Bhubaneswar Prepares for Rising Air Pollution: ଶୀତ ଆସୁ ଆସୁ ବଢ଼ିବ ପ୍ରଦୂଷଣ! ଆଗୁଆ ସତର୍କ ହେଲା BMC
ପାଖେଇ ଆସୁଛି ଡିସେମ୍ବର ।
ରାଜଧାନୀରେ ଶୀତ ବଢିବା ସହ ବାୟୁ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାର ଆଶଙ୍କା ରହିଛି ।
ଏନେଇ ବିଏମସିକୁ ସତର୍କ କରାଇଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ଗତ ଡିସେମ୍ବର ୨୦୨୫ ଓ ଜାନୁଆରୀ ୨୦୨୬ରେ ଭୁବନେଶ୍ବରରେ ବାୟୁରମାନ ୩୦୦ ଅତିକ୍ରମ କରିଥିଲା ।
ଏହାକୁ ନେଇ ଲୋକମାନେ ଚିନ୍ତାରେ ପଡିଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ।
ସେହିଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ବାୟୁର ମାନ ଖରାପ ସ୍ଥିତିରେ ପହଞ୍ଚିଥିଲା ।
ତେଣୁ ଏଥର ପୂର୍ବଭଳି ଯେପରି ସ୍ଥିତି ନଉପୁଜେ, ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ଯୋଜନା କରୁଛି ଷ୍ଟେଟ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ।
ରାଜଧାନୀରେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ BMCକୁ ଚିଠି ଲେଖି ଅବଗତ କରାଇବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।
ସେପଟେ ବିଏମସି କହିଛି, ଡିଜେଲ ଚାଳିତ ଗାଡି ଚଳାଚଳ ଉପରେ କଟକଣା ରହିବ ।
ରେଗୁରାଲ ଗାଡ଼ି ପଲ୍ୟୁସନ ଚେକିଂକୁ କଡାକଡି କରାଯିବ ।
ରାସ୍ତାକଡ ହୋଟେଲରେ କୋଇଲା ବ୍ୟବହାର ଉପରେ ରୋକ ଲଗାଯିବ ।
ଗଛ, ଡାଳ, ଶୁଖିଲାପତ୍ର ଜାଳିବା ଉପରେ କଟକଣା ରହିବ ।
ଅଟ୍ଟାଳିକା ନିର୍ମାଣ ବେଳେ ଧୂଳି ଧୂଆଁ ଉଡିଲେ ପାଣି ସିଞ୍ଚନକୁ ଗୁରୁତ୍ବ ଦିଆଯିବ ।
Advertisment ସେପଟେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ।
କହିଛନ୍ତି, ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି ।
ସହରରେ ଅତ୍ୟଧିକ ଗାଡି ଚଳାଚଳ ଓ କଳକାରଖାନା ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ବଢୁଛି ।
ବିଶେଷ କରି ଶୀତ ଋତୁରେ ତାପମାତ୍ରା ହ୍ରାସ, ପବନର ବେଗର କ୍ଷୀଣ ହେବା ଯୋଗୁଁ ବାୟୁ ପ୍ରଦୂଷଣ ବଢିବଢି ଚାଲିଛି ।
ବାୟୁରେ ପ୍ରଦୂଷଣର ମାତ୍ରା ବଢ଼ିଲେ, ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡିଥାଏ।
ବିଶେଷ କରି ବୟସ୍କ, ଶିଶୁ ଏବଂ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ଅଧିକ ଚିନ୍ତାଜନକ ବିଷୟ ହୋଇଥାଏ ।
ଅତ୍ୟଧିକ ଜଙ୍ଗଲ ସୃଷ୍ଟି ଓ ସଚେତନତା ବାୟୁ ପ୍ରଦୂଷଣକୁ ରୋକିପାରିବ ବୋଲି ପରିବେଶବିତ କହିଛନ୍ତି ।
ପ୍ରଦୂଷଣର ବିପଦ ଏବେ ଆଉ କେବଳ ଆଶଙ୍କା ନୁହେଁ, ପୂର୍ବ ବର୍ଷର ତଥ୍ୟ ହିଁ ଏହାର ସତର୍କ ଘଣ୍ଟି ।
ଏବେ ଦେଖିବାର କଥା, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର ଚେତାବନୀ ପରେ BMCକି ପଦକ୍ଷେପ ନେଉଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
