Successful entrepreneur: ଅଭିନୟ ଛାଡ଼ି ପାଲଟିଛନ୍ତି ସଫଳ ଉଦ୍ୟୋଗୀ

Jun 27, 2026 - 08:02
Successful entrepreneur: ଅଭିନୟ ଛାଡ଼ି ପାଲଟିଛନ୍ତି ସଫଳ ଉଦ୍ୟୋଗୀ

"ପେରିଜାଦ ଜୋରାବିୟନ୍‌ ନାମଟିକୁ ଆଜି ପ୍ରାୟ କୌଣସି ଚଳଚ୍ଚିତ୍ରପ୍ରେମୀ ମନେ ରଖି ନଥିବେ।

କିନ୍ତୁ ସେ ଏକଦା ଅମିତାଭ ବଚ୍ଚନ, ଓମ୍‌ ପୁରୀ, ଶବାନା ଆଜମୀଙ୍କ ଭଳି କିଂବଦନ୍ତିଙ୍କ ସହିତ ଅଭିନୟ କରିଥିଲେ।

୨୦୦୧ରେ ତାଙ୍କର ଅଭିନୟ କ୍ୟାରିଅର୍‌ ଆରମ୍ଭ ହୋଇଥିଲା ଏବଂ ଆଗକୁ ଯାଇ ସେ "ଜୋଗର୍ସ ପାର୍କ", "ବଲିଉଡ୍‌ କଲିଂ", "ମର୍ନିଂ ରାଗା", "ଏକ ଅଜନବୀ", "ଜଷ୍ଟ ମ୍ୟାରେଡ୍‌" ପରି ଚଳଚ୍ଚିତ୍ରରେ ଦେଖା ଦେଇଥିଲେ।

ହେେଲ ଆଜକୁ ୧୭ ବର୍ଷ ତଳେ ଅଭିନୟରୁ ତାଙ୍କର ମୋହଭଙ୍ଗ ହୋଇଥିଲା ଏବଂ ସେ ନିଜର ପାରିବାରିକ ବ୍ୟବସାୟ ଚଳାଇବାର ନିଷ୍ପତ୍ତି ନେଲେ।

ଆଜି ସେହି ପେରିଜାଦ ହେଉଛନ୍ତି ଜଣେ ସଫଳ କୁକୁଡ଼ା ବ୍ୟବସାୟୀ ଏବଂ ତାଙ୍କ ଉଦ୍ୟୋଗ ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଛି।

Advertisment MoU: ଆଇଏମ୍‌ବି-ଏନ୍‌ଆଇଏସ୍‌ଏମ୍‌ ଏଲ୍‌ଓୟୁ ସ୍ବାକ୍ଷର ପେରିଜାଦ ମୁମ୍ବାଇର ଏକ ଇରାନୀ ପରିବାରରେ ଜନ୍ମ ହୋଇଥିଲେ।

ପିତାଙ୍କ ପରି ଉଦ୍ୟୋଗୀ ହେବା ତାଙ୍କର ସ୍ବପ୍ନ ଥିଲା।

ସେଥିପାଇଁ ସେ ନ୍ୟୁୟର୍କ ଯାଇ ଏମ୍‌ବିଏ ପାଠ ପଢ଼ିଥିଲେ।

ସେଠାରେ ସେ ଏକବର୍ଷୀୟା ପାଠ୍ୟକ୍ରମ କରି ଅଭିନୟ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ ଏବଂ ତା" ପରେ ସ୍ବଦେଶ ଫେରିଆସି ପିତାଙ୍କ ବ୍ୟବସାୟରେ ଯୋଗ ଦେଇଥିଲେ।

ତେବେ ତାଙ୍କୁ ଆକସ୍ମିକ ଭାବେ ବିଜ୍ଞାପନରେ ଅଭିନୟର ସୁଯୋଗ ମିଳିଥିଲା।

ତା" ଜରିଆରେ ଚଳଚ୍ଚିତ୍ର ଦୁନିଆକୁ ପ୍ରବେଶଦ୍ବାର ଖୋଲିଗଲା।

ପିତାଙ୍କ କମ୍ପାନିରେ କାମ କରିବା ସହିତ ସେ ଅଭିନୟ ଜାରି ରଖିଲେ।

ତେବେ ଏକ ସମୟ ଆସିଲା ଯେତେବେଳେ ତାଙ୍କୁ ବ୍ୟବସାୟ ଓ ଅଭିନୟ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଲା।

ବିବାହ କରିବା ପରେ ସେ ଅଭିନୟ ଦୁନିଆ ଛାଡ଼ିବାର ନିଷ୍ପତ୍ତି ନେଲେ।

ପିତାଙ୍କ ଜୋରାବିୟନ୍‌"ସ ଚିକେନ୍‌ କମ୍ପାନିରେ ମନୋନିବେଶ କରି ସେ ତାହାକୁ ଏକ ଅତ୍ୟନ୍ତ ସଫଳ ଉଦ୍ୟୋଗରେ ପରିଣତ କଲେ।

ଆଜି ସେ ୭୦୦ କର୍ମଚାରୀଙ୍କ ନିଯୁକ୍ତିଦାତା ପାଲଟିଛନ୍ତି।

Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି"