Sardar -atel Anniversary: ଖଣ୍ଡବିଖଣ୍ଡ ଭାରତକୁ କରିଥିଲେ ଏକ, ଆଜି ତାଙ୍କୁ ମନେ ପକାଉଛି ଦେଶ
ନୂଆଦିଲ୍ଲୀ: ଯିଏ ଦେଖାଇଥିଲେ ଏକତାର ଶକ୍ତି, ଯାହାଙ୍କ ଦୃଢ଼ ନେତୃତ୍ୱରେ ଏକାଠି ହୋଇଥିଲା ଖଣ୍ଡବିଖଣ୍ଡ ଭାରତ।
ସେହି ମହାନ ଜନନାୟକ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମନେ ପକାଉଛି ସାରା ଦେଶ।
ଆଜି ଅକ୍ଟୋବର ୩୧।
ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ପାଳନ ହେଉଛି ଜାତୀୟ ଏକତା ଦିବସ।
ଏହି ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବା ସହ ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ।
ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ଅବଦାନ ଅତୁଳନୀୟ।
ସ୍ୱାଧୀନତା ପରେ ଦେଶରେ ଥିବା ଶତାଧିକ ଗଡ଼ଜାତ ରାଜ୍ୟକୁ ଭାରତ ସହ ମିଶାଇବାରେ ତାଙ୍କର ଭୂମିକା ଐତିହାସିକ।
ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ଦୂରଦର୍ଶିତା ଓ ନେତୃତ୍ୱ ତାଙ୍କୁ ଲୌହମାନବର ପରିଚୟ ଦେଇଥିଲା।
Advertisment VIP security: ନକ୍ସଲବାଦ ହ୍ରାସ ପରେ ଛତିଶଗଡ଼ରେ ୧୦୦ରୁ ଅଧିକ ନେତାଙ୍କ ସୁରକ୍ଷା କମିବ ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ଗୃହମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ସାଂସଦ ବାଂସୁରୀ ସ୍ୱରାଜ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ହିମାଚଳ ପ୍ରଦେଶର ରାଜ୍ୟପାଳ କବିନ୍ଦ୍ର ଗୁପ୍ତା ମଧ୍ୟ ତାଙ୍କୁ ମନେ ପକାଇବା ସହ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ସ୍ୱପ୍ନ ସାକାର କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ସେପଟେ ଗୁଜରାଟରେ ଆଜି ରହିଛି ସ୍ୱତନ୍ତ୍ର ଆୟୋଜନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପାଞ୍ଜଳି ଅର୍ପଣ କରିବେ।
ଏହାପରେ ଏକତା ନଗରରେ ୪୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍ଘାଟନ କରିବେ।
ସନ୍ଧ୍ୟାରେ ଜାତୀୟ ଏକତା ଦିବସ ସମାରୋହରେ ଯୋଗଦେବେ।
ଲୌହମାନବଙ୍କ ଜୟନ୍ତୀରେ ଆଜି ସାରା ଦେଶରେ ଗୋଟିଏ ବାର୍ତ୍ତା ଗୁଞ୍ଜରିତ ହେଉଛି ଏକତା ହିଁ ଭାରତର ପ୍ରକୃତ ଶକ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
