Supreme Court: ମାଜିଷ୍ଟ୍ରେଟଙ୍କର ଏପରି ସାହସ କିପରି ହେଲା?: ନୋଏଡା ଛାତ୍ରଙ୍କୁ ନୋଟିସ୍ ନେଇ ସିଜେଆଇ କ୍ଷୁବ୍ଧ

Sep 09, 2026 - 13:05
Supreme Court: ମାଜିଷ୍ଟ୍ରେଟଙ୍କର ଏପରି ସାହସ କିପରି ହେଲା?: ନୋଏଡା ଛାତ୍ରଙ୍କୁ ନୋଟିସ୍ ନେଇ ସିଜେଆଇ କ୍ଷୁବ୍ଧ

"ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତର ଆନ୍ଦୋଳନରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ, ଜଣେ ୨୦ ବର୍ଷୀୟ ଆଇନ୍ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ଘଟଣାରେ ଗୌତମ ବୁଦ୍ଧ ନଗର ପ୍ରଶାସନ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍ କୋର୍ଟ।

ବୁଧବାର ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଗୌତମ ବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ନିର୍ବାହୀ ମାଜିଷ୍ଟ୍ରେଟଙ୍କଠାରୁ କାରଣ ଦର୍ଶାଅ ଜବାବ ମାଗିଛନ୍ତି।Advertisment କୌଣସି ବିଦ୍ୟାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଆଇନ୍ ଛାତ୍ର ଅକ୍ଷତ ତ୍ରିପାଠୀଙ୍କୁ ଗତ ସେପ୍ଟେମ୍ବର ୪ ତାରିଖରେ ନୋଟିସ୍ ଜାରି କରାଯାଇଥିଲା।

ତାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଚାର କରିବା ଏବଂ ଛାତ୍ରଛାତ୍ରୀଙ୍କୁ କୋକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନରେ ଯୋଗଦେବାକୁ ଉସକାଇବା ଅଭିଯୋଗ ଅଣାଯାଇଥିଲା।

ବରିଷ୍ଠ ଆଇନଜୀବୀ ବିଶ୍ୱଜିତ୍ ଭଟ୍ଟାଚାର୍ଯ୍ୟ ଏହି ମାମଲାକୁ କୋର୍ଟଙ୍କ ଦୃଷ୍ଟିଗୋଚର କରିବା ପରେ ପ୍ରଧାନ ବିଚାରପତି କହିଛନ୍ତି, ସୁପ୍ରିମ୍ କୋର୍ଟଙ୍କ ସେପ୍ଟେମ୍ବର ୧ ତାରିଖ ଆଦେଶରେ ସ୍ପଷ୍ଟ କୁହାଯାଇଥିଲା ଯେ କୌଣସି ବିଦ୍ୟାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ।

କୌଣସି ମାଜିଷ୍ଟ୍ରେଟ୍ ଆମ ନିର୍ଦ୍ଦେଶକୁ ଅବମାନନା କରିବାକୁ ସାହସ କିପରି କଲେ?

ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।

କୋର୍ଟଙ୍କ ଆଦେଶ ସତ୍ତ୍ୱେ ଏଭଳି କାର୍ଯ୍ୟାନୁଷ୍ଠାନ ଛାତ୍ରସମାଜ ମଧ୍ୟରେ ଭୟ ବାତାବରଣ ସୃଷ୍ଟି କରୁଛି ବୋଲି ଆଇନଜୀବୀ ଦର୍ଶାଇବା ପରେ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟୀକରଣ ମାଗିବା ପାଇଁ ସମସ୍ତ ତଥ୍ୟ ପିଟିସନ୍ ଆକାରରେ ଦାଖଲ କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମୟ ସହ ତାଳଦେଇ ଆଗକୁ ବଢ଼ିବାକୁ ପଡିବ: ରହମାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)