Murder: ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ଅଭିଯୁକ୍ତ ଗିରଫ
"ବାଲିଶଙ୍କରା: ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହେରୀପଡ଼ାରେ ଗତ ଶୁକ୍ରବାର ରାତି ସାଢେ ୧୦ଟା ସମୟରେ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି କି, ଗତକାଲି ମାୟାବାହାଲ ଗ୍ରାମରେ ଚାଷୀମାନେ ମିଶି ଚାଷ କାର୍ଯ୍ୟ ପୂର୍ବରୁ ଗ୍ରାମ ଦେବତାଙ୍କ (ଦେମୁଲ) ପୂଜା କରିଥିଲେ।
ଉକ୍ତ ପୂଜା ଉତ୍ସବରେ ପୂଜକ (କାଲୋ) ରୂପେ ଅଭିଯୁକ୍ତ କନ୍ଦର୍ପ ଦେହେରି (୫୦) ପୂଜା କାର୍ଯ୍ୟ ତୁଲାଇଥିଲେ।Advertisment ପରିବାରର ଏକମାତ୍ର ରୋଜଗାରିଆ ଥିଲେ ପୂଜା ସାରି ନିଜ ଘରକୁ ଆସି କନ୍ଦର୍ପ ଦେହେରି ନିଜ ସ୍ତ୍ରୀ ବିନୀତ ଦେହେରି(୪୦)ଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ।
ବିନୀତ ଦେହେରି ମାଡ଼ ଭୟରେ ପଡୋଶୀରେ ବାସ କରୁଥିବା ହେମନ୍ତ ନାଏକ (୨୫)ଙ୍କ ଘରକୁ ଲୁଚିବାକୁ ଯାଇଥିଲେ ।
ସ୍ତ୍ରୀ ହେମନ୍ତ ନାଏକଙ୍କ ଘରକୁ ଲୁଚିବା ପାଇଁ ଯାଉଥିବା ଦେଖି କନ୍ଦର୍ପ ହେମନ୍ତ ଘରକୁ ଆସି ପାଟିତୁଣ୍ଡ କରିଥିଲେ।
ପାଟିତୁଣ୍ଡ ଶୁଣି ହେମନ୍ତଙ୍କ ଭଉଣୀ କୁମାରୀ ନାଏକ (୨୨) ଆସି କନ୍ଦର୍ପଙ୍କୁ ବାରଣ କରିଥିଲେ।
ଏଥିରେ କନ୍ଦର୍ପ ଉତ୍ୟକ୍ତ ହୋଇ କୁମାରୀ ନାଏକଙ୍କୁ ମଧ୍ୟ ମାଡ଼ ମାରିଥିଲେ ।ଭଉଣୀକୁ ମାଡ଼ ମାରୁଥିବା ଦେଖି ହେମନ୍ତ ନାଏକ କନ୍ଦର୍ପଙ୍କୁ ବାରଣ କରିବାରୁ କନ୍ଦର୍ପ ନିଜ ଘରକୁ ଚାଲିଯାଇଥିଲେ ।ପରେ କନ୍ଦର୍ପ ନିଜ ଘରୁ ଏକ ଖଣ୍ଡା ଆଣି ହେମନ୍ତଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରି ଚୋଟ ଉପରେ ଚୋଟ ପକାଇ ଚାଲିଲେ।ଘଟଣାସ୍ଥଳରେ ହିଁ ହେମନ୍ତ ନାଏକଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ସାଙ୍ଗେସାଙ୍ଗେ ପରିବାରବର୍ଗ ତଲସରା ଥାନାକୁ ଖବର ଦେଇଥିଲେ।
ଖବରପାଇ ରାତିରେ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ ।
ଅଭିଯୁକ୍ତ କନ୍ଦର୍ପ ଦେହେରିଙ୍କୁ ଗିରଫ କରି ଅଟକ ରଖାଯାଇଛି।
ହେମନ୍ତଙ୍କ ୨ ଭାଇ ଓ ଜଣେ ଭଉଣୀ ଅଛନ୍ତି।
ତାଙ୍କର ମା'ଙ୍କ ୧୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା ।ତାଙ୍କର ବାପାଙ୍କ ୨ ବର୍ଷ ହେବ ଦେହାନ୍ତ ହୋଇଥିଲା।ଭଉଣୀ କୁମାରୀ ନାଏକଙ୍କ ଆସନ୍ତା ଜୁଲାଇ ୬ ତାରିଖରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇ ବନ୍ଧୁ ବାନ୍ଧବଙ୍କ ନିକଟକୁ ନିମନ୍ତ୍ରଣ କରା ସରିଲାଣି।
ହେମନ୍ତ ପରିବାରର ଏକମାତ୍ର ରୋଜଗାରିଆ ଥିଲେ।ସେ ପରିବାରର ସମସ୍ତ କାର୍ଯ୍ୟ ତୁଲାଉଥିଲେ।
ଏବେ ଭଉଣୀର ବିବାହ କିପରି ସମ୍ପନ୍ନ ହେବ ସେ ଚିନ୍ତାରେ ଛୋଟ ଛୋଟ ଭାଇ ଓ ଭଉଣୀ ।
Accident: ପାରାଦୀପ ରାସ୍ତାରେ ସିରିଜ୍ ଦୁର୍ଘଟଣା: ତିନି କାରକୁ ଧକା ଦେଲା ଯାତ୍ରୀବାହୀ ବସ୍ "