Interstate Transformer Theft ଧରାପଡ଼ିଲେ ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୩ ଗିରଫ

Nov 06, 2026 - 20:56
Interstate Transformer Theft  ଧରାପଡ଼ିଲେ ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୩ ଗିରଫ

ଚିତ୍ରଡା(ବିଶ୍ବ ରଞ୍ଜନ ବେହେରା): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୋଲିସ ହାତରେ ଏକ ଆନ୍ତଃରାଜ୍ୟ ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୩ସଦସ୍ୟ ଧରାପିଡ଼ିଛନ୍ତି ।

ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାମରେ ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ମାମଲା ରହିଛି ।

ସେମାନଙ୍କ ନିକଟରୁ ଦୁଇଟି ଦାମୀ କାର ସହିତ ଚୋରି ହୋଇଥିବା ଦୁଇଟି ଟ୍ରାନ୍ସଫର୍ମରର ଦାମୀ ତମ୍ବା କୋଏଲ ଜବତ କରାଯାଇଛି।

Advertisment Transformer Stolen ଦୁର୍ବୃତ୍ତ ଚୋରାଇ ନେଲେ ଟ୍ରାନ୍ସଫର୍ମର, ଅନ୍ଧାରରେ ନୂସାଡିହି ଗାଁ ଆଜି ଏନେଇ ମୋରଡ଼ା ଥାନା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ବେତନଟୀ ଏସ୍‌ଡିପିଓ ମିନତୀ ବିଶ୍ୱାଳ ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତ।

ସୂଚନା ଅନୁସାରେ, ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସରେନଙ୍କ ନେତୃତ୍ୱରେ ଚିତ୍ରଡା ଫାଣ୍ଡି ଅଧୀନ ଶୀର୍ଷାପାଳ ଛକ ନିକଟରେ ୬ ନଭେମ୍ବର ଭୋର ୩ ଟା ୧୫ ସମୟରେ ଦୁଇଟି କାର ( ଓଡ଼ି-୦୨-ବିଭି-୯୨୪୮) ଓ (ଜେ ଏଚ-୦୫-ଏଆର-୨୬୬୬) ରାସଗୋବିନ୍ଦପୁର ଅଞ୍ଚଳରୁ ବାରିପଦା ଅଭିମୁଖେ ଯାଉଥିଲେ।

ରାସ୍ତାରେ ପୁଲିସ ପକ୍ଷରୁ ଯାଞ୍ଚ ଚାଲିଥିଲା।

କାର ଭିତରେ ଥିବା ଟ୍ରାନ୍ସଫର୍ମରର ଦାମୀ କଏଲ ସହିତ କଟର ଏବଂ ବିଭିନ୍ନ ସାମଗ୍ରୀ କୁ ଦେଖି ପୋଲିସ ପଚରାଉଚରା ଆରମ୍ଭ କରିଥିଲା।

ଏହି ସମୟ‌େରେ କାର୍‌ରେ ଥିବା ଅନ୍ୟ ୩ଜଣ ଯୁବକ ଚମ୍ପଟ ମାରିଥିଲେ।

Transformer Theft Surges ରାଇରଙ୍ଗପୁରରୁ ଗାୟବ ହୋଇଯାଉଛି ଟ୍ରାନ୍‌ସଫର୍ମର!

୧୯ ମାସରେ ୪୦ ଟ୍ରାନ୍‌ସଫର୍ମର ଗାୟବ ପୁଲିସ ଅନ୍ୟ ତିନିଜଣ ଯୁବକଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିଥିଲା।

ପଚରାଉଚରା ପରେ ସମସ୍ତ କଥା ପ୍ରଘଟ ହୋଇଥିଲା।

ମୋରଡ଼ା ଥାନାରେ ଏନେଇ ୩୦୨(୨), ୩୧୭(୩), ୩(୫) ବିଏନ୍‌ଏସ୍‌ ରେ ୪୨୭/୨୦୨୬ ରେ ଆଜି ଏକ ମାମଲା ରୁଜୁ କରାଯିବା ସହିତ ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ କହିଛନ୍ତି।

Transformer Theft Racket ସବୁ ଜିଲ୍ଲାକୁ ଲମ୍ବିଥିଲା ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରିର ଚେର, ଧରାପଡ଼ିଲେ ୧୬ ଡକାୟତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଶ୍ରୀମତୀ ବିଶ୍ୱାଳଙ୍କ ସହିତ ଥାନା ଅଧିକାରୀ ଶ୍ରୀସରେନ, ଏସ ଆଇ ଚନ୍ଦନ କୁମାର ନାୟକ ଉପସ୍ଥିତ ରହିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)