Accident: ଗୁମ୍ମା ଘାଟିରେ ଦୁର୍ଘଟଣା: ୩୨୬ ନମ୍ବର ଜାତୀୟ ରାଜପଥ ଜାମ
ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟିବା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଯାଇଛିI ଫଳରେ ଜାତୀୟ ରାଜପଥରେ ଉଭୟ ପାର୍ଶ୍ୱରେ ଶତାଧିକ ବସ୍ ଟ୍ରକ୍ ଅଟକି ରହିଛି I ହଜାର ହଜାର ଯାତ୍ରୀ ରାତି ସାରା ଜଙ୍ଗଲ ଓ ଘାଟି ରାସ୍ତାରେ ଅକଥନୀୟ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇଛନ୍ତିI
ଏକ ପାଇପ୍ ବୋଝେଇ ଟ୍ରଲର ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ମଧ୍ୟରାତ୍ରିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲାI ଗୁମ୍ମା ଘାଟିର ଏକ ନିର୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ରାସ୍ତା ଜାମ ହେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜାତୀୟ ରାଜପଥ ଅଧିକାରୀ ଏନେଇ କୌଣସି ସମାଧାନର ରାସ୍ତା ବାହାର କରୁନଥିବା ଅଭିଯୋଗ କରିଛନ୍ତି ଯାତ୍ରୀI
bike accident ବାଇକ୍ ଦୁର୍ଘଟଣାରେ ୩ ମୃତ
ବାରମ୍ବାର ଦୁର୍ଘଟଣାକୁ ନେଇ ଯାତ୍ରାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ଦେଖାଦେଇଛିI ବର୍ତ୍ତମାନ କେବଳ ଛୋଟିଆ ଗାଡି ଓ ବାଇକ ଏହି ରାସ୍ତାରେ ଯାତାୟାତ କରୁଛିI ମଧ୍ୟରାତ୍ରିରୁ ରାଜ୍ୟର ଅନ୍ୟ ସ୍ଥାନରୁ କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାକୁ ବସ ଯୋଗେ ଯାଉଥିବା ଯାତ୍ରୀ ଘାଟିରେ ଫସିଯାଇଛନ୍ତିI ଏପରିକି କୋରାପୁଟ ଜିଲ୍ଲାରୁ ଭୁବନେଶ୍ୱର ଯାଉଥିବା ବସ ଯାତ୍ରୀ ମାନେ ଫସି ରହିଛନ୍ତିI ରାସ୍ତା ଜାମ ହୋଇ ପ୍ରାୟ ୬ ଘଣ୍ଟା ହୋଇଯାଇଥିଲେ ସୁଦ୍ଧା ଏହି ରାସ୍ତାରେ ଯାତାୟାତ ସାମାନ୍ୟ ହୋଇ ପାରିନିI ଘଟଣା ସ୍ଥଳରେ କୁମ୍ବିକୋଟା ଫାଣ୍ଡି ଓ ରାୟଗଡା ପୁଲିସ ପହଞ୍ଚିଥିବା ଜଣାପଡିଛିI