Kartika Purnima: ଦିଲ୍ଲୀରେ ଗୁଞ୍ଜିଲା ‘ଆ କା ମା ବୈ’: ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

Nov 25, 2026 - 07:33
Kartika Purnima: ଦିଲ୍ଲୀରେ ଗୁଞ୍ଜିଲା ‘ଆ କା ମା ବୈ’: ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି।

ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ, ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ସହିତ ସକାଳୁ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା।

ପୁର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା।

ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ବେଶ ଉତ୍ସବ ମୁଖର ହୋଇପଡିଥିବାର ଲକ୍ଷ୍ୟ କରାଯାଇଥିଲା।

Advertisment ଦର୍ଶକମାନଙ୍କ ମଧ୍ୟରେ ବୋଇତ ଭସାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିଲା।

ବଢ଼ି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଚାରିଦିଅଁଙ୍କର ସାମନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।

ଏହାପରେ ଫୁଆରାର ପୋଖରୀ କୂଳରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତଟିକୁ ପୂଜା କରାଯାଇଥିଲା।

ଉପସ୍ଥିତ ମହିଳାମାନେ ବୋଇତର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ସମାରୋହରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କର ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଓ ଇଣ୍ଡିଆ ହାବିଟାଟ ସେଣ୍ଟରର ନିର୍ଦ୍ଦେଶକ କେ.ଜି.ସୁରେଶ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟ ଆୟୋଜକ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କର ତତ୍ତ୍ୱାବଧାନରେ ଆଗନ୍ତୁକ ଅତିଥି ଅଭ୍ୟାଗତମାନଙ୍କ ଦ୍ୱାରା ପାରମ୍ପରିକ ଢଙ୍ଗରେ 'ଆ-କା-ମା-ବୈ' ଧ୍ୱନୀ ଉଚ୍ଚାରଣ କରାଯିବା ସହିତ ସୁଶୋଭିତ ବୋଇତଟିର ଯାତ୍ରା ଶୁଭାରମ୍ଭ ହୋଇଥିଲା I ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ବୋଇତ ସମଗ୍ର ଗଗନ ପବନ ହରିବୋଲ, ହୁଳହୁଳି ଏବଂ ଶଙ୍ଖଧ୍ଵନୀ, ଭଜନ-କୀର୍ତ୍ତନର ସୁଲଳିତ ସ୍ୱର ଝଙ୍କାର ତଥା ଘଣ୍ଟ, ଝାଞ୍ଜ ଓ ମୃଦଙ୍ଗ ଆଦି ବାଦ୍ୟର ଘୋରଘର୍ଘର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ।

ଓଡ଼ିଆ ଜାତିର ମାନ, ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ବୋଇତଟି ଫୁଆରାର ଚତୁଃପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ ଅନନ୍ୟ ଓ ଅବିସ୍ମରଣୀୟ ଥିଲା।

ଅତୀତରେ ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା ,ବାଲି ଓ ବୋର୍ଣ୍ଣିଓ ଆଦି ଦ୍ବୀପକୁ ବେପାର ବଣିଜ ପାଇଁ ଯାତ୍ରା କରୁଥିବାର ସାଙ୍କେତିକ ଝଲକ ଏଠାରେ ମିଳିଥିଲା।

ଓଡ଼ିଶାର ନୌବାଣିଜ୍ୟର ସ୍ୱର୍ଣ୍ଣାଭ ଇତିହାସ, ଗୌରବମୟ ପରମ୍ପରା ଏବଂ ମହାନ ସାଂସ୍କୃତିକ ଐତିହ୍ୟର ଅପୂର୍ବ ରୂପାୟନ ଉପସ୍ଥିତ ଦେଖଣାହାରୀମାନଙ୍କୁ ଅଭିଭୂତ କରି ଦେଇଥିଲା ।

ଉତ୍ସବର ମୁଖ୍ୟ ଆକର୍ଷଣ ମୁମ୍ବାଇ ରୁ ଆସିଥିବା କମଲେସ ପଟେଲ ଙ୍କର ହୁଇଲ ଚେୟାର ନୃତ୍ୟ ଥିଲା।

ସୁନାମଧନ୍ୟ ସଂଗୀତଞ୍ ସୁଧାକର ମିଶ୍ର,ଶୈଳଭାମା ମହାପାତ୍ରଏବଂ ଉପାସନା ସାହୁ ଙ୍କର ଭଜନ ପରିବେଷଣ ବେଶ ମନୋରଞ୍ଜକ ଥିଲା।

ଗୁରୁ ନିତ୍ୟାନନ୍ଦ ଦାସଙ୍କ ଶିଷ୍ୟ ସତ୍ୟବ୍ରତ ସାହୁ ଓ ତାଙ୍କ ଦଳଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ ମଧ୍ଯ ବେଶ ଭାବୋଦ୍ଦୀପକ ଥିଲା ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।

Mahaprabhu: ରାଜାଧିରାଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ସମଗ୍ର ବୋଇତ ବନ୍ଦାଣ ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ଶ୍ରୀ ନୀଳାଚଳ ସେବାସଙ୍ଘର ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପଦେଷ୍ଟା ବରିଷ୍ଠ ଆଇନ ଜିବୀ ଅବନୀ ସାହୁ, କାର୍ଯ୍ୟକର୍ତ୍ତା ବୃନ୍ଦ ଯଥା :- ରବି ପାଣି, ଗଜେନ୍ଦ୍ର ପ୍ରସାଦ ସାମନ୍ତ ,ପଙ୍କଜ ମହାନ୍ତି, ଅଭୟ ପ୍ରଧାନ, ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର, ଅଭିରାମ ସୁତାର, ଅଶୋକ ପ୍ରଧାନ (ଖ), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ନିଶୀଦ୍ଧ କୁମାର ଦାସ, ରଙ୍କନିଧି ସାହୁ,ଦିଲ୍ଲୀପ କୁମାର ସ୍ୱାଇଁ,ବିଜୟ କୁମାର ସାହୁ, ଅମୁଲ୍ୟ ଓଝା, ସୁକାନ୍ତ ସାହୁ , ବିଧାନ ଜେନା, ଅଫିସର ରାଉତ, ସୁରଜ ନାୟକ, ପ୍ରଦୀପ ସ୍ୱାଇଁ, ଉପେନ୍ଦ୍ର ବେହେରା, ଦିଲ୍ଲୀପ ରାଉତ, ଗିରିଧାରୀ ମହାନ୍ତି ଏବଂ ମନ୍ଦିର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା ଓ ମନ୍ଦିରର ପୂଜକବୃନ୍ଦ ଯଥା ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା, କାଳନ୍ଦୀ ଚରଣ ବଡ଼ୁ ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)