06 NOVEMBER 2026

Welcome!

Unlock your personalized experience.
Sign Up

Diwali dhamaka: ପାତ୍ର ଇଲେକ୍ଟ୍ରୋନିକ୍ସ‌ର ଦୀପାବଳି ଧମାକା ଅଫର୍

Nov 06, 2026 - 19:35
Diwali dhamaka: ପାତ୍ର ଇଲେକ୍ଟ୍ରୋନିକ୍ସ‌ର ଦୀପାବଳି ଧମାକା ଅଫର୍

କଟକ: ଦୀପାବଳି ପାଇଁ ଆକର୍ଷଣୀୟ ଅଫର୍ ଆଣିଛି ଓଡ଼ିଶାର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସ, ଡିଜିଟାଲ୍ ଓ ଫର୍ଣ୍ଣିଚର ଚେନ୍ ଷ୍ଟୋର୍ ପାତ୍ର ଇଲେକ୍ଟ୍ରୋନିକ୍ସ। ‘ପାତ୍ରସ୍ ଦୀପାବଳି ଧମାକା’ ନାମରେ ଅଫର୍ ଘୋଷଣା କରାଯାଇଛି। ନଭେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଫର୍‌ରେ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ କ୍ରୟରେ ବିପୁଳ ରିହାତି ଓ ଆର୍ଥିକ ସୁବିଧା ପାଇପାରିବେ। କିଛି ନିର୍ଦ୍ଦିଷ୍ଟ ଉତ୍ପାଦ ଉପରେ ୩୧,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଜିରୋ ଡାଉନପେମେଣ୍ଟ, ୨ଟି ଇଏମ୍‌ଆଇ ରିହାତି, ୩୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା, ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ଆଦି ରହିଛି। ଜଣେ ଗ୍ରାହକ ମାତ୍ର ୯୯୦ ଟଙ୍କା ଦେଇ ଏକ ଉତ୍ପାଦ ନେବାର ସ୍ୱତନ୍ତ୍ର ଅଫର୍ ବି ରହିଛି। 

ଏଥିସହିତ ନିର୍ଦ୍ଦିଷ୍ଟ କ୍ରୟ ଉପରେ ୯,୯୯୯ ଟଙ୍କା ମୂଲ୍ୟର ପାର୍ଟି ସ୍ପିକର ଉପହାର ଜିତିବା ସହ ମେଗା ଲକି ଡ୍ର’ରେ ଭାଗ ନେବା ସୁଯୋଗ ମଧ୍ୟ ଗ୍ରାହକଙ୍କୁ ମିଳିବ। ଏହାଛଡ଼ା ‘୫ କା ଦମ୍’ ଅଫର୍ ଅନ୍ତର୍ଗତ ୫୪,୪୯୯ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ ରହିଛି। ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ରିହାତି ବ୍ୟବସ୍ଥା ରହିଛି। ବିଭିନ୍ନ ନାମିଦାମୀ କଂପାନିର ମୋବାଇଲ୍, ଲାପଟପ୍, କ୍ୟାମେରା, ଏଲ୍‌ଇଡି ଟିଭି, ହୋମ୍ ଥିଏଟର, ଏସି, ଫ୍ରିଜ୍, ୱାସିଂ ମେସିନ୍‌ ଇତ୍ୟାଦିରେ ଆକର୍ଷଣୀୟ ଡିଲ୍ ଉପଲବ୍ଧ। ସେହିଭଳି ଫର୍ଣ୍ଣିଚର, ଛୋଟ ଘରୋଇ ଉପକରଣରେ ମଧ୍ୟ ଅଫର୍ ଉପଲବ୍ଧ ଅଛି। ସଂପ୍ରତି ଓଡ଼ିଶାର ୫୩ଟି ଷ୍ଟୋର୍‌ ମାଧ୍ୟମରେ ଉତ୍ତମ ଗ୍ରାହକ ସେବା ସହିତ ସ୍ବଳ୍ପ ମୂଲ୍ୟରେ ଇଲେକ୍ଟ୍ରୋନିକ୍ସ, ଡିଜିଟାଲ୍, ହୋମ୍ ଆପ୍ଲାଏନ୍ସ ଓ ଫର୍ଣ୍ଣିଚର ସାମଗ୍ରୀ ଯୋଗାଇ ଦେବା ଆମର ଲକ୍ଷ୍ୟ ବୋଲି ପାତ୍ର ଇଲେକ୍ଟ୍ରୋନିକ୍ସର ମ୍ୟାନେଜିଂ ଡାଇରେକ୍ଟର କୈଳାସ ଚନ୍ଦ୍ର ପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି। 

‘ତନୈରା’ର ନୂଆ ଷ୍ଟୋର୍‌: ଡେଲିମାର୍କେଟ୍‌ରେ ଖୋଲିଲା, ଆରମ୍ଭରୁ ଆକର୍ଷଣୀୟ ଅଫର୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)