China's construction: ଅରୁଣାଚଳ ସୀମାରେ ଚୀନ୍‌ର ବିଶାଳ ଡ୍ୟାମ୍‌ ନିର୍ମାଣ: ବ୍ରହ୍ମପୁତ୍ରକୁ ବିପଦ

Nov 25, 2026 - 06:30
China's construction: ଅରୁଣାଚଳ ସୀମାରେ ଚୀନ୍‌ର ବିଶାଳ ଡ୍ୟାମ୍‌ ନିର୍ମାଣ: ବ୍ରହ୍ମପୁତ୍ରକୁ ବିପଦ

ନୂଆଦିଲ୍ଲୀ: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ୍‌ ନିର୍ମାଣ କରୁଥିବା ବିଶାଳ ଜଳବିଦ୍ୟୁତ୍‌ ପ୍ରକଳ୍ପର କାମ ଦ୍ରୁତଗତିରେ ଆଗେଇ ଚାଲିଛି।

ନୂଆ ଉପଗ୍ରହ ଚିତ୍ରରୁ ଏହି ପ୍ରକଳ୍ପସ୍ଥଳରେ ବ୍ୟାପକ ନିର୍ମାଣ କାର୍ଯ୍ୟ, ଗାଁ ଖାଲି କରାଯିବା ଏବଂ ନଦୀର ଗତିପଥ ବଦଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଏହାକୁ ନେଇ ଭାରତରେ ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ, ବନ୍ୟା ନିୟନ୍ତ୍ରଣ ଓ ଜଳ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Advertisment Inderjit Khurana Award: ଇନ୍ଦର୍ଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ ଚୀନ୍‌ର ତିବ୍ବତ ଅଞ୍ଚଳରେ ୟାର୍ଲୁଙ୍ଗ୍‌ ସାଙ୍ଗପୋ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି।

ଭାରତର ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିବା ପରେ ଏହି ନଦୀ ସିଆଙ୍ଗ ନାମରେ ପରିଚିତ ହୋଇଛି ଏବଂ ଆସାମରେ ବ୍ରହ୍ମପୁତ୍ର ଭାବେ ପ୍ରବାହିତ ହେଉଛି।

ଚୀନ୍‌ର ମେଡୋଗ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପର ଆନୁମାନିକ ବ୍ୟୟ ୧.୨ ଲକ୍ଷ କୋଟି ୟୁଆନ୍‌ ବା ପ୍ରାୟ ୧୫.୬୨ ଲକ୍ଷ କୋଟି ଟଙ୍କା (୧୬୮ ବିଲିୟନ୍‌ ଡଲାର)।

ଏଥିରୁ ୬୦ ହଜାର ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଚୀନ୍‌ ଲକ୍ଷ୍ୟ ରଖିଛି।

ଜୁଲାଇ ୨୦୨୫ରେ ଏହାର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

ଆଇଆଇଟି ଦିଲ୍ଲୀର ଫାଉଣ୍ଡେସନ୍‌ ଫର୍‌ ଇନୋଭେସନ୍‌ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର୍‌ (ଏଫ୍‌ଆଇଟିଟି) ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଭୂସ୍ଥାନିକ ପ୍ରଯୁକ୍ତି ସଂସ୍ଥା ଆର୍ଥସେନ୍ସ ଲ୍ୟାବ୍ସ ଏହି ଉପଗ୍ରହ ଚିତ୍ରଗୁଡ଼ିକର ବିଶ୍ଳେଷଣ କରିଛି।

ସଂସ୍ଥାର ରିପୋର୍ଟ ଅନୁଯାୟୀ, ମୁଖ୍ୟ ଡ୍ୟାମ୍‌ ନିର୍ମାଣସ୍ଥଳ ମେନଲିଂ ନିକଟରେ ଜୁଲାଇ ୨୦୨୫ର ଚିତ୍ରରେ ଗାଁ, ଚାଷଜମି ଓ ବସତି ଦେଖିବାକୁ ମିଳିଥିଲା।

ମାତ୍ର ଡିସେମ୍ବର ୨୦୨୫ ସୁଦ୍ଧା ସେଗୁଡ଼ିକୁ ହଟାଇ ଦିଆଯିବା ସହ ମାଟି ଖୋଳା କାମ ଆରମ୍ଭ ହୋଇଥିଲା।

ଅଗଷ୍ଟ ୨୦୨୬ର ଉପଗ୍ରହ ଚିତ୍ରରେ ନଦୀର ଗତିପଥ ବଦଳାଇବା କାମ, ନୂଆ ରାସ୍ତା, ଅସ୍ଥାୟୀ ଘର ଓ କାର୍ଯ୍ୟାଳୟ ନିର୍ମାଣ ଦେଖାଯାଇଛି।

ଉପଗ୍ରହ ଚିତ୍ରରୁ ନଦୀର ଗତିପଥ ବଦଳାଇବା ଓ ଗାଁ ଖାଲି କରାଯିବାର ସଙ୍କେତ ୧୫.୬୨ ଲକ୍ଷ କୋଟିର ପ୍ରକଳ୍ପ ଏହି ପ୍ରକଳ୍ପରେ ପାଞ୍ଚଟି ଜଳବିଦ୍ୟୁତ୍‌ କେନ୍ଦ୍ର ପର୍ଯ୍ୟାୟକ୍ରମେ ନିର୍ମାଣ ହେବ।

ନାମଚା ବରୱା ପର୍ବତ ନିକଟରେ ନଦୀର ବିଶାଳ ବକ୍ର ଗତିପଥ ଦେଇ ପ୍ରାୟ ୪୦ କିଲୋମିଟର ଲମ୍ବର ସୁଡ଼ଙ୍ଗ ନିର୍ମାଣ କରି ଜଳକୁ ଅନ୍ୟ ପଥରେ ପ୍ରବାହିତ କରିବା ଯୋଜନା ରହିଛି।

ପ୍ରାୟ ୫୦ କିଲୋମିଟର ଅଞ୍ଚଳରେ ୨ ହଜାର ମିଟରରୁ ଅଧିକ ଉଚ୍ଚତାର ଜଳପତନକୁ ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରାଯିବ।

ଚୀନ୍‌ର ଏହି ପ୍ରକଳ୍ପ ଭାରତ-ଚୀନ୍‌ ସୀମାରୁ ପ୍ରାୟ ୪୦ରୁ ୫୦ କିଲୋମିଟର ଉତ୍ତରରେ ଅବସ୍ଥିତ।

ନଦୀର ଉପରମୁଣ୍ଡରେ ବଡ଼ ଡ୍ୟାମ୍‌ ନିର୍ମାଣ ହେଉଥିବାରୁ ଭାରତରେ ଜଳପ୍ରବାହର ସ୍ୱାଭାବିକତା ପ୍ରଭାବିତ ହେବା ଆଶଙ୍କା ରହିଛି।

ବିଶେଷକରି ଶୁଷ୍କ ଋତୁରେ ଜଳପ୍ରବାହ କମିବା, ବର୍ଷା ଋତୁରେ ହଠାତ୍‌ ଅଧିକ ଜଳ ଛଡ଼ାଯିବା ଏବଂ ନଦୀର ପଟୁମାଟି ପ୍ରବାହରେ ପରିବର୍ତ୍ତନ ହେବା ନେଇ ଚିନ୍ତା ପ୍ରକାଶ ପାଇଛି।

ତେବେ ଏହାର ପ୍ରକୃତ ପ୍ରଭାବ ଡ୍ୟାମ୍‌ର ପରିଚାଳନା ଓ ଜଳ ଛାଡ଼ିବାର ସମୟ ଉପରେ ନିର୍ଭର କରିବ।

Neglect: ମୁଣ୍ଡ ଗୁଂଜିବାକୁ ଦୃଷ୍ଟିହୀନ ଯଦୁଙ୍କ ନାହିଁ ଘର, ମିଳିନି ତିନି ମାସର ଭତ୍ତା ଭାରତ ସରକାର ମଧ୍ୟ ଅରୁଣାଚଳ ପ୍ରଦେଶରେ ୧୧,୨୦୦ ମେଗାୱାଟ୍‌ କ୍ଷମତାର ସିଆଙ୍ଗ ଅପର୍‌ ମଲ୍ଟିପର୍ପସ୍‌ ପ୍ରକଳ୍ପ ପ୍ରସ୍ତାବ ରଖିଛନ୍ତି।

ଏହାର ଜଳଭଣ୍ଡାରରେ ପ୍ରାୟ ୯.୨ ବିଲିୟନ୍‌ ଘନମିଟର ଜଳ ସଂରକ୍ଷଣ କରିବା ଯୋଜନା ରହିଛି।

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ମତରେ, ଏହି ଜଳଭଣ୍ଡାର ଚୀନ୍‌ ପଟୁ ହଠାତ୍‌ ଅଧିକ ଜଳ ଆସିଲେ ତାହାର ପ୍ରଭାବ କମାଇବା ସହ ଶୁଷ୍କ ଋତୁରେ ଜଳପ୍ରବାହ ନିୟନ୍ତ୍ରଣରେ ସହାୟକ ହେବ।

ତେବେ ଭାରତର ପ୍ରସ୍ତାବିତ ଡ୍ୟାମ୍‌କୁ ନେଇ ସ୍ଥାନୀୟ ସମ୍ପ୍ରଦାୟରେ ମଧ୍ୟ ବିରୋଧ ଦେଖାଦେଇଛି।

ଜମି ଅଧିଗ୍ରହଣ, ବିସ୍ଥାପନ ଓ ପାରମ୍ପରିକ ଜୀବିକା ପ୍ରଭାବିତ ହେବା ଆଶଙ୍କାରେ ସେମାନେ ଏହାକୁ ବିରୋଧ କରୁଛନ୍ତି।

ଅକ୍ଟୋବର ୨୩ରେ ପାସିଘାଟ୍‌ରେ ପ୍ରକଳ୍ପ ସମ୍ପର୍କିତ ସର୍ଭେକୁ ନେଇ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା।

ଏହି ପରିସ୍ଥିତିରେ ଚୀନ୍‌ ସହ ନଦୀର ଜଳପ୍ରବାହ ସମ୍ପର୍କିତ ତଥ୍ୟ ଆଦାନପ୍ରଦାନ ଓ ସ୍ୱଚ୍ଛ ସୂଚନା ବ୍ୟବସ୍ଥାର ଗୁରୁତ୍ୱ ବଢ଼ିଛି।

୨୦୨୩ ଜୁନ୍‌ରେ ପୂର୍ବ ତଥ୍ୟ ଆଦାନପ୍ରଦାନ ଚୁକ୍ତିର ଅବଧି ଶେଷ ହେବା ପରେ ଚୀନ୍‌ ବ୍ରହ୍ମପୁତ୍ର ସମ୍ପର୍କିତ ଜଳବୈଜ୍ଞାନିକ ତଥ୍ୟ ଦେବା ବନ୍ଦ କରିଥିବା କଥା ଭାରତ ସରକାର ୨୦୨୫ରେ ସଂସଦକୁ ଜଣାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)