୁନିଲ ସିନ୍ଦେ, ବିଧାୟକ ସଞ୍ଜୟ ପୋତନିସ୍‌ (କଲିନା) ଓ ରାହୁଲ ପାଟିଲ (ପରଭଣୀ) ଯୋଗ ଦେଇନଥିଲେ।

ପାଟିଲ କହିଛନ୍ତି, ସେ ବିଧାନ ପରିଷଦ ନିର୍ବାଚନ ଗଣନା ଓ ଠାକ୍‌ରେଙ୍କ ପରଭଣୀ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ।

ସୁନିଲ ସିନ୍ଦେ ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ସେ ନିଜ ଘରେ ଥିବାରୁ ବୈଠକ ପାଇଁ ମୁମ୍ବାଇ ଫେରୁଥିଲେ।

ପୋତନିସ୍‌ ବୈଠକକୁ ନ ଆସିବା କାରଣ କହିନାହାନ୍ତି, କିନ୍ତୁ କହିଛନ୍ତି, ସେ ଶିବସେନା (ୟୁବିଟି)ରେ ଅଛନ୍ତି।

"