Actress kavya kiran: ଖୁବ୍ ଶୀଘ୍ର ମୁଁ ପୁଣି ଏକ ହିନ୍ଦୀ ସିନେମାରେ ଅଭିନୟ କରିବି: କାବ୍ୟା କିରଣ

Nov 27, 2026 - 10:11
Actress kavya kiran: ଖୁବ୍ ଶୀଘ୍ର ମୁଁ ପୁଣି ଏକ ହିନ୍ଦୀ ସିନେମାରେ ଅଭିନୟ କରିବି: କାବ୍ୟା କିରଣ

'ଖୁସି' ଓ ' ରଘୁ ସର୍ଦ୍ଦାର' ପାଇଁ ‌ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦୁଇ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି କାବ୍ୟା କିରଣ।

ଉଭୟ ଓଲିଉଡ ଓ ବଲିଉଡରେ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି ଅଭିନେତ୍ରୀ କାବ୍ୟା କିରଣ।

୨୦୧୪ ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା 'କାଉଁରି କନ୍ୟା'ରେ ପ୍ରଥମେ ପରଦାକୁ ଆସିଥିଲେ।

ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣଙ୍କ ଅଭିନୟ ବି ବେଶ୍ ପ୍ରଭାବଶାଳୀ ଥିଲା।

'କାଉଁରୀ କନ୍ୟା' ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡକୁ ଯାଇସାରିଥିଲେ।

ସେଠି ସେ ରାମରତନ୍, ରଙ୍ଗ୍ -ଏ -ଇଶ୍କ, ଓ ଜୟବୀର ପାଂଘଲ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ।

ଏହାପରେ କାବ୍ୟା 'ରହସ୍ୟ, 'ରଘୁ ସର୍ଦ୍ଦାର', 'ତୋ ନା ର ମାନେ ହଁ','ଭୋକ', ଖୁସି, ଓ ଆଞ୍ଜେଲ୍ ଆଦି ଓଡ଼ିଆ ଛବିରେ କାମ କରିଛନ୍ତି।

ଏହାଛଡ଼ା ତାଙ୍କୁ '୭୨ ଆୱାର୍ସ' ଓ 'ଏକ୍ସପୋଜ୍' ଭଳି ୱେବ୍ ସିରିଜ୍‌ରେ ବି ଦେଖିବାକୁ ପାଇଛନ୍ତି ଦର୍ଶକ।

ଆଞ୍ଜେଲ୍ ପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ।

ଆସନ୍ତୁ ଜାଣିବା ଏହାର କାରଣ ଓ ଏବେ କ'ଣ କରୁଛନ୍ତି କାବ୍ୟା କିରଣ।

Advertisment ପ୍ରଶ୍ନ: ଆପଣଙ୍କୁ ପ୍ରାୟ ଦେଢ଼ ବର୍ଷ ହେଲା ଓଡ଼ିଆ ଛବିରେ ଆଉ ଦେଖିବାକୁ ମିଳୁନି।

କାରଣ କ'ଣ?

ଉତ୍ତର: ମୁଁ ମୁମ୍ବାଇରେ ରହୁଥିବା କାରଣରୁ କମ୍ ସଂଖ୍ୟକ ଓଡ଼ିଆ ସିନେମା କରୁଛି।

ତେବେ ମୋର ଗୋଟିଏ ଓଡ଼ିଆ ଛବି 'ମହାନାୟକ' ଢେର ଦିନ ହେବ ରିଲିଜ୍ ଅପେକ୍ଷାରେ ରହିଛି।

ଏଥିରେ ମୋତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶ।

ଏଥିରେ ଜଣେ ମହିଳା ପାଇଲଟ୍ ଭାବେ ମୁଁ ଅଭିନୟ କରିଛି।

ଏହି ଫିଲ୍ମର ରିଲିଜ୍‌କୁ ମୁଁ ଅପେକ୍ଷା କରିଛି।

ପ୍ରଶ୍ନ: ତା'ହା ହେଲେ ଆପଣଙ୍କୁ କ'ଣ ଆଉ ନୂଆ ଓଡ଼ିଆ ଫିଲ୍ମର ଅଫରି ମିଳିନି?

ଉତ୍ତର: ହଁ, ମିଳୁଛି, ହେଲେ ମୁଁ କେବଳ ଶୋ'ପିସ୍ ହେବାକୁ ଚାହେଁନା।

ରୋଲ୍‌ ଦମଦାର୍ ହେବା ଦରକାର।

ଛୋଟ ହେଲେ ଚଳିବ, ମାତ୍ର, ମୋର ଭୂମିକାକୁ ବାଦ୍ ଦେଲେ ଯେମିତି ସିନେମାଟି ଅସଂପୂର୍ଣ୍ଣ ଲାଗୁଥିବ।

ବାସ୍ ଏହି କାରଣରୁ ମୁଁ କେତୋଟି ଓଡ଼ିଆ ଛବିକୁ ନା କହିଛି।

ୱେବ୍ ସିରିଜ୍ 'ଇନସ୍ପେକ୍ଟର୍ ଅବିନାଶ ୨' ରିଲିଜ୍ ହୋଇଛି ପ୍ରଶ୍ନ: ଆଉ ବଲିଉଡରେ କ'ଣ ଚାଲିଛି ଆପଣଙ୍କର?

ଉତ୍ତର: ନିକଟରେ ତ ଜିଓ ହଟ୍‌ଷ୍ଟାରରେ ମୋର ଏକ ୱେବ୍ ସିରିଜ୍ 'ଇନସ୍ପେକ୍ଟର୍ ଅବିନାଶ ୨' ରିଲିଜ୍ ହୋଇଛି।

ଏଥିରେ ରଣଦୀପ ହୁଡା, ଉର୍ବଶୀ ରୌତେଲା ପ୍ରମୁଖଙ୍କ ସହ ମୁଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛି।

ଏଥିରେ ଅକ୍ଷୟ କୁମାରଙ୍କ ଅଭିନୀତ 'ହଲିଡେ' ଫେମ୍ ଫ୍ରେଡୀ ଦାରୁୱାଲାଙ୍କ ବିପକ୍ଷରେ ମୁଁ ଅଛି।

ଏଥିରେ ଜଣେ ଅଭିନେତ୍ରୀର ଭୂମିକାରେ ମୁଁ ଅଭିନୟ କରିଛି।

ପ୍ରଶ୍ନ: ଆପଣଙ୍କର ଆଗାମୀ ପ୍ରୋଜେକ୍ଟ ସବୁ କ'ଣ?

ଉତ୍ତର: ଖୁବ୍ ଶୀଘ୍ର ମୁଁ ଏକ ହିନ୍ଦୀ ସିନେମାରେ ଅଭିନୟ କରିବି।

ତା'ଛଡ଼ା ଏକ ହିନ୍ଦୀ ମ୍ୟୁଜିକ୍ ଭିଡିଓରେ ବି ଲିଡ୍‌ରେ ଅଛି।

ଉଭୟର ସୁଟିଂ ଆରମ୍ଭ ହେବାକୁ ଯାଉଛି।

ପୁଣି କ୍ୟାରିଅର୍ ମନସ୍କ ହେବି ପ୍ରଶ୍ନ: ତେବେ ବଲିଉଡର ବ୍ୟସ୍ତତା ପାଇଁ ଓଲିଉଡକୁ ସମୟ ଦେଇପାରୁନାହାନ୍ତି ବୋଲି ଆମେ କହିପାରିବା?

ଉତ୍ତର: ତାହା ଆଂଶିକ ଠିକ୍।

ପ୍ରକୃତ କଥା ହେଲା ମୁଁ ଭୁବନେଶ୍ବରରେ ନିଜର ଘର ତିଆରି କାମରେ ବି ଢେର୍ ବ୍ୟସ୍ତ ରହୁଛି।

ଏହାର କାମ ଶେଷ ପର୍ଯ୍ୟାୟରେ ରହିଛି।

ତାପରେ ପୁଣି କ୍ୟାରିଅର୍ ମନସ୍କ ହେବି।

A new opportunity for Sara: ସାରାଙ୍କୁ ନୂଆ ସୁଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)