Parking: ପାର୍କିଂ ବିବାଦରୁ ହତ୍ୟାକାଣ୍ଡ, ପୂର୍ବତନ ଟେକ୍ ମହିନ୍ଦ୍ରା ଅଧିକାରୀଙ୍କୁ ଗୁଳିକରି ହତ୍ୟା

Nov 07, 2026 - 22:48
Parking: ପାର୍କିଂ ବିବାଦରୁ ହତ୍ୟାକାଣ୍ଡ, ପୂର୍ବତନ ଟେକ୍ ମହିନ୍ଦ୍ରା ଅଧିକାରୀଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ : ସାମାନ୍ୟ ପାର୍କିଂ ବିବାଦ କିଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ର ରୂପ ନେଇପାରେ, ତାହାର ଏକ ଚାଞ୍ଚଲ୍ୟକର ଉଦାହରଣ ସାମ୍ନାକୁ ଆସିଛି।

ଗାଡ଼ି ପାର୍କିଂ ଏବଂ କୁକୁରର ମଳତ୍ୟାଗକୁ ନେଇ ପଡ଼ୋଶୀଙ୍କ ସହ ଦୀର୍ଘଦିନର ବିବାଦ ଶେଷରେ ଜଣେ ପୂର୍ବତନ ଟେକ୍ ମହିନ୍ଦ୍ରା ଅଧିକାରୀଙ୍କ ଜୀବନ ନେଇଛି।

ତାଙ୍କ ଉପରକୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ପ୍ରାୟ ୧୫ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ସେଥିରୁ ୯ଟି ଗୁଳି ତାଙ୍କ ଦେହରେ ବାଜିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପଡ଼ୋଶୀକୁ ପୁଲିସ ଗିରଫ କରିଛି।

Advertisment ହରିୟାଣା ର ଫରିଦାବାଦ ସେକ୍ଟର-୨୧ସି ଅଞ୍ଚଳରେ ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ମୃତକ ହେଉଛନ୍ତି ପରମଜିତ ଧନଖଡ଼।

ସେ ଟେକ୍ ମହିନ୍ଦ୍ରାର ଏସିଆ-ପାସିଫିକ୍ ଅଞ୍ଚଳର ପୂର୍ବତନ ଆଞ୍ଚଳିକ ବାଣିଜ୍ୟ ମୁଖ୍ୟ ଥିଲେ।

ବର୍ତ୍ତମାନ ସେ ଭିଏତନାମର ମୁଖ୍ୟାଳୟ ଥିବା ଏଫ୍‌ପିଟି ସଫ୍ଟୱେର୍ କମ୍ପାନି ଲିମିଟେଡ୍‌ରେ ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟରତ ଥିଲେ।

ପୁଲିସ ସୂଚନା ଅନୁଯାୟୀ, ମୃତକ ଧନଖଡ଼ ଏବଂ ଅଭିଯୁକ୍ତ ମୋହନ ଶର୍ମାଙ୍କ ପରିବାର ଫରିଦାବାଦର ଏକ ଚାରିମହଲା କୋଠାରେ ରହୁଥିଲେ।

ଧନଖଡ଼ ଗ୍ରାଉଣ୍ଡ ଫ୍ଲୋର୍‌ରେ ରହୁଥିବା ବେଳେ ମୋହନ ଶର୍ମା ଦ୍ୱିତୀୟ ମହଲାରେ ରହୁଥିଲେ।

ଉଭୟ ପରିବାର ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା।

ଏଥିସହ ଅଭିଯୁକ୍ତଙ୍କ ପୁଅ ନିଜ କୁକୁରକୁ ପାର୍କିଂ ଅଞ୍ଚଳରେ ମଳତ୍ୟାଗ କରାଉଥିବା ନେଇ ଧନଖଡ଼ଙ୍କ ପରିବାର ଆପତ୍ତି ଉଠାଇଥିଲେ।

ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆହୁରି ପଢନ୍ତୁ : Odisha Child Labour: ୨୦୨୯ ସୁଦ୍ଧା ଓଡ଼ିଶାରୁ ଶିଶୁ ଶ୍ରମିକ ଶୂନ୍ୟ ହେବ: ଶ୍ରମମନ୍ତ୍ରୀ ଘଟଣାର ୪ରୁ ୫ ଦିନ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

ଶୁକ୍ରବାର ରାତିରେ ପୁଣିଥରେ ଗାଡ଼ି ପାର୍କିଂକୁ ନେଇ ଧନଖଡ଼ ଓ ମୋହନ ଶର୍ମାଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହାପରେ ମୋହନ ଶର୍ମା ଧନଖଡ଼ଙ୍କୁ ତାଙ୍କ ଘରୁ ବାହାରକୁ ଡାକିଥିଲେ।

ପରେ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ତାଙ୍କ ଉପରକୁ ଗୁଳି ଚଳାଇଥିବା ପୁଲିସ କହିଛି।

ଅଭିଯୁକ୍ତ ପ୍ରାୟ ୧୫ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସେଥିରୁ ୯ଟି ଗୁଳି ଧନଖଡ଼ଙ୍କ ଦେହରେ ବାଜିଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ଅନୁଯାୟୀ, ଧନଖଡ଼ କାର୍ଯ୍ୟପାଇଁ ଅଧିକାଂଶ ସମୟ ସିଙ୍ଗାପୁର ଯାତ୍ରା କରନ୍ତି।

ତାଙ୍କ ଭଣଜାଙ୍କ ବିବାହ ନଭେମ୍ବର ୨୪ ତାରିଖରେ ସ୍ଥିର ହୋଇଥିବାରୁ ସେ ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ନଭେମ୍ବର ୫ ତାରିଖରେ ଫରିଦାବାଦ ଫେରିଥିଲେ।

ଘଟଣା ପରେ ଫେରାର ରହିଥିବା ଅଭିଯୁକ୍ତକୁ ଆଜି ସନ୍ଧ୍ୟା‌ରେ ଗିରଫ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)