The 'KG to PG' Free Education Farce: କେଜିରୁ ପିଜି ମାଗଣା ଶିକ୍ଷା ପ୍ରହସନ: ଯୁକ୍ତ୨ କଲେଜକୁ ଟଙ୍କାଟିଏ ମିଳିନି
ଭୁବନେଶ୍ବର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା।
ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖା ସମୟରେ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ।
ବରଂ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ।
୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିଷ୍ପତ୍ତି ନେଇ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ସୁନିଶ୍ଚିତ କରିଥିଲେ।
ଏହାଦ୍ବାରା ଓଡ଼ିଶାରେ ଡ୍ରପ୍ଆଉଟ୍ କମିବା ସହ ପିଲାଙ୍କ ପାଠପଢ଼ା ସୁନିଶ୍ଚିତ ହୋଇପାରିବ ବୋଲି ଆଶାବ୍ୟକ୍ତ ମଧ୍ୟ କରିଥିଲେ।
ଇତିମଧ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ଅଧା ଶିକ୍ଷାବର୍ଷ ସରିଲାଣି।
ମାସକ ପରେ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା।
ଦୁଇ ମାସ ପରେ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।
ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଅଧା ସରିଲାଣି।
ହେଲେ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ମିଳିପାରି ନାହିଁ।
ଯେତେବେଳେ କି ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ୧୦% ଅର୍ଥ ଦିଆଯାଇଛି।
Advertisment Inderjit Khurana Award: ଇନ୍ଦର୍ଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୨୬-୨୭ ଶିକ୍ଷାବର୍ଷରୁ ଏହି ଯୋଜନା ଲାଗୁ ହେବା ନେଇ ଘୋଷଣା ହୋଇଥିଲା।
ସେହି ଅନୁଯାୟୀ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କଠାରୁ ଏହି ଯୋଜନା ଲାଗୁ ହେବା ଏକପ୍ରକାର ସ୍ଥିର ହୋଇଥିବା ବେଳେ ଦ୍ୱିତୀୟ ବର୍ଷ ପିଲାଙ୍କ ପାଇଁ କ'ଣ କରାଯିବ ସେନେଇ କୌଣସି ସ୍ପଷ୍ଟ ନିୟମ ଆସିନାହିଁ।
ଏପରିକି ଯୁକ୍ତ୨ କଲେଜଗୁଡ଼ିକ ପାଇଁ ଏସ୍ଓପି ପ୍ରସ୍ତୁତ ହୋଇ ନାହିଁ।
ଫଳରେ ଅନେକ ଯୁକ୍ତ୨ କଲେଜ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କଠାରୁ ପୁନଃନାମଲେଖା ଫି' ରଖିଥିବା ବେଳେ କେତେକ କଲେଜ ଉନ୍ନୟନ ଫି' ନାମରେ ଅଣ୍ଡରଟେକିଂ ରଖିଛନ୍ତି।
ରାଜ୍ୟ ସରକାର ଯଦି ଟଙ୍କା ଦିଅନ୍ତି ତେବେ ରଖାଯାଇଥିବା ଟଙ୍କାକୁ ପିଲାଙ୍କୁ ଫେରାଇ ଦେବେ।
୬ ମାସ ହେଲା ଟଙ୍କା ମିଳି ନ ଥିବାରୁ ପୁନଃନାମଲେଖା ବାବଦରେ ପିଲାଙ୍କଠାରୁ ରଖାଯାଇଥିବା ଅର୍ଥରେ ଅତିଥି ଅଧ୍ୟାପକ ଓ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଦରମା ଦିଆଯାଉଛି।
ଏଥିସହ କଲେଜର ବିଦ୍ୟୁତ୍ ବିଲ୍, ଇଣ୍ଟରନେଟ୍ ବିଲ୍ଠାରୁ ଆରମ୍ଭ କରି ଚକ୍, ଡଷ୍ଟର ଆଦି କିଣାରେ ଅର୍ଥ ଖର୍ଚ୍ଚ କରୁଛନ୍ତି।
ଦରମା ପାଉନାହାନ୍ତି ଅଧ୍ୟାପକ, ପାଠପଢ଼ା ଠପ୍ ଯୋଜନାର ସ୍ପଷ୍ଟତା ନାହିଁ, ଚିନ୍ତାରେ କର୍ତ୍ତୃପକ୍ଷ ଦାୟିତ୍ବରୁ ଓହରିଯିବାକୁ ଚିଠି ଲେଖିଲେଣି ଅଧ୍ୟକ୍ଷ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ ଫେବ୍ରୁଆରି ମାସରେ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ହେବାକୁ ଥିବା ବେଳେ ଟଙ୍କାଟିଏ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଏହାଦ୍ବାରା କଲେଜଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି।
ଦରମା ଦେବା କଷ୍ଟକର ହୋଇପଡ଼ିଲାଣି।
ଯୁକ୍ତ୩ କଲେଜ ପାଇଁ ଉଚ୍ଚଶିକ୍ଷା ବିଭାଗ ଏସ୍ଓପି କରିଥିଲେ ମଧ୍ୟ ଯୁକ୍ତ୨ କଲେଜ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇନାହିଁ।
ଦ୍ବିତୀୟ ବର୍ଷ ପିଲାଙ୍କଠାରୁ ଟଙ୍କା ନିଆଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ଜଣାଇ ନାହାନ୍ତି।
ଯେଉଁ କଲେଜଗୁଡ଼ିକ ପିଲାଙ୍କଠାରୁ ଅର୍ଥ ନେଇଛନ୍ତି, ସେମାନେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି।
ଟଙ୍କା ନ ଆସିଲେ ଜନସାଧାରଣଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି କଲେଜଗୁଡ଼ିକ ବନ୍ଦ ହୋଇଯିବ।
Judgement: ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ, ପୌର ସଂସ୍ଥାଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୬୬୨ ବର୍ଗର ୪୫୦ରୁ ଅଧିକ ଯୁକ୍ତ୨ କଲେଜ ରହିଛି।
ଯେତେବେଳେ କି ୪୮୮ ବର୍ଗର ୨୫୫ କଲେଜ ଚାଲୁଛି।
ମୋଟ ଉପରେ ୭୦୦ରୁ ଅଧିକ କଲେଜରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ୨ ଶିକ୍ଷା ଗ୍ରହଣ କରୁଛନ୍ତି।
ଆବଶ୍ୟକ ଅଧ୍ୟାପକ ନ ଥିବାରୁ ଅତିଥି ଅଧ୍ୟାପକ ନିଯୁକ୍ତ କରାଯାଇ ପାଠପଢ଼ା ଚାଲିଛି।
ଯଦି ହିସାବ ଦେଖାଯାଏ ପ୍ରତି ମାସକୁ ଗୋଟିଏ ଛୋଟ କଲେଜ ଚାଲିବାକୁ ସର୍ବନିମ୍ନ ଖର୍ଚ୍ଚ ଦେଢ଼ ଲକ୍ଷ ଟଙ୍କା ଦରକାର।
ବଡ଼ କଲେଜଗୁଡ଼ିକ ପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ।
ଏତେ ଅର୍ଥ କେଉଁଠୁ ଆସିବ ବୋଲି କଲେଜ ଅଧ୍ୟକ୍ଷମାନେ ପ୍ରଶ୍ନ ଉଠାଇଛନ୍ତି।
ଏପରିକି କେତେଜଣ ଅଧ୍ୟକ୍ଷ କଲେଜ ଦାୟିତ୍ବରୁ ଓହରି ଯିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଅବଗତ କରିଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
