06 NOVEMBER 2026

Welcome!

Unlock your personalized experience.
Sign Up

SIR: ଚିଠା ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କୁ ଆଉ ଏକ ସୁଯୋଗ; ୭ ରାଜ୍ୟରେ ପୁଣି ଦାଖଲ ହେବ ଗଣନା ଫର୍ମ

Nov 06, 2026 - 20:56
SIR: ଚିଠା ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କୁ ଆଉ ଏକ ସୁଯୋଗ; ୭ ରାଜ୍ୟରେ ପୁଣି ଦାଖଲ ହେବ ଗଣନା ଫର୍ମ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଚିଠା ତାଲିକାରୁ ବାଦ୍‌ ପଡ଼ିଥିବା ଲକ୍ଷ ଲକ୍ଷ ଭୋଟରଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି ନିର୍ବାଚନ କମିସନ। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲଙ୍ଗାନା ଓ ନାଗାଲାଣ୍ଡରେ ବାଦ୍‌ ପଡ଼ିଥିବା ଭୋଟରମାନେ ପୁଣିଥରେ ନିଜ ନାମ ସାମିଲ କରିବାକୁ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ନୂଆ ଭୋଟର ଭାବେ ଫର୍ମ-୬ ପୂରଣ କରିବାକୁ ପଡ଼ିବ ନାହିଁ। ପୂର୍ବରୁ ଥିବା ଗଣନା ଫର୍ମକୁ ପୁଣିଥରେ ପୂରଣ କରି ନିର୍ଦ୍ଧାରିତ ଘୋଷଣାପତ୍ର ସହ ଦାଖଲ କରିହେବ ବୋଲି ଶୁକ୍ରବାର କମିସନ ସ୍ପଷ୍ଟ କରିଛନ୍ତି।

ଏ ସମ୍ପର୍କରେ କମିସନ ଉକ୍ତ ୭ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ କିମ୍ବା ଏକାଧିକ ଥର ନାମ ଥିବା ଦର୍ଶାଇ ଯେଉଁ ଭୋଟରଙ୍କୁ ଚିଠା ତାଲିକାରୁ ବାଦ୍‌ ଦିଆଯାଇଛି, ସେମାନଙ୍କ ନାମ ପୁଣିଥରେ ସମ୍ପୃକ୍ତ ମତଦାନ କେନ୍ଦ୍ରର ନୋଟିସ୍‌ ବୋର୍ଡରେ ପ୍ରକାଶ କରାଯିବ। ଏହି ଚାରି ବର୍ଗରେ ପ୍ରାୟ ୧୩ କୋଟି ଭୋଟର ରହିଛନ୍ତି। ଏସ୍‌ଆଇଆର୍‌ରେ ମୋଟ ୧୩ କୋଟି ୪୦ ଲକ୍ଷ ନାମ ବାଦ୍‌ ପଡ଼ିଥିବା ବେଳେ ଏଥିରୁ ପ୍ରାୟ ୧୩ କୋଟି ଏହି ବର୍ଗର।

The SIR declaration: ଫର୍ମ-୬ରୁ ଏସ୍‌ଆଇଆର୍‌ ଘୋଷଣାପତ୍ର ଅଲଗା ହେଲା

କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲା ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଜରିଆରେ ଏହି ଭୋଟରଙ୍କୁ ଯୋଗାଯୋଗ କରିବେ। ଘରକୁ ଯାଇ, ହ୍ବାଟ୍‌ସଆପ୍‌, ଇମେଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସେମାନଙ୍କୁ ଫର୍ମ ଦାଖଲ ପାଇଁ ଜଣାଯିବ। ଭୋଟରମାନେ ପୂର୍ବରୁ ଥିବା ଇପିଆଇସି ନମ୍ବର ବ୍ୟବହାର କରି ଅନ୍‌ଲାଇନ୍‌ରେ ମଧ୍ୟ ଫର୍ମ ଡାଉନ୍‌ଲୋଡ୍‌ ଓ ଦାଖଲ କରିପାରିବେ। ଆବେଦନ ଗ୍ରହଣ ହେଲେ ସେମାନଙ୍କୁ ପୂର୍ବରୁ ଥିବା ସମାନ ଇପିଆଇସି ନମ୍ବର ମିଳିବ।

ଦିଲ୍ଲୀର ଚିଠା ଭୋଟର ତାଲିକାରୁ ଅଗଷ୍ଟ ୩୧ରେ ପ୍ରାୟ ୪୭ ଲକ୍ଷ ନାମ ବାଦ୍‌ ପଡ଼ିବା ପରେ ଏହି ପ୍ରସଙ୍ଗ ସୁପ୍ରିମ୍‌କୋର୍ଟରେ ଉଠିଥିଲା। ଅକ୍ଟୋବର ୨୮ରେ ଶୁଣାଣି ସମୟରେ ଅଦାଲତ ବାଦ୍‌ ପଡ଼ିଥିବା ପୁରୁଣା ଭୋଟରଙ୍କୁ ନୂଆ ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ-୬ ପୂରଣ କରିବାକୁ କାହିଁକି କୁହାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏବେ ନୂଆ ନିର୍ଦ୍ଦେଶରେ ପୂର୍ବ ଗଣନା ଫର୍ମ ଦାଖଲର ସହଜ ବିକଳ୍ପ ଖୋଲାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)