30 OCTOBER 2026

Welcome!

Unlock your personalized experience.
Sign Up

Ravindra Kishore Sinha: ବିଜେପିର ବରିଷ୍ଠ ନେତା ଆର୍‌କେ ସିହ୍ନାଙ୍କ ପରଲୋକ

Oct 30, 2026 - 21:13
Ravindra Kishore Sinha: ବିଜେପିର ବରିଷ୍ଠ ନେତା ଆର୍‌କେ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବୀନ୍ଦ୍ର କିଶୋର ସିହ୍ନାଙ୍କର ଶୁକ୍ରବାର ୭୫ ବର୍ଷ ବୟସରେ ପରଲୋକ ହୋଇଛି। ଉତ୍ତରପ୍ରଦେଶର ନୋଏଡାସ୍ଥିତ ନିଜ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କ ବିୟୋଗରେ ବିଜେପିର ବହୁ ବରିଷ୍ଠ ନେତା, କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ବିଜେପିର ଜାତୀୟ ସଭାପତି ନିତିନ ନବୀନ ଏମ୍ସରେ ସିହ୍ନାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦଳର ପ୍ରତିଷ୍ଠା କାଳରୁ ସଂଗଠନର ସମ୍ପ୍ରସାରଣରେ ତାଙ୍କର ଅବଦାନ ସବୁବେଳେ ମନେ ରହିବ ବୋଲି ସେ କହିଥିଲେ। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ମିଳିତ ଶୋକବାର୍ତ୍ତା ଜାରି କରି ସିହ୍ନାଙ୍କ ସାମାଜିକ ସେବା, ରାଷ୍ଟ୍ର ନିର୍ମାଣ, ସାମ୍ବାଦିକତା ଓ ଘରୋଇ ସୁରକ୍ଷା ଶିଳ୍ପ ପ୍ରତି ଅବଦାନକୁ ସ୍ମରଣ କରିଛନ୍ତି। 

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସିହ୍ନାଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ବୋଲି କହିବା ସହ ଜଣେ ଉଦ୍ୟୋଗୀ ଭାବେ ଶୂନରୁ ସଫଳତା ହାସଲ କରିବାର ତାଙ୍କ ଯାତ୍ରା ପ୍ରେରଣାଦାୟକ ବୋଲି ଗଡ଼କରୀ କହିଛନ୍ତି। ବିଜେପି ନେତ୍ରୀ ସ୍ମୃତି ଇରାନୀ ମଧ୍ୟ ଶୋକ ପ୍ରକାଶ କରିବା ସହ ପୂର୍ବତନ ସୈନିକଙ୍କ ପୁନର୍ବାସ ଓ ନିଯୁକ୍ତି ପାଇଁ ତାଙ୍କ ଉଦ୍ୟମକୁ ମନେ ପକାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିଶ ଦ୍ୱିବେଦୀ ଓ ରବିଶଙ୍କର ପ୍ରସାଦ ମଧ୍ୟ ଶୋକବାର୍ତ୍ତା ଜଣାଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପରାଜିତ କରିଥିବା ବିଜେପିର ବରିଷ୍ଠ ନେତା ପ୍ରଫେସର ବିଜୟ କୁମାର ମାଲହୋତ୍ରା ଆଉ ନାହାନ୍ତି

ବିହାରରେ ଜନ୍ମିତ ସିହ୍ନା ପାଟନାରେ ଶିକ୍ଷା ଗ୍ରହଣ କରିଥିଲେ। ହିନ୍ଦୀ ଖବରକାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟଜୀବନ ଆରମ୍ଭ କରିଥିବା ସିହ୍ନା ୧୯୭୦ ଦଶକର ଶେଷ ଭାଗରେ ଏସ୍‌ଆଇଏସ୍‌ ଏଣ୍ଟରପ୍ରାଇଜେସ୍‌ ପ୍ରତିଷ୍ଠା କରିଥିଲେ। ବାଂଲାଦେଶ ଯୁଦ୍ଧ ପରେ ଅବସର ନେଇଥିବା ବହୁ ପୂର୍ବତନ ସୈନିକଙ୍କୁ ଏଥିରେ ନିଯୁକ୍ତି ଦେଇଥିଲେ। ଛାତ୍ର ଜୀବନରୁ ଆର୍‌ଏସ୍‌ଏସ୍‌ ବିଚାରଧାରା ସହ ଜଡ଼ିତ ସିହ୍ନା ବିଜେପିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ଅନ୍ୟତମ ଥିଲେ। ୨୦୧୪ରେ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ଦଳର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)