Nuclear Weapons: ଇସ୍ରାଏଲ ପାଖରେ ରହିଛି ଶକ୍ତିଶାଳୀ କ୍ଷେପଣାସ୍ତ୍ର: ଲକ୍ଷ୍ୟଭେଦ ପରିସରରେ ଇରାନ-ପାକିସ୍ତାନ-ମସ୍କୋ
ୱାଶିଂଟନ/ତେଲ ଅଭିଭ: ଫେଡେରେସନ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସ୍ (ଏଫଏଏସ)ର ନ୍ୟୁକ୍ଲିୟର ଇନଫର୍ମେସନ ପ୍ରୋଜେକ୍ଟର ବୈଜ୍ଞାନିକମାନେ ଇସ୍ରାଏଲର ପରମାଣୁ ଅସ୍ତ୍ର ଉପରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି।
ଯଦିଓ ଇସ୍ରାଏଲ ପରମାଣୁ ଅସ୍ତ୍ରର ଅସ୍ତିତ୍ୱକୁ ଅସ୍ୱୀକାର କରୁ ନାହିଁ କିମ୍ବା ସ୍ୱୀକାର ମଧ୍ୟ କରୁ ନାହିଁ।
ରିପୋର୍ଟରେ କୁହାଯାଇଛି, ତେଲ ଅଭିଭ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଅପଗ୍ରେଡ୍ କରୁଛି।
କିଛି ସାଟେଲାଇଟ୍ ଚିତ୍ର ମଧ୍ୟ ଡିମୋନାରେ କିଛି ନୂତନ ନିର୍ମାଣ ଦେଖାଉଛି, ଯାହା ସୂଚାଇ ଦେଉଛି ଯେ, ଇସ୍ରାଏଲ ଏକ ନୂତନ ପରମାଣୁ ରିଆକ୍ଟର ନିର୍ମାଣ କରୁଛି।
'ଇସ୍ରାଏଲ୍ ନ୍ୟୁକ୍ଲିୟର ଅସ୍ତ୍ର-୨୦୨୬' ଶୀର୍ଷକ ଏହି ଗବେଷଣା ରିପୋର୍ଟରେ ଲଢୁଆ ଜେଟ୍, ଜେରିକୋ ବାଲିଷ୍ଟିକ୍ ମିସାଇଲ୍ ଏବଂ ଡଲଫିନ୍-ଶ୍ରେଣୀର ବୁଡ଼ାଜାହାଜ ବ୍ୟବହାର କରି ଇସ୍ରାଏଲ୍ କିପରି ଦ୍ରୁତ ଗତିରେ ନିଜର ନ୍ୟୁକ୍ଲିୟର ଆକ୍ରମଣ କ୍ଷମତାକୁ ଅପଗ୍ରେଡ୍ କରୁଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।
Advertisment ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ସୁଦ୍ଧା ଇସ୍ରାଏଲ ପାଖରେ ଏବେ ବି ୯୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି।
ଅନୁମାନ କରାଯାଉଛି ଯେ, ଇସ୍ରାଏଲ ଏହି ପରମାଣୁ ଅସ୍ତ୍ରଗୁଡ଼ିକୁ ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ଏବଂ ବୁଡ଼ାଜାହାଜ ଆଧାରିତ କ୍ରୁଜ୍ କ୍ଷେପଣାସ୍ତ୍ରରୁ ନିକ୍ଷେପ କରିବା ପାଇଁ ଡିଜାଇନ୍ କରିଛି।
ସାଟେଲାଇଟ୍ ଚିତ୍ରରୁ ପରିଲକ୍ଷିତ ଇସ୍ରାଏଲ ପ୍ରାୟ ୮୦୦ ରୁ ୧,୦୦୦ କିଲୋଗ୍ରାମ ପ୍ଲୁଟୋନିୟମ୍ ସଂଗ୍ରହ କରିଛି।
ଏହାକୁ ବ୍ୟବହାର କରି ବିଭିନ୍ନ କ୍ଷମତାର ୧୦୦ରୁ ୨୦୦ ନୂତନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ଦେଶ ସକ୍ଷମ।
ନେଗେଭ ମରୁଭୂମିରେ ଥିବା ଶିମୋନ ପେରେସ ନେଗେଭ ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟର(ଡିମୋନା)ରେ ଗଭୀର ଖନନ, ନୂତନ ଭୂତଳ ସୁଡ଼ଙ୍ଗ ଏବଂ ବୃତ୍ତାକାର ଗଠନ ସାଟେଲାଇଟ୍ ଚିତ୍ରରୁ ପରିଲକ୍ଷିତ ହୋଇଛି।
ପରମାଣୁ ଆକ୍ରମଣ କ୍ଷମତାକୁ ବୃଦ୍ଧି ଇସ୍ରାଏଲ ଡିମୋନା କେନ୍ଦ୍ରକୁ ୨୦୪୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବା ଯୋଜନା ନେଇ କାର୍ଯ୍ୟ କରୁଛି।
ଇସ୍ରାଏଲ ନିଜର ପୁରୁଣା ଡଲଫିନ-ଶ୍ରେଣୀର ବୁଡ଼ାଜାହାଜଗୁଡ଼ିକୁ ନୂତନ, ବଡ଼, ଜର୍ମାନ-ନିର୍ମିତ ଡାକାର-ଶ୍ରେଣୀର ବୁଡ଼ାଜାହାଜ ସହିତ ବଦଳାଇବାକୁ ପ୍ରସ୍ତୁତ ହେଉଛି।
ଜର୍ମାନୀ ୨୦୩୦ ସୁଦ୍ଧା ଇସ୍ରାଏଲକୁ ଏହି ବୁଡ଼ାଜାହାଜଗୁଡ଼ିକ ଯୋଗାଇ ଦେବ ବୋଲି ଆଶା କରାଯାଉଛି।
ଏହା ଇସ୍ରାଏଲର ପରମାଣୁ ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବ।
ଆକାଶ ମାର୍ଗରେ ପରମାଣୁ ଆକ୍ରମଣ କ୍ଷମତା ପାଇଁ ଇସ୍ରାଏଲ ପାଖରେ ଆମେରିକୀୟ ଏଫ-୩୫ ଗୁପ୍ତ ଯୁଦ୍ଧ ବିମାନ ଅଛି।
ଏହା ପରମାଣୁ ଆକ୍ରମଣ କରିବାକୁ ସକ୍ଷମ।
ନାଟୋ ଦେଶଗୁଡ଼ିକର ଏଫ୍-୩୫ ବିମାନ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ।
ତେବେ ଇସ୍ରାଏଲ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସ୍ଥାପିତ କରିବା ପାଇଁ ନିଜର ଏଫ-୩୫ ବିମାନକୁ ଅପଗ୍ରେଡ୍ କରିଛି କି ନାହିଁ ତାହା ଅଜଣା ରହିଛି।
ଛଅଟି ଡଲଫିନ୍ ଶ୍ରେଣୀର ବୁଡ଼ାଜାହାଜ ସ୍ଥଳଭିତ୍ତିକ ପରମାଣୁ ଆକ୍ରମଣ କ୍ଷମତାରେ ଇସ୍ରାଏଲ ପାଖରେ ଜେରିକୋ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି।
ରିପୋର୍ଟ ଅନୁସାରେ ଇସ୍ରାଏଲ ପାଖରେ ପ୍ରାୟ ୫୦ଟି ଜେରିକୋ କ୍ଷେପଣାସ୍ତ୍ର ଅଛି।
ଇସ୍ରାଏଲ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ପରିସରକୁ ୧,୫୦୦ କିଲୋମିଟରରୁ ୪,୦୦୦ କିଲୋମିଟରକୁ ବୃଦ୍ଧି କରିଛି।
ଫଳରେ ଲକ୍ଷ୍ୟଭେଦ କ୍ଷମତା ଇରାନରୁ ଆରମ୍ଭ କରି ପାକିସ୍ତାନ ଏବଂ ମସ୍କୋ ପର୍ଯ୍ୟନ୍ତ ରହିଛି।
ବୁଡ଼ାଜାହାଜ ପରମାଣୁ ଆକ୍ରମଣ କ୍ଷମତାରେ ଇସ୍ରାଏଲ ପାଖରେ ବର୍ତ୍ତମାନ ଛଅଟି ଡଲଫିନ୍ ଶ୍ରେଣୀର ବୁଡ଼ାଜାହାଜ ଅଛି।
ଏହା ସହିତ ଇସ୍ରାଏଲ ପରବର୍ତ୍ତୀ ପିଢ଼ିର ତିନୋଟି ବୁଡ଼ାଜାହାଜ ପାଇଁ ଜର୍ମାନୀ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି।
ଇସ୍ରାଏଲ ହାଇଫା ନୌସେନା ଘାଟିରୁ ଏହାର ବୁଡ଼ାଜାହାଜ ପରିଚାଳନା କରିଥାଏ। chief minister mohan charan majhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତଳସ୍ତର ଯାଏ ପହଞ୍ଚାଯାଉଛି: ମୁଖ୍ୟମନ୍ତ୍ରୀ ଆମେରିକୀୟ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଡିମୋନା ପରମାଣୁ ସ୍ଥାନରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ ଚାଲିଛି।
ବୈଜ୍ଞାନିକଙ୍କ ଅନୁସାରେ,ପରମାଣୁ ରିଆକ୍ଟରର ଜୀବନକାଳ ଶେଷ ହେବାକୁ ଯାଉଛି।
କିନ୍ତୁ ଇସ୍ରାଏଲୀ ବୈଜ୍ଞାନିକମାନେ ଏହାକୁ ୨୦୪୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବାକୁ ଚାହୁଁଛନ୍ତି।
୨୦୨୬ରେ ନିଆଯାଇଥିବା ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଏକ ବୃତ୍ତାକାର ଗଠନର ନିର୍ମାଣ ଦର୍ଶାଉଛି, ଯାହା ଏକ ନୂତନ ପରମାଣୁ ରିଆକ୍ଟର କିମ୍ବା ଏକ ସଂରକ୍ଷଣ ଟ୍ୟାଙ୍କ୍ ହୋଇପାରେ।
ଇସ୍ରାଏଲ ଏନପିଟିର ସ୍ୱାକ୍ଷରକାରୀ ନୁହେଁ, ତେଣୁ ଏହା ଅନ୍ୟ କୌଣସି ଦେଶରୁ ପରମାଣୁ ରିଆକ୍ଟର କିଣିପାରିବ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
