Odesa: କିବ୍‌ରେ ଡ୍ରୋନ୍‌ ଭଗ୍ନାବଶେଷରୁ ଆପାର୍ଟମେଣ୍ଟରେ ନିଆଁ ଲାଗିଲା: ରୁଷ୍‌ ଆକ୍ରମଣରେ ଓଡେସାରେ ୨ ମୃତ

Nov 25, 2026 - 14:07
Odesa: କିବ୍‌ରେ ଡ୍ରୋନ୍‌ ଭଗ୍ନାବଶେଷରୁ ଆପାର୍ଟମେଣ୍ଟରେ ନିଆଁ ଲାଗିଲା: ରୁଷ୍‌ ଆକ୍ରମଣରେ ଓଡେସାରେ ୨ ମୃତ

କିବ୍‌: ରୁଷ୍‌ ମଙ୍ଗଳବାର ଓ ବୁଧବାର ରାତିସାରା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି।

ରୁଷ୍‌ ଆକ୍ରମଣରେ ଓଡେସାର କୃଷ୍ଣସାଗର ଅଞ୍ଚଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଶିଶୁ ସମେତ ତିନି ଜଣ ଆହତ ହୋଇଛନ୍ତି ବୋଲି ଗଭର୍ନର ଓଲେହ କିପର ସୂଚନା ଦେଇଛନ୍ତି।

ରୁଷ୍‌ ଆକ୍ରମଣରେ ୟୁକ୍ରେନ୍‌ରେ କାର୍‌, ବ୍ୟକ୍ତି ସମ୍ପତ୍ତି ଓ ଶିଳ୍ପାଞ୍ଚଳ କୋଠା କ୍ଷତିଗ୍ରସ୍ତ ହୋଇଥିବା କିପର୍‌ ଟେଲିଗ୍ରାମ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି।

ରାଜଧାନୀ କିବ୍‌ରେ ରୁଷ୍‌ର ଡ୍ରୋନ୍ ଆକ୍ରମଣ ଯୋଗୁଁ ଏକ ବହୁତଳ ଆପାର୍ଟମେଣ୍ଟ କୋଠାରେ ନିଆଁ ଲାଗିଯାଇ ଦୁଇ ଜଣ ଆହତ ହୋଇଥିବା ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି।

Advertisment କୋଠାର ତଳ ଦୁଇଟି ମହଲାରେ ନିଆଁ କ୍ଲିଟସ୍କୋ କହିଛନ୍ତି, ଡ୍ରୋନ୍‌ ର ଭଗ୍ନାବଶେଷ ପଡ଼ି ୧୬ ମହଲା କୋଠାର ତଳ ଦୁଇଟି ମହଲାରେ ନିଆଁ ବ୍ୟାପି ଯାଇଥିଲା।

ଏଥିରେ ଦୁଇଜଣ ବାସିନ୍ଦା ଆହତ ହୋଇଥିବାବେଳେ ସେମାନଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଛି।

ରାଜଧାନୀରେ ପ୍ରତ୍ୟକ୍ଷଦର୍ଶୀ ବିସ୍ଫୋରଣ ଶବ୍ଦ ଶୁଣିଥିବା କହିଛନ୍ତି।

ଅନ୍ୟପକ୍ଷରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହାର ସେନା ୟୁକ୍ରେନୀୟ ବନ୍ଦର ଚୋର୍ନୋମୋର୍ସ୍କରେ ଏକ ମାଲବାହୀ ଜାହାଜକୁ ଆକ୍ରମଣ କରିଛି ଓ ଦାବି କରିଛି ଯେ, ଜାହାଜଟି ୟୁକ୍ରେନୀୟ ସେନାକୁ ଯୋଗାଣ ପାଇଁ ବ୍ୟବହୃତ ହେଉଥିଲା।

ସେପ୍ଟେମ୍ବର ମାସରୁ ରୁଷ୍‌ ସୈନ୍ୟବାହିନୀ କିବ୍‌ ଓ ଅନ୍ୟାନ୍ୟ ୟୁକ୍ରେନୀୟ ସହରଗୁଡ଼ିକୁ ପ୍ରାୟ ନିରନ୍ତର ଆକ୍ରମଣ କରିଆସୁଛି।

ପୂର୍ବ ଦିଗରେ ପ୍ରାୟ ୪୫୦ କିଲୋମିଟର ଆଗଧାଡ଼ିରେ ଯୁଦ୍ଧ ଲାଗି ରହିଥିବାରୁ, ଗତ ଛଅ ମାସ ମଧ୍ୟରେ ରୁଷ୍‌ କିବ୍‌ ଉପରେ ବୋମାମାଡ଼କୁ ତୀବ୍ର କରିଛି।

ଆକ୍ରମଣକୁ ସଠିକ୍ ଭାବରେ ପ୍ରତିହତ କରିବା ପାଇଁ ୟୁକ୍ରେନ୍ ପାଖରେ ଏହାର ପଶ୍ଚିମ ମିତ୍ରମାନଙ୍କଠାରୁ ପର୍ଯ୍ୟାପ୍ତ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ରର ଅଭାବ ରହିଛି।

ରୁଷ୍‌ର ସମାରା ଅଞ୍ଚଳରେ ୟୁକ୍ରେନର ଏକ ଡ୍ରୋନ୍ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଏହି ଅଞ୍ଚଳରେ ରୁଷ୍‌ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ରୋସନେଫ୍ଟର ପ୍ରମୁଖ ତୈଳ ବିଶୋଧନ କେନ୍ଦ୍ର ରହିଛି।

ଚର୍ଚ୍ଚାରେ ବୈଭବଙ୍କ ରେକର୍ଡ; ମ୍ୟାଚ୍‌ ପୂର୍ବ ଯୁବି ଦେଇଥିଲେ ଗୁରୁମନ୍ତ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)