Sonam Wangchuk Placed Under 60-Day House Arrest: ସୋନମ୍ ୱାଙ୍ଗଚୁକ୍ଙ୍କୁ ୬୦ ଦିନିଆ ଗୃହବନ୍ଦୀ, ଲଦାଖରେ ବଢ଼ିଲା ରାଜନୈତିକ ଉତ୍ତେଜନା
ଲଦାଖରେ ପୁଣି ତେଜିଲା ରାଜନୈତିକ ଓ ଜନଆନ୍ଦୋଳନ।
ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ଙ୍କ ଉପରେ ଲାଗିଲା ୬୦ ଦିନିଆ ଗୃହବନ୍ଦୀ କଟକଣା।
ଏଣିକି ସେ କୌଣସି ସାଧାରଣ ସଭା, ରାଲି କିମ୍ବା ଶୋଭାଯାତ୍ରାରେ ସାମିଲ ହୋଇପାରିବେ ନାହିଁ।
ଲେହ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଅନୁସାରେ ଏହି କଟକଣା ଜାରି କରିଛନ୍ତି।
Advertisment ଏହି କଟକଣା ଲାଗୁ ହେବାର ଠିକ୍ ପୂର୍ବରୁ ୱାଙ୍ଗଚୁକ୍ ଅଭିଯୋଗ କରିଥିଲେ ଯେ, ତାଙ୍କ ଘର ଚାରିପଟେ ବହୁ ସଂଖ୍ୟାରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି ଏବଂ ତାଙ୍କୁ ଘରୁ ବାହାରିବାକୁ ଦିଆଯାଉନାହିଁ।
ତେବେ ପୋଲିସ ପକ୍ଷରୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା କୁହାଯାଇଛି।
ଡିସେମ୍ବର ୪ରେ ଲଦାଖ ସ୍ୱୟଂଶାସିତ ପାହାଡ଼ି ପରିଷଦ ନିର୍ବାଚନ ହେବାକୁ ଥିବା ବେଳେ ଶୀତଦିନେ ନିର୍ବାଚନ କରାଇବାକୁ ବିରୋଧ କରୁଛନ୍ତି ୱାଙ୍ଗଚୁକ୍ ଓ ଅନ୍ୟ ସ୍ଥାନୀୟ ନେତା।
ଶୀତ ଓ ଋତୁକାଳୀନ ସ୍ଥାନାନ୍ତରଣ ଯୋଗୁଁ ଅନେକ ଭୋଟର ମତଦାନରୁ ବଞ୍ଚିତ ହୋଇପାରନ୍ତି ବୋଲି ସେମାନଙ୍କ ଯୁକ୍ତି।
ଅନ୍ୟପଟେ ନିର୍ବାଚନ ଠିକ୍ ସମୟରେ କରାଇବା ଜରୁରୀ ବୋଲି କହିଛି ପ୍ରଶାସନ।
ଲଦାଖରେ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ସୂଚୀ ଅନୁସାରେ ସୁରକ୍ଷା ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
