Student union Eeection: ଛାତ୍ର ସଂସଦ ନିର୍ବାଚନରେ ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ: ମୋହନ
"କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକସ୍ଥିତ ଇନଡୋର ଷ୍ଟାଡିଅମଠାରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପ୍ରତିନିଧିମାନଙ୍କୁ ଭେଟି ଶୁଭେଚ୍ଛା ଜଣାଛନ୍ତି।
ଏହି ଅବସରରେ ସେ କହିଛନ୍ତି, ପୂର୍ବବର୍ତ୍ତୀ ସରକାର ୨୦୧୭ ମସିହାରୁ ଦୀର୍ଘ ପ୍ରାୟ ଏକ ଦଶନ୍ଧି ଧରି ନିର୍ବାଚନ ବନ୍ଦ ରଖି କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ କରିଦେଇଥିଲେ।
Advertisment ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଡ଼ମ୍ବନାର ବିଷୟ, ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ତତ୍କାଳୀନ ଶାସକ ଦଳର ଶୀର୍ଷ ନେତୃବୃନ୍ଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ନିଜ ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ ନ କରି ନୀରବ ରହିଥିଲେ।
କାରଣ ଛାତ୍ର ସମାଜ ଉପରେ ସେମାନଙ୍କର ଆସ୍ଥା ନଥିଲା।
ଆମେ ନିର୍ବାଚନ କରାଇବା ପାଇଁ ସଂକଳ୍ପ ନେବା ବେଳେ 'ଦେଶର ମାହୋଲ ଅନୁକୂଳ ନାହିଁ' କିମ୍ବା 'ଜେନ୍-ଜି (Gen Z) ଅସନ୍ତୁଷ୍ଟ' ଭଳି ଭ୍ରାନ୍ତ ତଥ୍ୟ ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା।
କିନ୍ତୁ ଆମେ ପ୍ରତିଶ୍ରୁତି ରକ୍ଷା କଲୁ ଏବଂ ସମଗ୍ର ରାଜ୍ୟରେ ଏହି ନିର୍ବାଚନକୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପାଦିତ କରି ଆମର ଛାତ୍ର ସମାଜ ପ୍ରମାଣ କରିଦେଲେ ଯେ କ୍ୟାମ୍ପସ ହିଂସା କେବଳ ପୂର୍ବ ଶାସନର କଳଙ୍କିତ ଇତିହାସ ଥିଲା।
ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସାରି ଆମ ଯୁବଶକ୍ତି ପୂର୍ବ ସରକାରଙ୍କୁ ମୁହଁତୋଡ଼ ଜବାବ ଦେଇଛି।
ସର୍ବୋପରି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପରି ଓଡ଼ିଶାରେ ମଧ୍ୟ ABVPର ଐତିହାସିକ ବିଜୟ ପ୍ରମାଣ କରିଛି ଯେ ଯୁବଶକ୍ତି ମୋଦୀଜୀଙ୍କ ବିକାଶ ନୀତି ସହିତ ଅଛନ୍ତି।
Birthday Wishes: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ପରିସର ନିଶାମୁକ୍ତ ରଖିବା ଆବଶ୍ୟକନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ମୁଁ ସ୍ମରଣ କରାଇଦେବାକୁ ଚାହେଁ ଯେ, ଏହି ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ପ୍ରାରମ୍ଭ।
ଜଣେ ନେତା ହେବାର ଅର୍ଥ କେବଳ ରାଜନୀତିରେ ସୀମିତ ରହିବା ନୁହେଁ; ସାଧାରଣ ଛାତ୍ରଛାତ୍ରୀଙ୍କ ଶିକ୍ଷା, ହଷ୍ଟେଲ ଓ କ୍ରୀଡ଼ା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ସହ ସରକାରୀ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସେତୁ ଭାବେ କାର୍ଯ୍ୟ କରିବାକୁ ପଡ଼ିବ।
ସର୍ବୋପରି, କଲେଜ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କ୍ୟାମ୍ପସଗୁଡ଼ିକୁ ହିଂସାମୁକ୍ତ ଓ ନିଶାମୁକ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ।
ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅପଶକ୍ତିମାନଙ୍କର ଭିତ୍ତିହୀନ ଅପପ୍ରଚାରକୁ ସକରାତ୍ମକ ବାର୍ତ୍ତା ମାଧ୍ୟମରେ ପ୍ରତିହତ କରି 'ଜ୍ଞାନ, ଶୀଳ, ଏକତା' ଆଦର୍ଶରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ମୁଁ ସମସ୍ତ ଯୁବ ପ୍ରତିନିଧିଙ୍କୁ ଆହ୍ୱାନ କରୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
