Amur Falcon: ୧୦୧ ଘଣ୍ଟା ଧରି ନିରନ୍ତର ଉଡ଼ିଲା ଅମୁର ଫାଲକନ୍ ‘ଆଲାଙ୍ଗ’, ୫୭୦୦ କିମି ଅତିକ୍ରମ କରି ପହଞ୍ଚିଲା ସୋମାଲିଆ
ପ୍ରକୃତିର ଅଦ୍ଭୁତ ସୃଷ୍ଟି ମଧ୍ୟରୁ ଅନ୍ୟତମ ହେଉଛି ପକ୍ଷୀଙ୍କ ଦୀର୍ଘ ଦୂରତା ଅତିକ୍ରମ କରିବାର କ୍ଷମତା।
ଅମୁର୍ ଫାଲକନ୍ ହେଉଛି ଏକ ଛୋଟ ଆକାରର ପ୍ରବାସୀ ଶିକାରୀ ପକ୍ଷୀ, ଯିଏ ବାଜ ପକ୍ଷୀ ଭାବରେ ମଧ୍ୟ ପରିଚିତ।
ନା କୌଣସି ଜାଗାରେ ବିଶ୍ରାମ, ନା କୌଣସି ସ୍ଥାନରେ ରହିବାର।
ଶୁଣିବାକୁ ଟିକ୍କେ ଆଶ୍ଚର୍ଯ୍ୟ ଲାଗିପାରେ ସତ କିନ୍ତୁ ଏବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।
ମଣିପୁର ଠାରୁ ଉଡ଼ାଣ ଭରିଥିବା ଅମୁର୍ ଫାଲକନ୍ (ଅଲଂଙ୍ଗ) ଏହି ଘଟଣାକୁ ସତ କରିଦେଖାଇଛି।
ମାତ୍ର ୧୫୦ ଗ୍ରାମ ଓଜନର ଏହି ପକ୍ଷୀ ମଣିପୁରରୁ ଉଡ଼ାଣ ଆରମ୍ଭ କରି ୧୦୧ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଉଡ଼ି ୫୭୦୦ କିଲୋମିଟର ଦୂର ସୋମାଲିଆରେ ପହଞ୍ଚିଛି।
Advertisment ଯାତ୍ରା ଜାରି ରଖିଛି 'ଆପାପାଙ୍ଗ' ଏହି ଅଦ୍ଭୁତ ଯାତ୍ରା ସମ୍ପର୍କରେ ତାମିଲନାଡୁର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ, ଆଲାଙ୍ଗର ସାଥୀ ପୁରୁଷ ଅମୁର ଫାଲକନ୍ 'ଆପାପାଙ୍ଗ' ମଧ୍ୟ ନିଜର ଯାତ୍ରା ଜାରି ରଖିଛି।
ଏହା ୯୫ ଘଣ୍ଟାରେ ପ୍ରାୟ ୪୧୦୦ କିଲୋମିଟର ଦୂରତା ଅତିକ୍ରମ କରି ଆଫ୍ରିକା ଅଭିମୁଖେ ଉଡ଼ୁଛି।
ଏହି ଦୁଇ ପକ୍ଷୀଙ୍କ ଯାତ୍ରାକୁ ନେଇ ବନ୍ୟପ୍ରାଣୀପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
Unbelievable but true !
Alang has made it to Somalia !
5,700 km in 101 hours of NONSTOP flying!
No rest, no landing, just sheer endurance across the Arabian Sea!
And Apapang is still flying !
4,100 km covered in 95 hours, NONSTOP!
Magnificent little champions are blazing across… https://t.co/c5E6hBzyFx pic.twitter.com/sdRXK96PgG — Supriya Sahu IAS (@supriyasahuias) November 21, 2026 ଆଫ୍ରିକା ଅଭିମୁଖେ ଉଡ଼ାଣ ସୂଚନା ଅନୁସାରେ, ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାର ଚିଉଲୁଆନ୍ ଅଞ୍ଚଳରେ ପ୍ରାୟ ୨୫ ଦିନ ରହିବା ପରେ ଏହି ଦୁଇ ପକ୍ଷୀ ଆଫ୍ରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ।
ଏହି ସମୟରେ ସେମାନେ କୀଟପତଙ୍ଗ ଖାଇ ଦୀର୍ଘ ଯାତ୍ରା ପାଇଁ ଶରୀରରେ ଶକ୍ତି ସଞ୍ଚୟ କରିଥିଲେ।
ଆରବ ସାଗର ଉପରେ ହଜାର ହଜାର କିଲୋମିଟର ଉଡ଼ିବା ସେମାନଙ୍କ ଯାତ୍ରାର ସବୁଠାରୁ କଠିନ ପର୍ଯ୍ୟାୟ।
କାରଣ ଏହି ସମୁଦ୍ର ମଧ୍ୟରେ ବିଶ୍ରାମ ନେବା କିମ୍ବା ଖାଦ୍ୟ ଖୋଜିବା ପାଇଁ କୌଣସି ସ୍ଥାନ ନାହିଁ।
ପ୍ରବାସୀ ପ୍ରଜାତି ପକ୍ଷୀ ଅମୁର ଫାଲକନ୍ ଅମୁର ଫାଲକନ୍ ହେଉଛି ଏକ ପ୍ରବାସୀ ପକ୍ଷୀ ପ୍ରଜାତି।
ଏମାନେ ସାଧାରଣତଃ ପୂର୍ବ ରୁଷିଆ, ଉତ୍ତର-ପୂର୍ବ ଚୀନ୍ ଓ ମଙ୍ଗୋଲିଆରେ ପ୍ରଜନନ କରିବା ପରେ ଶୀତ ଋତୁରେ ଆଫ୍ରିକାର ଦକ୍ଷିଣ ଓ ପୂର୍ବ ଅଞ୍ଚଳକୁ ଯାତ୍ରା କରନ୍ତି।
ଏହି ଯାତ୍ରା ସମୟରେ ଭାରତର ମଣିପୁର ଓ ନାଗାଲାଣ୍ଡ ଭଳି ଅଞ୍ଚଳରେ ହଜାର ହଜାର ପକ୍ଷୀ ଏକାଠି ହୁଅନ୍ତି।
ଏଠାରେ ସେମାନେ କିଛି ସମୟ ରହି ଖାଦ୍ୟ ସଂଗ୍ରହ କରିବା ସହ ଦୀର୍ଘ ଉଡ଼ାଣ ପାଇଁ ଶକ୍ତି ସଞ୍ଚୟ କରନ୍ତି।
ସୀମାରେ ଗୁଳିବର୍ଷାରୁ ଆରମ୍ଭ ପିଲାଦିନ, ଏବେ ଡିଏସ୍ପି ଏହି ପକ୍ଷୀମାନଙ୍କ ଗତିବିଧି ଓ ପ୍ରବାସୀ ଯାତ୍ରାକୁ ଅନୁଧ୍ୟାନ କରିବା ପାଇଁ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡ଼ବ୍ଲ୍ୟୁ ଆଇଆଇ)ର ବୈଜ୍ଞାନିକମାନେ ୨୦୨୫ ନଭେମ୍ବରରେ ଆଲାଙ୍ଗ ଓ ଆପାପାଙ୍ଗ ସମେତ ଅନ୍ୟ ଏକ ପକ୍ଷୀ 'ଆହୁ'କୁ ସାଟେଲାଇଟ୍ ଟ୍ରାନ୍ସମିଟର୍ ଲଗାଇଥିଲେ।
ଏହା ମାଧ୍ୟମରେ ସେମାନଙ୍କ ଉଡ଼ାଣର ଦିଗ, ଦୂରତା ଓ ଯାତ୍ରା ସମୟ ସମ୍ପର୍କରେ ତଥ୍ୟ ମିଳୁଛି।
ଏହି ଅନୁଧ୍ୟାନ ଦ୍ୱାରା ପ୍ରବାସୀ ପକ୍ଷୀଙ୍କ ଜୀବନଚକ୍ର ଓ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବା ସହ ମଣିପୁରରେ ସେମାନଙ୍କ ବାସସ୍ଥଳୀ ସୁରକ୍ଷାର ଆବଶ୍ୟକତା ମଧ୍ୟ ସ୍ପଷ୍ଟ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
