Hormuz : ଛଅ ମାସର ଯୁଦ୍ଧରେ ହର୍ମୁଜ୍‌ରେ ୬୮ ଆକ୍ରମଣ; ୨୦ଜଣଙ୍କ ମୃତ୍ୟୁ

Aug 25, 2026 - 14:30
Hormuz : ଛଅ ମାସର ଯୁଦ୍ଧରେ ହର୍ମୁଜ୍‌ରେ ୬୮ ଆକ୍ରମଣ;  ୨୦ଜଣଙ୍କ ମୃତ୍ୟୁ

"ଲଣ୍ଡନ: ଇରାନ ଏବଂ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଛଅ ମାସ ଧରି ଚାଲିଥିବା ଯୁଦ୍ଧର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି ହର୍ମୁଜ୍ ପ୍ରଣାଳୀ।

ତୈଳ ଏବଂ ଗ୍ୟାସ୍ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ସାମୁଦ୍ରିକ ପଥରେ ଅନେକ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯାଇଛି।

ଆନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ(ଆଇଏମଓ) ଦ୍ୱାରା ଉପସାଗରୀୟ ଅଞ୍ଚଳ ଏବଂ ପଡ଼ୋଶୀ ଜଳଭାଗରେ ୬୮ ଆକ୍ରମଣ ଘଟଣାକୁ ନିଶ୍ଚିତ କରାଯାଇଛି।

ଏଥିରେ ୨୦ ଜଣ ନାବିକ ଅବା ବନ୍ଦର କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଥିବା ଏବଂ ଜଣେ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି।ପ୍ରାୟ ଅଧା ଘଟଣାରେ ଟ୍ୟାଙ୍କର୍‌ ଉପରେ ଆକ୍ରମଣ ହୋଇଥିବାବେଳେ ୨୦ ପ୍ରତିଶତ କଣ୍ଟେନର ଜାହାଜ ଏବଂ ୧୫ ପ୍ରତିଶତ ବଲ୍କ କ୍ୟାରିଅର୍ ଉପରେ ହୋଇଛି।Advertisment ଆଇଏମଓ ଜାରି କଲା ରିପୋର୍ଟ ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ୪୭ ଘଟଣାକୁ ଆକ୍ରମଣ ଭାବରେ ବର୍ଗୀକୃତ କରିଛି।

ଏସବୁଥିରେ ଲାଇବେରିଆ-ପତାକାଧାରୀ ଜାହାଜଗୁଡ଼ିକ ସବୁଠାରୁ ଅଧିକ ୧୩ ଥର ପ୍ରଭାବିତ ହୋଇଛନ୍ତି।

ସେହିପରି ପାନାମା ଏବଂ ମାର୍ଶାଲ ଦ୍ୱୀପପୁଞ୍ଜର ୧୦ଟି ଲେଖାଏଁ ଜାହାଜ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଚାରୋଟି ଘଟଣାରେ ଇରାନ ପତାକାଧାରୀ ଜାହାଜ ସମ୍ପୃକ୍ତ ଥିବା ରିପୋର୍ଟ ହୋଇଛି।

ଯୁଦ୍ଧର ବିଭିନ୍ନ ପର୍ଯ୍ୟାୟରେ ଘଟଣାର ହାର ହ୍ରାସ ପାଇଥିବା ଅବା ବୃଦ୍ଧି ପାଇଥିବା କୁହାଯାଇଛି।

ବୌଦ୍ଧ ପୁଲିସ ବିଭାଗରେ ହଲଚଲ୍: ଜଣେ କନେଷ୍ଟବଳ ଓ ଏସଆଇ ନିଲମ୍ବିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)