Air Force: ଭାରତୀୟ ବାୟୁସେନାର ବିଶ୍ବ ରେକର୍ଡ
ନୂଆଦିଲ୍ଲୀ : ହିମାଳୟ ର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଭାରତୀୟ ବାୟୁସେନା ନୂଆ ଇତିହାସ ରଚିଛି।
ଲଦାଖର ୧୩,୬୨୯ ଫୁଟ୍ ଉଚ୍ଚତାରେ ଅବସ୍ଥିତ ନ୍ୟୋମା ବାୟୁସେନା ଘାଟିରେ ଭାରତୀୟ ବାୟୁସେନାର ଆଇଏଲ୍-୭୬ ଏମ୍ଡି ବିମାନ ସଫଳତାର ସହ ଅବତରଣ କରିଛି।
ସର୍ବୋଚ୍ଚ ଉଚ୍ଚତାରେ ଏହି ଅବତରଣ ସହ ଭାରତୀୟ ବାୟୁସେନା ଏକ ନୂଆ ରେକର୍ଡ କରିଛି।
ଚୀନ୍ ସୀମାର ଅତି ନିକଟରେ ଭାରତର ଏହି ରଣନୈତିକ ବାୟୁସେନା ଘାଟିରେ ଏଭଳି ସଫଳତା ଦେଶର ସାମରିକ ପରିବହନ କ୍ଷମତା ଓ ପ୍ରତିରକ୍ଷା ପ୍ରସ୍ତୁତିକୁ ନୂଆ ଶକ୍ତି ଦେଇଛି।
Advertisment ଭାରତୀୟ ବାୟୁସେନା ପକ୍ଷରୁ ଶନିବାର ଏହି ଐତିହାସିକ ସଫଳତା ସଂକ୍ରାନ୍ତ ଘୋଷଣା କରାଯାଇଛି।
ଶୁକ୍ରବାର ଆଇଏଲ୍-୭୬ ଏମ୍ଡି ହେଭି-ଲିଫ୍ଟ ବିମାନ ଲଦାଖର ନ୍ୟୋମା ଏୟାରବେସ୍ରେ ସଫଳତାର ସହ ଅବତରଣ କରିଥିଲା।
ସମୁଦ୍ରପତ୍ତନଠାରୁ ୧୩,୬୨୯ ଫୁଟ୍ ଉଚ୍ଚତାରେ ଥିବା ଏହି ବାୟୁସେନା ଘାଟିରେ ଏଭଳି ଭାରୀ ପରିବହନ ବିମାନ ଅବତରଣ ଭାରତୀୟ ବାୟୁସେନାର ବୈଷୟିକ ଦକ୍ଷତା ଓ ପାଇଲଟ୍ଙ୍କ ଅସାଧାରଣ କୌଶଳର ପ୍ରମାଣ ଦେଇଛି।
ଆହୁରି ପଢନ୍ତୁ : Dead: ଥାନା ପରିସରରେ ଥିବା କ୍ୱାଟର ଭିତରୁ ଏସ୍ଆଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ଏହି ସଫଳତାକୁ ନେଇ ବାୟୁସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛି ଯେ, ବିମାନର ଦୀର୍ଘସ୍ଥାୟୀ କ୍ଷମତା ସହ ଏହାର କ୍ରୁ ସଦସ୍ୟଙ୍କ ଅସାଧାରଣ ଦକ୍ଷତା, ସଠିକତା ଓ ବୃତ୍ତିଗତ ନିପୁଣତାର ଏହା ଏକ ଚମତ୍କାର ପ୍ରଦର୍ଶନ।
ଏହି ସଫଳତା ଭାରତର ରଣନୈତିକ ଏୟାରଲିଫ୍ଟ କ୍ଷମତାକୁ ଆହୁରି ସୁଦୃଢ଼ କରିଛି।
ନ୍ୟୋମା ବାୟୁସେନା ଘାଟିର ରଣନୈତିକ ଗୁରୁତ୍ୱ ଅତ୍ୟନ୍ତ ଅଧିକ।
ଏହା ଚୀନ୍ ସହ ବିବାଦୀୟ ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ମାତ୍ର ୨୩ କିଲୋମିଟର ଦୂରରେ ଅବସ୍ଥିତ।
ଏହି ଏୟାରବେସ୍ର ଉଦ୍ଘାଟନ ନଭେମ୍ବର ୨୦୨୫ରେ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
