Skeleton Mystery Solved: ଭୋଜିରେ ମାଂସକୁ ନେଇ ମହାଭାରତ! ସାଙ୍ଗକୁ କଟୁରୀରେ ହାଣି ଜଙ୍ଗଲରେ ପୋତିଦେଲେ
କାଜୁ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ଖୋଲିଲା ରହସ୍ୟ।
ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ ଦୁଇ ସାଙ୍ଗ।
ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗଡ଼ରୋଡ଼ଙ୍ଗ ଗ୍ରାମ ନିକଟ ବସଙ୍ଗ କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର ଘଟଣାରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବ୍ରହ୍ମଗିରି ପୋଲିସ।
ମୃତକ ହେଉଛନ୍ତି କୃଷ୍ଣ ବଢେଇ।
ଏହି ଘଟଣାରେ ଦୁଇ ଅଭିଯୁକ୍ତ ହେମନ୍ତ କୁମାର ନାୟକ ଓ ଚନ୍ଦନ ନାୟକଙ୍କୁ ଗିରଫ କରାଯାଇଛି।
Advertisment ପୋଲିସର ସୂଚନା ଅନୁଯାୟୀ, ତିନି ଜଣ ଭଲ ସାଙ୍ଗ ଥିବା ବେଳେ ଘଟଣା ଦିନ ଏକାଠି ମଦ୍ୟପାନ ଓ ଭୋଜି କରିଥିଲେ।
ଅଧିକ ମାଂସ ଖାଇବାକୁ ନେଇ ବଚସା ହେବାରୁ ଅଭିଯୁକ୍ତମାନେ କଟୁରୀରେ କୃଷ୍ଣଙ୍କୁ ହାଣି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।
ପରେ ପ୍ରମାଣ ଲୁଚାଇବାକୁ ଜଙ୍ଗଲରେ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ।
ଗତ ୨୧ ତାରିଖରେ ଜଙ୍ଗଲରୁ ମଣିଷ ଖପୁରୀ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ପରେ ଫରେନ୍ସିକ୍ ଟିମ୍ ସହାୟତାରେ ପୋଲିସ ମାଟି ତଳୁ ନରକଙ୍କାଳ ଉଦ୍ଧାର କରିଥିଲା।
ପୋଷାକ ଚିହ୍ନି ମୃତକଙ୍କ ମାଆ ରଙ୍ଗଲତା ବଡ଼େଇ ଏହା ତାଙ୍କ ପୁଅ କୃଷ୍ଣଙ୍କର ବୋଲି ଦାବି କରିଥିଲେ।
ତାଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା।
ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ କଟୁରୀ ଓ ମୋବାଇଲ ଜବତ କରାଯାଇଛି।
ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ପୋଲିସ ଘଟଣାର ସିନ୍ ରିକ୍ରିଏସନ୍ କରିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
