Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍‌

Nov 08, 2026 - 00:56
Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍‌

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ଏମଏମସି ରୋଡ଼ ନାଏରା ପେଟ୍ରୋଲ ପମ୍ପ ସମ୍ମୁଖ ଘରୁ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କ ଘରେ ଚୋରମାନେ ଘର ସମ୍ମୁଖରେ ପଡିଥିବା ତାଲା ଭାଙ୍ଗି ଘରେ ପଶି କଳାକନା ବୁଲେଇଥିବା ଦେଖିବାକୁ ମିଳିଛି।

ବ୍ୟବସାୟୀ ନାରାୟଣ ସାହୁଙ୍କ ଘରେ ଚୋରି ହୋଇଥିବା ନେଇ ସୂଚନା ମିଳିଛି।

Advertisment ଶୁକ୍ରବାର ନାରାୟଣ ସାହୁ ନିଜ ପରିବାର ସହ ବ୍ରହ୍ମପୁର ଯାଇଥିବା ବେଳେ ଘର ତାଲା ପଡ଼ିଥିଲା।

ବ୍ୟବସାୟୀ ସାହୁଙ୍କ ସୂଚନା ଅନୁସାରେ ସେ ରାତି ୨ଟା ବେଳେ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ଘର ଗ୍ରିଲ କବାଟ ତାଲା ଲାଗିବା ଲୁହା ବଳା ଭଙ୍ଗା ଯାଇଥିବା ଦେଖି ଭିତରେ ପଶିଥିଲେ ଠିକ ସେହିପରି ଉପର ମହଲରେ ଥିବା ଘର କବାଟ ତାଲା ଭାଙ୍ଗି ଘର ଖୋଲା ଦେଖିଥିଲେ।

ଦୌଡ଼ି ଯାଇ ଦେଖିଲା ବେଳକୁ ଘରେ ଥିବା ଆସବାବ ପତ୍ର ଲୁଗା ପଟା ବିଛେଇ ହୋଇ ପଡ଼ିଥିବା ବେଳେ ସମସ୍ତ ଆଲମିରା ଖୋଲା ପଡ଼ିଛି।

ଚୋରମାନେ ଘରର ସମସ୍ତ ସ୍ଥାନ ଖୋଜା ଖୋଜି କରି ଆଲମିରାରେ ଏକ ବ୍ୟାଗ ରେ ନଗଦ ୩ ଲକ୍ଷ ଟଙ୍କା ଓ ଅନ୍ୟ ଏକ ଜାଗାରୁ ଗୋଟିଏ ସୁନା ମୁଦି, ହଳେ ପାଉଁଝି ନେଇଯାଇଥିବା ଦେଖିଥିଲେ।

Theft: ହାଇସ୍କୁଲରେ କଳାକନା ବୁଲେଇଲେ ଚୋର, ୩୦ରୁ ୩୫ ହଜାର ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ ନାରାୟଣ ସାହୁ ଘଟଣା ବିଷୟରେ ପୁଲିସକୁ ଲିଖିତ ଏତଲା ଦେଇଥିବା ବେଳେ ସ୍ଥାନୀୟ ପୋଲିସ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚାଲିଛି।

ଏନେଇ ଥାନା କେସ୍ ନଂ ୧୮୩/୨୬ ରେ ମାମଲା ରୁଜୁ କରି ସନ୍ଧନୀ କୁକୁର ଡାକି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ନିଜେ ଆଇଆଇସି ବିଜୟ କୁମାର ସ୍ଵାଇଁ ରହିଥିବା ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)