Cigarette Addiction Surges in Odisha: ବର୍ଷକରେ ୨୧୦୩ କୋଟିର ସିଗାରେଟ୍ ଧୂଆଁରେ ଉଡ଼ାଇଲେ ଓଡ଼ିଶାବାସୀ!

Nov 24, 2026 - 21:10
Cigarette Addiction Surges in Odisha: ବର୍ଷକରେ ୨୧୦୩ କୋଟିର ସିଗାରେଟ୍ ଧୂଆଁରେ ଉଡ଼ାଇଲେ ଓଡ଼ିଶାବାସୀ!

ଏମିତି ଚମକାଇଦେଲା ଭଳି ତଥ୍ୟ ଆସିଛି ଖୋଦ୍ ବିଧାନସଭାରୁ।

ଗୋଟିଏ ବର୍ଷରେ ଓଡ଼ିଶା ଟାଣିଦେଇଛି ୨୧ ଶହ ୩ କୋଟି ଟଙ୍କାର ସିଗାରେଟ୍।

୨୦୨୫-୨୬ ଆର୍ଥିକ ବର୍ଷରେ ସିଗାରେଟ୍ ବିକ୍ରିରେ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି ଓଡ଼ିଶା।

ଦିନିକିଆ ହିସାବ ଦେଖିଲେ, ଓଡ଼ିଶାରେ ହାରାହାରି ୫ କୋଟି ୭୬ ଲକ୍ଷ ଟଙ୍କାର ସିଗାରେଟ୍ ବିକ୍ରି ହେଉଛି।

ଫଳରେ ସରକାରଙ୍କ ରାଜସ୍ବ ବଢିଛି।

ଗୋଟିଏ ବର୍ଷରେ କେବଳ ସିଗାରେଟ୍ ବିକ୍ରିରୁ ରାଜ୍ୟ ରାଜକୋଷକୁ ଆସିଛି ୩୧୯ କୋଟି ଟଙ୍କା।

ବଡ଼ କଥା ହେଲା, ସିଗାରେଟ୍ ଏକ ହାନୀକାରକ ସାମଗ୍ରୀ ହୋଇଥିବାରୁ ଏହା ଉପରେ ଜିଏସଟି ୨୮ରୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଉତ୍ପାଦ ଶୁଳ୍କ ମଧ୍ୟ ବଢିଛି।

ତଥାପି ସିଗାରେଟ୍ ଚାହିଦା ଦିନକୁ ଦିନ ବଢି ଚାଲିଛି।

ଏତେ ପରିମାଣରେ ସିଗାରେଟ୍ ବିକ୍ରିକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଇଛି।

Advertisment ରୋଚକ କଥା ହେଉଛି ରାଜ୍ୟରେ ଦେଶୀ ଅପେକ୍ଷା ବିଦେଶୀ ସିଗାରେଟର ଚାହିଦା ବେଶୀ।

ବିଶେଷକରି ଯୁବପିଢିଙ୍କ ପାଇଁ ଫ୍ୟାସନ୍ ପାଲଟିଯାଇଛି ସିଗାରେଟ୍।

ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ବେଶୀ ମାତ୍ରାରେ ସିଗାରେଟ୍ ପିଉଛନ୍ତି।

ଆଖି ପିଛୁଳାକେ ପୋଡ଼ି ଦେଉଛନ୍ତି ଶହ ଶହ ଟଙ୍କା।

ଯାହାଫଳରେ ସ୍ବାସ୍ଥ୍ୟଗତ ବିପଦ ବି ବଢିଚାଲିଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ସିଗାରେଟ୍ ଧୂଆଁ ଶରୀରକୁ ବେଶୀ କ୍ଷତିଗ୍ରସ୍ତ କରୁଛି।

ପ୍ରଭାବରେ କର୍କଟ, ଫୁସଫୁସ ଏବଂ ହାର୍ଟ ଆଟାକ୍ ଭଳି ଆକ୍ରନ୍ତଙ୍କ ସଂଖ୍ୟା ବଢୁଛି।

ଏପରିକି ମଣିଷର ପ୍ରଜନନ କ୍ଷମତା ହ୍ରାସ କରିବା ଏବଂ ଅକାଳ ବାର୍ଦ୍ଧକ୍ୟ ମୁହଁକୁ ଠେଲି ଦେଉଛି ସିଗାରେଟ୍।

କେବଳ ସିଗାରେଟ୍ ନୁହେଁ, ଗୁଟ୍ଖା, ପାନ ମସଲା ଓ ଅନ୍ୟ ତମାଖୁଜାତ ଦ୍ରବ୍ୟ ବ୍ୟବହାରରେ ବି ଓଡ଼ିଶା ପଛରେ ନାହିଁ ।

ତଥ୍ୟ କହୁଛି- ଏସବୁ କ୍ଷେତ୍ରରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧ ହଜାର ୧୨ କୋଟି ଟଙ୍କାର ରାଜସ୍ବ ମିଳିଥିବା ବେଳେ ୨୦୨୪-୨୫ରେ ତାହା ୧ ହଜାର ୨୩୪ କୋଟି ୮୮ ଲକ୍ଷକୁ ବୃଦ୍ଧି ପାଇଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)