Three Cyclones in a Row: ଷ୍ଟ୍ରଙ୍ଗ ଏଲନିନୋ ପ୍ରଭାବରେ ଆସୁଛି ବାତ୍ୟା, ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ
ଅର୍ଣ୍ଣବ, ମୁରାସୁ, ଅକୱାନ ପରେ ଚିନ୍ତା ବଢାଇଛି ଆଉ ଏକ ଘୂର୍ଣ୍ଣିବଳୟ।
ପଛକୁ ପଛ ୩ଟି ବାତ୍ୟା।
ଏହାର ମୁଖ୍ୟ କାରଣ ହେଉଛି ଷ୍ଟ୍ରଙ୍ଗ ଏଲନିନୋ।
ଏଲନିନୋ ପାଇଁ ମହାସାଗରର ତାପମାତ୍ରା ସାଧାରଣଠାରୁ ବୃଦ୍ଧି ପାଇଥାଏ।
ପାଣିପାଗ ଓ ପବନର ପ୍ରବାହକୁ ପ୍ରଭାବିତ କରିଥାଏ ଯାହାଦ୍ବାରା ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ।
ଏବଂ ପରେ ତାହା ବାତ୍ୟାର ରୂପ ନେଇଥାଏ।
ବେଳେ ସମୁଦ୍ରର ତାପମାତ୍ରା, ବାୟୁଚାପ ଓ ପବନର ପରିସ୍ଥିତି ପାଇଁ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ।
Advertisment ଏଲନିନୋ ପାଇଁ ୩୯ ବର୍ଷ ତଳେ ଯେଉଁଭଳି ଅକ୍ଟୋବର-ନଭେମ୍ବରରେ ଗୋଟିଏ ପରେ ଗୋଟିଏ ତିନିଟି ବାତ୍ୟା ସୃଷ୍ଟି ହୋଇଥିଲା, ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର।
୧୯୮୭ରେ ବି ୩ଟି ବାତ୍ୟା ଆସିଥିଲା ଏବଂ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପ୍ରଭାବ ପକାଇଥିଲା।
୧୯୮୭ ବି ଥିଲା ଶକ୍ତିଶାଳୀ ଏଲନିନୋ ବର୍ଷ।
କେବଳ ସେତିକି ନୁହେଁ, ସେବର୍ଷ ବି ସ୍ବଳ୍ପ ବୃଷ୍ଟିପାତ ହୋଇଥିଲା, ଏଥର ବି ସ୍ବଳ୍ପ ବୃଷ୍ଟିପାତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
