Panchayat elections in Kotia: କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର: ନଭେମ୍ବର ୩ରେ ଭୋଟ, ୫ରେ ଗଣତି!

Oct 19, 2026 - 02:39
Panchayat elections in Kotia: କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର: ନଭେମ୍ବର ୩ରେ ଭୋଟ, ୫ରେ ଗଣତି!

"କୋରାପୁଟ: ବିବାଦୀୟ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ସରକାର ପ୍ରସ୍ତୁତି ଶେଷ କରିଛନ୍ତି।

ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇପାରେ।

୨୦୨୧ରେ ତୀବ୍ର ପ୍ରତିବାଦ ସତ୍ତ୍ୱେ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇଥିଲା ଆନ୍ଧ୍ର।

ଏପରିକି ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ମତଦାନ କରାଇବାରେ ସଫଳ ହୋଇଥିଲା।

୨୦୨୧ ଜାନୁଆରି ଓ ଫେବ୍ରୁଆରିରେ ପୂର୍ବ ପଞ୍ଚାୟତ ନିର୍ବାଚନ ହୋଇଥିବାରୁ ପାଞ୍ଚବର୍ଷ ପରେ ଅର୍ଥାତ ଗତ ଜାନୁଆରି କିମ୍ବା ଫେବ୍ରୁଆରିରେ ନିର୍ବାଚନ ହେବା କଥା।

କିନ୍ତୁ ପ୍ରାୟ ୧୦ ମାସ ପରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି।

ଓଡ଼ିଶା ପଞ୍ଚାୟତ ନିର୍ବାଚନର ପ୍ରାୟ ୩ରୁ ୪ ମାସ ପୂର୍ବରୁ ଏହି ନିର୍ବାଚନ କରାଯାଉ ଥିବାରୁ ଷଡ଼ଯନ୍ତ୍ର ବାରି ହେଉଛି।

Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ଆନୁଷ୍ଠାନିକ ଭାବେ କୋଟିଆରେ କେଉଁ ତାରିଖରେ ନିର୍ବାଚନ ହେବ, ତାହା ଘୋଷଣା ହୋଇନାହିଁ।

ତେବେ ଅକ୍ଟୋବର ୧୯ ତାରିଖରେ ଜିଲ୍ଲା ପରିଷଦ ସଭ୍ୟ (ଜେଡ୍‌ପିଟିସି) ଓ ସମିତି ସଭ୍ୟ (ଏମ୍‌ପିଟିସି) ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ୨୪ରେ ଯାଞ୍ଚ ଓ ୨୭ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି।

ନଭେମ୍ବର ୩ରେ ମତଦାନ ଓ ୫ ତାରିଖରେ ଭୋଟ ଗଣତି ହେବାର ସୂଚନା ମିଳିଛି।

ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ ତିନୋଟି ପର୍ଯ୍ୟାୟରେ ହେବ।

ଏଥିପାଇଁ ନଭେମ୍ବର ୨୬ ଓ ୨୯ ତାରିଖ ସହ ଡିସେମ୍ବର ୨ ତାରିଖ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

କୋଟିଆ ପଞ୍ଚାୟତକୁ ଗଞ୍ଜେଇଭଦରା, ପଟୁସିନରୀ ଓ ଧୂଳିଭଦ୍ରା ଭଳି ତିନିଟି ପଞ୍ଚାୟତରେ ବିଭକ୍ତ କରାଯାଇଛି।

ଓଡ଼ିଶାରେ ଏହା ଯଥାକ୍ରମେ ଗଞ୍ଜେଇପଦର, ଫାଟୁସିନେରୀ ଓ ଧୂଳିପଦର ନାମରେ ପରିଚିତ।

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)