FIR Against GAIL India Over Road Excavation: ‘ଗେଲ୍ ଇଣ୍ଡିଆ’ ବିରୋଧରେ ସଂଗୀନ ଅଭିଯୋଗ, ରାଜଧାନୀରେ ୧୨ଟି ରାସ୍ତା ଖୋଳି ହେଉନି ମରାମତି
'ଗେଲ୍ ଇଣ୍ଡିଆ' ବିରୋଧରେ ଥାନାରେ ଏତଲା।
ରାସ୍ତା ଖୋଳାଖୋଳି ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ।
ତେବେ ଗତ କାଲି ଭୁବନେଶ୍ୱର ଓମଫେଡ୍ ଛକରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା।
ଯୁବକ ଜଣକ ବାଇକ୍ ରେ ଯାଉଥିବା ସମୟରେ ରାସ୍ତାରେ ଥିବା ଏକ ଖାଲରେ ପଡ଼ିଯାଇଥିଲେ।
ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା।
Advertisment ତେବେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଆଣିଛନ୍ତି ସଂଗୀନ ଅଭିଯୋଗ।
GAIL INDIA ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ।
ରାସ୍ତା ଖୋଳାଖୋଳି ଯୋଗୁଁ ଜୀବନ ଯାଇଥିବା ଏତଲାରେ ଦର୍ଶାଇଛନ୍ତି।
ଏନେଇ GAIL INDIA କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା DCP ସୂଚନା ଦେଇଛନ୍ତି।
ଅନ୍ୟପଟେ ରାଜଧାନୀର ୧୨ଟି ରାସ୍ତା ଖୋଳାଯାଇ ଦୀର୍ଘଦିନ ଧରି ମରାମତି ହେଉନଥିବା ନେଇ ପୂର୍ବରୁ ପୂର୍ତ୍ତ ବିଭାଗ ମଧ୍ୟ ଗେଲ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଥିଲା।
ଗତ ଅକ୍ଟୋବର ୧୪ ତାରିଖରେ ଏନେଇ ଚିଠି ଲେଖାଯାଇଥିଲା।
କିନ୍ତୁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ରାସ୍ତା ମରାମତି ନେଇ ଗେଲ ଇଣ୍ଡିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
