Two Accused Arrested: ବନ୍ଦ ଘରୁ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍
ଛତ୍ରପୁର: ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମର କବାଟ ବନ୍ଦ ଥିବା ଏକ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ ଛାନଭିନ୍ କରି ସେହି ଗ୍ରାମର ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି।
ପୁରୁଣା ଛତ୍ରପୁର ଗ୍ରାମର ଅଭିଯୁକ୍ତ ୨ ଜଣ କାହ୍ନା ଓରଫ୍ କେଶବ ବେହେରା ଓ ବାଲି ଓରଫ୍ ଜି.ଚନ୍ଦନ ରାଓ ।
ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ମଙ୍ଗଳ ସୂତ୍ର ଓ ଗୋଟିଏ ହଳ କାନଫୁଲ, ୫ ହଜାର ଟଙ୍କା ଏବଂ ଗୋଟିଏ ସୁଜିକ୍ ମୋଟର ସାଇକେଲ ଜବତ କରିଛି ।
Advertisment ମଣିପୁରମ୍ ଗୋଲ୍ଡ ଠାରେ ସୁନାବନ୍ଧକ ରଖିଥିଲେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିବାନୁସାରେ, ଗତ ୨୦ ଓ ୨୧ ତାରିଖ ମଧ୍ୟରାତିରେ ପୁରୁଣା ଛତ୍ରପୁର ଗ୍ରାମର ବିନତି ବେହେରା(୪୬) ତାଙ୍କ ଘର ତାଲା ପକାଇ କୌଣସି କାମରେ ଛତ୍ରପୁର ଠାରୁ ବାହାରକୁ ଯାଇଥିଲେ ।
ଏହାର ସୁଯୋଗ ନେଇ ତାଙ୍କରି ଘର କବାଟର ତାଲା ଭାଙ୍ଗି ଘରେ ଥିବା ସୁନା ଓ ଟଙ୍କା କିଛି ଦୁର୍ବୃତ୍ତ ଲୁଟି ନେଇଥିଲେ ।
ଏହି ସଂକ୍ରାନ୍ତରେ ବିନତି ଗତ ୨୩ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହାକୁ ଭିତ୍ତି କରି ଥାନା ପକ୍ଷରୁ ୫୮୬/୨୬ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।
ଘଟଣାରେ ସେହି ଗ୍ରାମର ୨ ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ନେଇ ଜଣାପଡିଥିଲା ।
ସେମାନଙ୍କ ଠାରୁ ୫ ହଜାର ଟଙ୍କା ପ୍ରଥମେ ଜବତ କରାଯାଇଥିବା ବେଳେ ସୁନାର ମଙ୍ଗଳସୂତ୍ର ଓ କାନଫୁଲକୁ ବ୍ରହ୍ମପୁର ସ୍ଥିତ ମଣିପୁରମ୍ ଗୋଲ୍ଡ ଠାରେ ସୁନାବନ୍ଧକ ରଖିଥିଲେ।
ସେଠାରୁ ମଧ୍ୟ ତାହାକୁ ଜବତ କରାଯାଇଥିଲା ।
ଏହାସହ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏଭଳି କିଛି ମାମଲା ରହିଥିବା ନେଇ ତଦନ୍ତ ଜାରି ରଖାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି । chief minister mohan charan majhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତଳସ୍ତର ଯାଏ ପହଞ୍ଚାଯାଉଛି: ମୁଖ୍ୟମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
