Israel: ଆଇଜେନକୋଟ୍‌ଙ୍କୁ ଦୁଇ ଆରବ ଦଳର ସମର୍ଥନ, ତଥାପି ସରକାର ଗଠନରେ ବାଧା

Nov 06, 2026 - 20:56
Israel: ଆଇଜେନକୋଟ୍‌ଙ୍କୁ ଦୁଇ ଆରବ ଦଳର ସମର୍ଥନ, ତଥାପି ସରକାର ଗଠନରେ ବାଧା

ତେଲ୍‌ଆଭିଭ୍‌: ଇସ୍ରାଏଲ୍‌ ରେ ନୂଆ ସରକାର ଗଠନ ପାଇଁ ବିରୋଧୀ ନେତା ଗାଦି ଆଇଜେନକୋଟ୍‌ଙ୍କୁ ଦୁଇଟି ଆରବ ଦଳ ସମର୍ଥନ ଜଣାଇଛନ୍ତି।

ଏହାଦ୍ୱାରା ଦେଶରେ ପରବର୍ତ୍ତୀ ସରକାର ଗଠନ ପାଇଁ ତାଙ୍କ ଦାବି ଦୃଢ଼ ହୋଇଛି।

ତେବେ ହମାସ୍ ‌କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପ୍ରସଙ୍ଗରେ ଆରବ ଦଳଗୁଡ଼ିକ ସହ ତାଙ୍କର ମତଭେଦ ରହିଛି।

ଏହା ଆଇଜେନକୋଟ୍‌ଙ୍କ ପାଇଁ ସରକାର ଗଠନରେ ବଡ଼ ବାଧା ସୃଷ୍ଟି କରିପାରେ।

Advertisment ଅକ୍ଟୋବର ୨୭ରେ ଇସ୍ରାଏଲ୍‌ରେ ଅନୁଷ୍ଠିତ ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନଥିଲା।

୧୨୦ ଆସନ ବିଶିଷ୍ଟ ସଂସଦରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ମେଣ୍ଟ ୫୩ଟି ଆସନ ପାଇଥିବାବେଳେ ଆଇଜେନକୋଟ୍‌ଙ୍କ ବିରୋଧୀ ମେଣ୍ଟ ୪୮ଟି ଆସନ ହାସଲ କରିଛି।

ଦୁଇଟି ଆରବ ନେତୃତ୍ୱାଧୀନ ଦଳ ମିଳିତ ଭାବେ ରେକର୍ଡ ୧୯ଟି ଆସନ ଜିତିଛନ୍ତି।

ଏଥିରେ ଜଏଣ୍ଟ ଲିଷ୍ଟ୍‌ ୧୧ଟି ଓ ୟୁନାଇଟେଡ୍‌ ଆରବ ଲିଷ୍ଟ୍‌ ବା ରାମ୍‌ ୮ଟି ଆସନ ପାଇଛି।

ଆହୁରି ପଢନ୍ତୁ: US election: ଆମେରିକାର ପ୍ରଥମ ମୁସଲମାନ ସିନେଟର ଅବଦୁଲଙ୍କ ଭାରତୀୟ ସମ୍ପର୍କ ଗୁରୁବାର ଉଭୟ ଦଳ ରାଷ୍ଟ୍ରପତି ଆଇଜାକ୍‌ ହର୍ଜୋଗ୍‌ଙ୍କୁ ଆଇଜେନକୋଟ୍‌ଙ୍କ ନାମ ସୁପାରିସ କରିଛନ୍ତି।

ଏହା ପରେ ସରକାର ଗଠନ ପାଇଁ ସଂସଦର ୬୭ ଜଣ ସଦସ୍ୟ ଆଇଜେନକୋଟ୍‌ଙ୍କୁ ସମର୍ଥନ ଜଣାଇଛନ୍ତି।

ଅନ୍ୟପକ୍ଷରେ ନେତାନ୍ୟାହୁଙ୍କ ସପକ୍ଷରେ ୪୬ ଜଣ ସଦସ୍ୟ ସୁପାରିସ କରିଛନ୍ତି।

ସାତ ଜଣ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇନାହାନ୍ତି।

ତେବେ ଆରବ ଦଳଗୁଡ଼ିକର ସମର୍ଥନ ସତ୍ତ୍ୱେ ଆଇଜେନକୋଟ୍‌ଙ୍କ ପାଇଁ ସମସ୍ୟା ରହିଛି।

ରାମ୍‌ ଦଳର ନେତା ମନସୁର ଆବାସ୍‌ ହମାସ୍‌କୁ ନିରସ୍ତ୍ର କରିବା ଏବଂ ଗାଜାରୁ ଏହାକୁ କ୍ଷମତାଚ୍ୟୁତ କରିବା ସପକ୍ଷରେ ମତ ଦେଇଛନ୍ତି।

କିନ୍ତୁ ହମାସ୍‌କୁ ସ୍ପଷ୍ଟ ଭାବେ ଆତଙ୍କବାଦୀ ସଂଗଠନ କହିବାକୁ ସେ ରାଜି ହୋଇନାହାନ୍ତି।

ଅନ୍ୟପକ୍ଷରେ ଆଇଜେନକୋଟ୍‌ ତାଙ୍କ ସମ୍ଭାବ୍ୟ ମେଣ୍ଟରେ ଥିବା ଦଳଗୁଡ଼ିକ ହମାସ୍‌କୁ ଆତଙ୍କବାଦୀ ସଂଗଠନ ବୋଲି ସ୍ୱୀକାର କରିବା ଉଚିତ ବୋଲି ସର୍ତ୍ତ ରଖିଛନ୍ତି।

ଆହୁରି ପଢନ୍ତୁ: Conference: କଲେଜ ଅଫ୍‌ ଇଞ୍ଜନିୟରିଂ ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଏହାବ୍ୟତୀତ ଆଇଜେନକୋଟ୍‌ଙ୍କ ମେଣ୍ଟର କେତେକ ଦଳ ଆରବ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିବାକୁ ଅନିଚ୍ଛୁକ।

ତେଣୁ ୬୭ ଜଣ ସଦସ୍ୟଙ୍କ ସମର୍ଥନ ଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ଏକତା ରହିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଇସ୍ରାଏଲ୍‌ର ରାଷ୍ଟ୍ରପତି ହର୍ଜୋଗ୍‌ ରବିବାର ସରକାର ଗଠନ ପାଇଁ କାହାକୁ ଦାୟିତ୍ୱ ଦିଆଯିବ, ତାହା ଘୋଷଣା କରିବେ।

ମନୋନୀତ ନେତାଙ୍କୁ ସରକାର ଗଠନ ପାଇଁ ୨୮ ଦିନ ସମୟ ମିଳିବ।

ଆବଶ୍ୟକ ପଡ଼ିଲେ ଏହି ଅବଧିକୁ ଆଉ ୧୪ ଦିନ ବଢ଼ାଯାଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)