Hyderabad: ହାଇଦ୍ରାବାଦର ହୋଟେଲରେ ଆମେରିକୀୟ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ
ହାଇଦ୍ରାବାଦ: ହାଇଦ୍ରାବାଦ ର ଗାଛିବୋଉଲି ସ୍ଥିତ ଏସ୍ଏଲ୍ଏନ୍ ଟର୍ମିନସରେ ଥିବା ମାରିଅଟ୍ ଏକ୍ଜିକ୍ୟୁଟିଭ୍ ହୋଟେଲର ଏକ କୋଠରିରୁ ଜଣେ ୪୧ ବର୍ଷୀୟ ଆମେରିକୀୟ ନାଗରିକଙ୍କ ମୃତଦେହ ସନ୍ଦେହଜନକ ସ୍ଥିତିରେ ଉଦ୍ଧାର କରାଯାଇଛି ।
ପୁଲିସ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ।
ମୃତ ଆମେରିକୀୟ ନାଗରିକ ଜଣକ କାଲିଫର୍ଣ୍ଣିଆର ବାସିନ୍ଦା ମିଚେଲ୍ ବ୍ରାଏନ୍ ଲି ବୋଲି ଚିହ୍ନଟ କରାଯାଇଛି ।
ସେ ନିଜ ବ୍ୟବସାୟିକ ସହଯୋଗୀ ଡେଭିଡ୍ଙ୍କ ସହ ଏକ ବ୍ୟବସାୟିକ ଗସ୍ତରେ ଗତ ନଭେମ୍ବର ୨ ତାରିଖରେ ହାଇଦ୍ରାବାଦ ଆସିଥିଲେ ଏବଂ ଉଭୟ ଏହି ହୋଟେଲରେ ରହୁଥିଲେ ।
Advertisment ପ୍ରାଥମିକ ସୂଚନା ଅନୁଯାୟୀ, ମିଚେଲ୍ ବ୍ରାଏନ୍ ଲି ହୋଟେଲର ୧୨ ମହଲା ସ୍ଥିତ କୋଠରି ନମ୍ବର ୧୨୧୮ରେ ରହୁଥିଲେ ।
୪ ତାରିଖ ସନ୍ଧ୍ୟା ସମୟରୁ ସେ କୌଣସି ଫୋନ୍ କଲ୍ର ଜବାବ ଦେବା ବନ୍ଦ କରିଦେଇଥିଲେ ।
ତାଙ୍କ ସହ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚେଷ୍ଟା କରାଯିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ନମିଳିବାରୁ ହୋଟେଲ କର୍ମଚାରୀମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।
ଏହା ପରେ ନଭେମ୍ବର ୫ ତାରିଖ ପ୍ରାୟ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ହୋଟେଲ କର୍ମଚାରୀମାନେ ଏକ ମାଷ୍ଟର କି' ବା ମୁଖ୍ୟ ଚାବି ସାହାଯ୍ୟରେ କୋଠରିର କବାଟ ଖୋଲିଥିଲେ ଏବଂ ଲି'ଙ୍କୁ ବିଛଣା ଉପରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।
ଆହୁରି ପଢନ୍ତୁ : Sonia Gandhi: ଜରୁରୀ ପରିସ୍ଥିତି ପାଇଁ ଇନ୍ଦିରା ଗାନ୍ଧୀ ଅନୁତାପ କରିଥିଲେ, ସ୍ମୃତି ଚାରଣ କଲେ ସୋନିଆ ଗାନ୍ଧୀ କର୍ତ୍ତୃପକ୍ଷ ତୁରନ୍ତ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ସୂଚନା ଦେଇ ଆଲର୍ଟ କରିଥିଲେ ।
ମେଡିକାଲ କର୍ମଚାରୀମାନେ ତାଙ୍କୁ ପରୀକ୍ଷା କରିବା ପରେ ତାଙ୍କର ମୃତ୍ୟୁ ଘଟିସାରିଥିବା ସ୍ପଷ୍ଟ କରିଥିଲେ ।
ସର୍ବଶେଷ ସୂଚନା ଅନୁଯାୟୀ, ପୁଲିସ ଏହି ମୃତ୍ୟୁ ପଛରେ ଥିବା ସମସ୍ତ ପରିସ୍ଥିତି ଏବଂ ସମ୍ଭାବ୍ୟ ଦିଗଗୁଡ଼ିକୁ ଗମ୍ଭୀରତାର ସହ ଯାଞ୍ଚ କରୁଛି ।
ମୃତଦେହର ବ୍ୟବଚ୍ଛେଦ କରାଯାଉଥିବା ବେଳେ ଏହାର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ ବୋଲି ଆଶା କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
