Suspended: ବୌଦ୍ଧ ପୁଲିସ ବିଭାଗରେ ହଲଚଲ୍: ଜଣେ କନେଷ୍ଟବଳ ଓ ଏସଆଇ ନିଲମ୍ବିତ
"ବୌଦ୍ଧ: ବୌଦ୍ଧ ପୁଲିସବିଭାଗରେ ବଡ଼ ହଲଚଲ୍ ହୋଇଥିବା ଦେଖାଦେଇଛି ।
କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ଦୁଇ ପୁଲିସ କର୍ମଚାରୀ ।
ଜଣେ ହେଲେ ମନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା ।
ଯଶମୋହନ ପେଟ୍ରୋଲିଂ କାର୍ଯ୍ୟରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାର୍ଜସିଟ ଦାଖଲ ନ କରିଥିବାରୁ ଚନ୍ଦନଙ୍କୁ ନିଲମ୍ବନକରାଯାଇଥିବା ବୌଦ୍ଧ ଏସପି କୁଲଦୀପ ମିନା ସୂଚନା ସୂଚନା ଦେଇଛନ୍ତି ।Advertisment ୨ ଜଣଙ୍କୁ ବଦଳି କରାଯାଇଛି ପ୍ରକାଶ ଥାଉକି ୪ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ କାରବାରକୁ ନେଇ ଏକ ଅଡ଼ିଓ ଭାଇରାଲ ପରେ ସମ୍ପୃକ୍ତ ପୁଲିସ ବାବୁଙ୍କ ନିଦ ହଜାଇ ଦେଇଥିବା ବେଳେ ଗତକାଲି ଏଥି ମଧ୍ୟରୁ ୨ ଜଣଙ୍କୁ ବଦଳି କରାଯାଇଛି।
ଯାହାକି ତଦନ୍ତର ପ୍ରାରମ୍ଭିକ ଆକ୍ସନ ବୋଲି କୁହାଯାଉଥିବା ବେଳେ ଆଗକୁ ଡିଜିପି କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।
Death: ରେଳ ଇଞ୍ଜିନ ଧକ୍କାରେ ଯୁବକଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
