27 JUNE 2026

Welcome!

Unlock your personalized experience.
Sign Up

Struggle for oxygen: ଅମ୍ଳଜାନ ପାଇଁ ସଂଘର୍ଷ କରିବେ ଆଗାମୀ ପିଢ଼ି: ବିଧାୟକ

Jun 27, 2026 - 07:22
Struggle for oxygen: ଅମ୍ଳଜାନ ପାଇଁ ସଂଘର୍ଷ କରିବେ ଆଗାମୀ ପିଢ଼ି: ବିଧାୟକ

ମାଲକାନଗିରି: ପୋଡ଼ୁ ଚାଷ ପାଇଁ ଗଛ କାଟୁଛନ୍ତି ଆଦିବାସୀ। ମାଫିଆଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ଜଙ୍ଗଲ ଉପରେ। ଚାଷ ନାଁରେ ବ୍ୟାପକ ଜଙ୍ଗଲ ପଦା ହେଲାଣି। କାଠ ଚୋରାଚାଲାଣ ବି ବଢ଼ୁଛି। ଫଳରେ ଘଞ୍ଚ ଜଙ୍ଗଲ କେଉଁଠି ଲଣ୍ଡା ପାହାଡ଼ ତ କେଉଁଠି ଟାଙ୍ଗରା ଭୂଇଁରେ ପରିଣତ ହେଲାଣି। ଏବେଠୁ ସତର୍କ ହୋଇ ପରିବେଶର ସୁରକ୍ଷା ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ପିଢ଼ି ଅମ୍ଳଜାନ ପାଇଁ ସଂଘର୍ଷ କରିବେ।

Earthquake: ଧ୍ୱଂସସ୍ତୂପରେ ପରିଣତ ହେଲା ରାଜଧାନୀ କାରାକାସ୍‌; ୧୭୦ ମୃତ, ୧୦୦୦ ଆହତ

ମାଲକାନଗିରି ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ

ପଡ଼ିଆ ଯୁକ୍ତଦୁଇ ମହାବିଦ୍ୟାଳୟ ପରିସରରେ ଆୟୋଜିତ ମାଲକାନଗିରି ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଧାୟକ ନରସିଂହ ମାଡକାମୀ। ବିଧାୟକ ଶ୍ରୀ ମାଡକାମୀ କହିଥିଲେ, ଜିଲ୍ଲାରେ ୮୦ ପ୍ରତିଶତ ଆଦିବାସୀ। ୧୨ ମାସରେ ତେର ପର୍ବ ପାଳନ ହେଉଛି। ସେଥିରୁ ଆମ୍ବ ପର୍ବ ମୁଖ୍ୟ। ଆମ୍ବ ଫଳିବାଠାରୁ ଉତ୍ପାଦନ ଶେଷ ହେବା ପର୍ଯ୍ୟନ୍ତ ଏମାନେ ଆମ୍ବ ଗଛକୁ ଏବଂ ଫଳକୁ ପୂଜା କରନ୍ତି। ତେବେ ସେଦିନର ଆମ୍ବତୋଟା ଆଉ ଦେଖିବାକୁ ମିଳୁନି। ଜଙ୍ଗଲ ହ୍ରାସର ପ୍ରଭାବ ଜଳବାୟୁ ଉପରେ ପଡ଼ିଛି। ଏଣୁ ବ୍ୟାପକ ବୃକ୍ଷରୋପଣ କରିବାକୁ ବିଧାୟକ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଆହ୍ବାନ ଦେବା ସହିତ ଶପଥ ପାଠ କରାଇଥିଲେ। ‘ସମ୍ବାଦ’ ଓ କନକ ନିୟୁଜର ଏହି କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ମାଡକାମୀ ପ୍ରଶଂସା କରିବା ସହ ଏହି ଆନ୍ଦୋଳନକୁ ସେ ଆଗକୁ ନେବେ ଏବଂ ମାଲକାନଗିରିର ସବୁଜିମା ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ

ମୁଖ୍ୟବକ୍ତା ଭାବେ ବନାଞ୍ଚଳ ଅଧିକାରୀ ବିଜୟ କୁମାର ନାୟକ ଯୋଗଦେଇ ପରିବେଶର ସୁରକ୍ଷା ବର୍ତ୍ତମାନର ବଡ଼ ଆହ୍ବାନ ବୋଲି କହିଥିଲେ। ଜଙ୍ଗଲ ବିଭାଗ ସହିତ ଜନସାଧାରଣ ସମପରିମାଣର ଦାୟିତ୍ବ ନେଲେ ଜଙ୍ଗଲର ସୁରକ୍ଷା ହୋଇପାରିବ। ସମ୍ମାନିତ ଅତିଥି ଭାବେ ଏନ୍‌.ନାକୁଲ ରାଜୁ, ସାଂସଦ ପ୍ରତିନିଧି ଭେଙ୍କଟେଶ୍ବର ରାଓ, ସମାଜସେବୀ ଏନ୍‌.ରାଘବ ରାଓ, ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ପରିଡ଼ା ଯୋଗଦେଇ କହିଲେ, ନାନା ଜାତିର ଗଛ କାଟି ପଦା କରି ସାରିଲେଣି। ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇବା ସହ ତାର ଯତ୍ନ ନେଲେ ଜଙ୍ଗଲ କ୍ଷୟ ରୋକିହେବ ଏବଂ ଏହି ଅଭିଯାନ ସଫଳ ହେବ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ବାଦ’ ମାଲକାନଗିରି ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଚ୍ଛା, କନକ ଟିଭି ଦକ୍ଷିଣ ଓଡ଼ିଶା ବ୍ୟୁରୋ ମୁଖ୍ୟ ଦେବବ୍ରତ ସାନା ଉପସ୍ଥିତ ଥିଲେ। ଶେଷରେ ପଡ଼ିଆ ପ୍ରତିନିଧି ପ୍ରଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ। ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରକାଶ ପଟ୍ଟନାୟକ ସହଯୋଗ କରିଥିଲେ।