Theft: ଡଙ୍ଗା ଭସାଇବାକୁ ଯାଇଥିଲେ ପୁରୀ; ୩ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୨୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ସୋର: ପରିବାର ସହ ପୁରୀକୁ ଡଙ୍ଗା ଭସାଇବାକୁ ଯାଇଥିଲେ ପରିବାର।
ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।
ସୂଚନା ଅନୁସାରେ ସୋର ଥାନା ଟ୍ରେଜେରୀ କଲୋନୀସ୍ଥିତ ରମେଶ ଚନ୍ଦ୍ର ବେହେରା ପରିବାର ସହ ପୁରୀ ବୁଲିବାକୁ ଯାଇଥିଲେ।
ମାତ୍ର ସକାଳେ ପଡ଼ୋଶୀଙ୍କ ଠାରୁ ଘରୁ ଚୋରି ହୋଇଥିବା ଖବର ପାଇ ପୁରୀରୁ ଫେରିଥିଲେ।
Advertisment ପରେ ଘର ଗଡରେଜରେ ଥିବା ୩ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୨୫ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇ ସୋର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ମୁଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିଥିବା ଜଣାପଡିଛି।
ଏଣେ ସୋର ନିକଟବର୍ତ୍ତୀ ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମରେ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ମାନେ ନଗଦ ଟଙ୍କା ସମେତ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।
Chhadakhai Rush Non-Vegetarian Market: ବୁଧବାର ସାଙ୍ଗକୁ ଛାଡ଼ଖାଇ, ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ସୂଚନା ଅନୁସାରେ,ଏହି ଗ୍ରାମର ସୁଶ୍ରୀ ସଂଗୀତା ପଲେଇଙ୍କ ଘରେ ଗତକାଲି ରାତିରେ ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ହଠାତ ପଶିଥିଲେ।
ପରେ ଘରେ ଥିବା ତାଙ୍କ ୮ ବର୍ଷର ପୁଅ ସୁଶାନ୍ତ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିବା ସହ ସୁଶ୍ରୀ ଓ ତାଙ୍କ ବାପାଙ୍କୁ ବାନ୍ଧି ଘର ଗଡ଼ରେଜରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ କରି ଫେରାର ହୋଇଯାଇଥିଲେ।
ଏନେଇ ସୁଶ୍ରୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ତେବେ ଏଯାବତ୍ ପୁଲିସ୍ ଦୁର୍ବୃତ୍ତମାନଙ୍କ ଟେର୍ ପାଇନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
