SI Prabhasini Sahu: ଚାକିରି ନ ଛାଡ଼ିବା ଲାଗି ଏସ୍‌ଆଇ ପ୍ରଭାସିନୀ ସାହୁଙ୍କୁ ଚାପ ପକାଉଥିଲେ ସ୍ବାମୀ, ଶାଶୂ ଓ ଶ୍ବଶୁର: ବାପା

Nov 25, 2026 - 14:07
SI Prabhasini Sahu: ଚାକିରି ନ ଛାଡ଼ିବା ଲାଗି ଏସ୍‌ଆଇ ପ୍ରଭାସିନୀ ସାହୁଙ୍କୁ ଚାପ ପକାଉଥିଲେ ସ୍ବାମୀ, ଶାଶୂ ଓ ଶ୍ବଶୁର: ବାପା

ପୁରୁଷୋତ୍ତମପୁର/ଦଶରଥପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ମୃତାଙ୍କ ବାପା ଭୀମସେନ ସାହୁ।

ସେ କହିଛନ୍ତି, ତାଙ୍କ ଝିଅ (ଏସ୍‌ଆଇ ପ୍ରଭାସିନୀ ସାହୁ) ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ।

କିନ୍ତୁ ଝିଅର ଶାଶୂ, ଶ୍ବଶୁର, ସ୍ବାମୀ ସମସ୍ତେ ଚାକିରି ନ ଛାଡ଼ିବା ଲାଗି ସବୁ ବେଳେ ଚାପ ପକାଉଥିଲେ।

ଚାକିରି କଲେ ଘରକୁ ପଇସା ଆସିବ ବୋଲି କହୁଥିଲେ ସେମାନେ ବୋଲି ଆଜି ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଭାସିନୀ ସାହୁଙ୍କ ବାପା।

ଝିଅକୁ ଶାରୀରିକ ଓ ମାନସିକ ଚାପ ଦେଉଥିବା ନେଇ ଶାଶୂଘର ଲୋକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି।

ଏଣୁ ସେହି ଦିଗରେ ତଦନ୍ତ ହେବା ଦରକାର ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Advertisment ସରକାରୀ କ୍ବାର୍ଟର୍ସରୁ ଉଦ୍ଧାର ହୋଇଥିଲା ଝୁଲନ୍ତା ଶବ ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ଶବ ତାଙ୍କ ସରକାରୀ କ୍ବାର୍ଟର୍ସରୁ ଉଦ୍ଧାର ହୋଇଥିଲା।

୨ମାସର ଗର୍ଭବତୀ ଥିବା ପ୍ରଭାସିନୀଙ୍କ ଚରମ ନିଷ୍ପତ୍ତି ପଛରେ କାର୍ଯ୍ୟର ଚାପ, ମାନସିକ ଅବସାଦ ନା ଅନ୍ୟ କିଛି କାରଣ ରହିଛି, ସେନେଇ କିଛି ସ୍ପଷ୍ଟ ହୋଇପାରିନି।

ତାଙ୍କ ଝିଅ ଆତ୍ମହତ୍ୟା କରିନି।

ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମୃତ ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଅଭିଯୋଗ କରିଥିଲେ।

ସେ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା କ୍ବାର୍ଟର୍ସରେ ଏକୁଟିଆ ରହୁଥିବା ବେଳେ ରେଳବାଇରେ କାର୍ଯ୍ୟରତ ସ୍ବାମୀ ରାଉରକେଲାରେ ରହୁଛନ୍ତି।

ପ୍ରଭାସିନୀ ଏହା ମଧ୍ୟରେ ବହୁ ମାମଲାର ଗୁରୁ ଦାୟିତ୍ବ ସମ୍ଭାଳି ଆସୁଥିଲେ।

କିନ୍ତୁ ତାଙ୍କର ଏଭଳି ମୃତ୍ୟୁକୁ ସହକର୍ମୀମାନେ ବି ଗ୍ରହଣ କରିପାରୁ ନାହାନ୍ତି।

President Droupadi Murmu: ୨ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣା ନେଇ ଗଞ୍ଜାମ ଏସ୍‌ପି ହରୀଶ ବିସି, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ପୁରୁଷୋତ୍ତମପୁର ଥାନାଧିକାରୀ କୁଳମଣି ସେଠୀଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଛାନ୍‌ଭିନ୍‌ କରିଛି।

କେସ୍‌ ନମ୍ବର ୩୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ଓଡ଼ିଶା ପୁଲିସ ବିଭାଗରେ ବହୁ ଏସ୍‌ଆଇ ପଦ ଖାଲି ଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଅତ୍ୟଧିକ ଚାପ ଯୋଗୁଁ ଏଭଳି ଘଟଣା ଘଟୁଥିବା ଓଡ଼ିଶା ପୁଲିସ ଅଫିସର ସଂଘ ସଭାପତି ରସିତ୍‌ ରଞ୍ଜନ ଜେନା ଅଭିଯୋଗ ଆଣିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)