Tamilnadu Case: ଜାତୀୟ ମାନବାଧିକାର କମିସନରେ ତାମିଲନାଡ଼ୁରେ ୧୧ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ମାମଲା
"ତେଲକୋଇ: ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୧ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା ।
ଜାତୀୟ ମାନବାଧିକାର କମିସନରେ ମାମଲା ପହଞ୍ଚିଛି ।
କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି ।
ଅଭିଯୋଗରେ ତେଲକୋଇର ଅଂଚଳର ରୀତା ଜୁଆଙ୍ଗଙ୍କ ସମେତ ଅନ୍ୟମାନଙ୍କର ମୃତ୍ୟୁକୁ ନେଇ ଅଭିଯୋଗ କରିଛନ୍ତି ।
ଅଭିଯୋଗରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହା ନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଚାଲିଥିବା ଯୁଗ୍ମ କମିଟି ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି ।Advertisment ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ନିବେଦନ ଶ୍ରମିକମାନେ ଅସୁରକ୍ଷିତ ପରିବେଶ ଏବଂ ବିପଦପୂର୍ଣ୍ଣ କାମରେ ନାବାଳିକାକୁ ନିଯୁକ୍ତ କରାଯାଇଥିବାରୁ ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକି୍ରୟାକରଣ କାରଖାନା ମେସର୍ସ ସେଂଟ ପିଟର ଆଣ୍ଡ ସି ଫୁଡ ଏକ୍ସପୋର୍ଟ ପ୍ରାଇଭେଟ ଲିଃ ପରିଚାଳନା କମିଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିସନ ଆଦେଶ କରିବାକୁ ଅନୁରୋଧ କରିଛନ୍ତି ।
ତାମିଲନାଡୁ ସରକାରଙ୍କୁ ଓ କାରଖାନା ପରିଚାଳନା କମିଟିକୁ ଆଦେଶ କରି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ଆଦେଶ କରିବାକୁ ଆଇନଜୀବି ଅନୁପ କୁମାର ପାତ୍ର ନିବେଦନ କରିଛନ୍ତି ।
କେନ୍ଦୁଝର ଜିଲାର କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ ଥଇଥାନ ଓ ସୁବିଧା ଯୋଗାଇ ଦେବାକୁ କମିସନଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ସେହିପରି ତାମିଲନାଡୁରେ ଥିବା ୬୬୬୯ ବିପଦପୂର୍ଣ୍ଣ ଶିଳ୍ପମାନଙ୍କରେ ସୁରକ୍ଷା ଅଡିଟ୍ କରିବାକୁ କମିସନ ଆଦେଶ କରିବାକୁ ସେ ନିବେଦନ କରିଛନ୍ତି ।
Theft: ମନ୍ଦିରରୁ ଲୁଟ୍: ସୁନା, ରୁପା ଅଳଙ୍କାର ସହ ୩୦ ହଜାର ଟଙ୍କାର ଦାନ ଅର୍ଥ ଚୋରି "