1.76 lakh vehicles sold: ପାର୍ବଣରେ ୧.୭୬ ଲକ୍ଷ ଗାଡ଼ି ବିକ୍ରି: କାର୍, ୨ଚକିଆ ବିକ୍ରି କମିଲା
ଭୁବନେଶ୍ବର: ଚଳିତ ବର୍ଷର ପାର୍ବଣ ଋତୁରେ ରାଜ୍ୟରେ ଗାଡ଼ି ବିକ୍ରି ୪.୬୮% ହ୍ରାସ ପାଇଛି।
କାର୍ ବିକ୍ରିରେ ୧୧.୩୩ ପ୍ରତିଶତ ଓ ଦୁଇଚକିଆ ଯାନ ବିକ୍ରିରେ ୫.୬୬%ର ହ୍ରାସ ଘଟିଥିବା ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (ଏଫ୍ଏଡିଏ) ତଥ୍ୟରୁ ଜଣାଯାଇଛି।
ସଂଘର ଓଡ଼ିଶା ଶାଖା ଜାରି କରିଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ୧୧ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୪୨ ଦିନ ବିଶିଷ୍ଟ ପାର୍ବଣ ଋତୁରେ ରାଜ୍ୟରେ ୧,୭୬,୮୧୩ଟି ଗାଡ଼ି ବିକ୍ରି ହୋଇଥିଲା ଯାହା ୨୦୨୫ର ସେହି ସମୟରେ ହୋଇଥିବା ୧,୮୫,୪୯୧ଟି ଗାଡ଼ି ତୁଳନାରେ ପ୍ରାୟ ୫% କମ୍।
କିନ୍ତୁ ୨୦୨୪ର ପାର୍ବଣ ଋତୁ ତୁଳନାରେ ୨୦୨୬ର ବିକ୍ରି ୨୬.୧୨% ଅଧିକ ରହିଛି ବୋଲି ଏଫ୍ଏଡିଏର ଓଡ଼ିଶା ଶାଖା ଅଧ୍ୟକ୍ଷ ବିମଳେନ୍ଦୁ ମହାନ୍ତି କହିଛନ୍ତି।
Advertisment Inderjit Khurana Award: ଇନ୍ଦର୍ଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ ଚଳିତ ବର୍ଷ ପାର୍ବଣ ଋତୁରେ ଓଡ଼ିଶାରେ ୧,୪୭,୦୮୭ଟି ଦୁଇଚକିଆ, ୫୪୯୫ଟି ତିନିଚକିଆ, ୫୧୮୭ଟି ବାଣିଜ୍ୟିକ ଯାନ, ୧୫୮୨୯ଟି କାର୍ ଓ ୨୫୨୦ଟି ଟ୍ରାକ୍ଟର ବିକ୍ରି ହୋଇଥିଲା।
୨୦୨୫ ତୁଳନାରେ ତିନିଚକିଆ ବିକ୍ରିରେ ୧୭.୧୧%, ବାଣିଜ୍ୟିକ ଯାନରେ ୧୩.୭୩% ଓ ଟ୍ରାକ୍ଟର ବିକ୍ରିରେ ୨୧.୯୨% ବୃଦ୍ଧି ଘଟିଥିଲା।
୨୦୨୫ର ପାର୍ବଣ ଋତୁରେ ୧,୫୫,୯୧୯ଟି ଦୁଇଚକିଆ ଯାନ, ୪୬୯୨ଟି ତିନିଚକିଆ, ୪୫୬୧ଟି ବାଣିଜ୍ୟିକ ଯାନ, ୧୭,୮୫୧ଟି କାର୍ ଓ ୨୦୬୭ଟି ଟ୍ରାକ୍ଟର ବିକ୍ରି ହୋଇଥିଲା।
Judgement: ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ, ପୌର ସଂସ୍ଥାଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
